ETV Bharat / city

ସ୍କୁଲରେ RTPCR ଟେଷ୍ଟ ଆରମ୍ଭ - କୋଭିଡ ଟେଷ୍ଟ ଭୁବନେଶ୍ବର

ଭୁବନେଶ୍ବରର 4ଟି ବିଦ୍ୟାଳୟରେ ଆରମ୍ଭ ହୋଇଛି ଆରଟିପିସିଆର ଟେଷ୍ଟ । ଜଣେ ଛାତ୍ର କୋରୋନା ପଜିଟିଭ୍ ଚିହ୍ନଟ ହେବାପରେ ବିଏମସି ନେଇଛି ଏପରି ନିଷ୍ପତ୍ତି । ଅଧିକ ପଢନ୍ତୁ...

ଭୁବନେଶ୍ବରର 4ଟି କେନ୍ଦ୍ରୀୟ ବିଦ୍ୟାଳୟରେ RTPCR ଟେଷ୍ଟ ଆରମ୍ଭ

author img

By

Published : Mar 25, 2021, 4:43 PM IST

ଭୁବନେଶ୍ବର: ରାଜଧାନୀରେ ସେଣ୍ଟ୍ରାଲ ସ୍କୁଲ ଛାତ୍ରଛାତ୍ରୀଙ୍କ କୋଭିଡ ଟେଷ୍ଟ କରାଯାଇଛି । ଆଜି(ଗୁରୁବାର) ପ୍ରଥମ ଦିନରେ ଭୁବନେଶ୍ୱରର 4ଟି ଶିକ୍ଷାନୁଷ୍ଠାନ ଯଥା ଟ୍ରାଇଡେଣ୍ଟ, ଏଲିନ, ଓଡିଏମ ଓ ୟୁନିଟ-୧ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ RTPCR ଟେଷ୍ଟ କରାଯାଇଛି । ୟୁନିଟ-୧ କେନ୍ଦ୍ରୀୟ ବିଦ୍ୟାଳୟର ଏକାଦଶ ଶ୍ରେଣୀର ଜଣେ ଛାତ୍ର ପଜିଟିଭ ଚିହ୍ନଟ ହେବାପରେ ସେଠାରେ ଟେଷ୍ଟିଂ କରାଯାଉଥିବା ଜଣାପଡିଛି ।

ଭୁବନେଶ୍ବରର 4ଟି ସ୍କୁଲରେ RTPCR ଟେଷ୍ଟ ଆରମ୍ଭ

ତେବେ ଗୋଟିଏ ଦିନରେ ଏକ ହଜାର ଟେଷ୍ଟିଂ କରାଯିବାର ଲକ୍ଷ୍ୟ ରଖିଛି ବିଏମସି । ଆଗାମୀ ଦିନରେ ଏଭଳି ଟେଷ୍ଟିଂ ବିଭିନ୍ନ ମଲ ଓ ଅପାର୍ଟମେଣ୍ଟରେ ମଧ୍ୟ କରାଯିବ । କରୋନାର ଦ୍ୱିତୀୟ ଲହରୀକୁ ନେଇ ସତର୍କତାମୂଳକ ପଦକ୍ଷେପ ଭାବେ ଏହି ବ୍ୟବସ୍ଥା କରାଯାଉଛି ।

ଅନ୍ୟପଟେ ଭୁବନେଶ୍ୱରରେ ଆଜି ଠାରୁ ଆରମ୍ଭ ହୋଇଛି ରାଣ୍ଡମ୍ ଟେଷ୍ଟିଂ । ସବୁ ଜୋନରେ ଦୁଇ ଦୁଇଟି ସ୍ଥାନରେ ଆମେ ରାଣ୍ଡମ୍ ଟେଷ୍ଟିଂ କରୁଛୁ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି । ସମସ୍ତ ଶିକ୍ଷାନୁଷ୍ଠାନକୁ କୋଭିଡ୍ ଗାଇଡଲାଇନ ମାନିବାକୁ ସେ ଅନୁରୋଧ କରିଛନ୍ତି । ବିଏମସିର ଦିନକୁ ଟେଷ୍ଟିଂ କ୍ଷମତା ୨୦୦୦ ମାତ୍ର ବର୍ତ୍ତମାନ ଆମେ ଦିନକୁ ୬୦୦ ଆରଟିପିସିଆର ଏବଂ ୧୦୦୦ ଆଣ୍ଟିଜେନ୍ ଟେଷ୍ଟିଂ କରିବାର ଟାର୍ଗେଟ ରଖିଛୁ । କିନ୍ତୁ ଆଗକୁ ଏହି ସଂଖ୍ୟା ବଢାଯିବା । ଖାଲି ସେତିକି ନୁହଁ, ଆଗାମୀ ଦିନରେ ମଲ୍ ଏବଂ ମାର୍କେଟରେ ମଧ୍ୟ ଟେଷ୍ଟିଂ କରାଯିବ ବୋଲି ବିଏମସି କମିଶନର କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.