ETV Bharat / city

ଖୋଲିବ ରାଜ୍ୟର ସମସ୍ତ ଆରଟିଓ ଅଫିସ

author img

By

Published : Aug 14, 2020, 2:58 PM IST

ରାଜ୍ୟର ସମସ୍ତ ଆର୍‌ଟିଓ ଅଫିସ୍‌ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ରେଜିଷ୍ଟ୍ରେସନ୍‌ ନବୀକରଣ ଓ ମାଲିକାନା ପରିବର୍ତ୍ତନ କରାଯାଇପାରିବ । ଏହି ଦୁଇ କାର୍ଯ୍ୟ ପାଇଁ ଆସୁଥିବା ଉପଭୋକ୍ତାଙ୍କୁ ଅନୁମତି ମିଳିବ । ଅଧିକ ପଢନ୍ତୁ..

ଖୋଲିବ ଆରଟିଓ , ନିର୍ଦ୍ଦେଶ ଜାରି କଲେ ପରିବହନ କମିଶନର

ଭୁବନେଶ୍ବର: ରାଜ୍ୟର ସମସ୍ତ ଆରଟିଓ ଅଫିସରେ କାମ ଚାଲୁ ପାଇଁ ଦିଆଯାଇଛି ନିର୍ଦ୍ଦେଶ । ଅନୁମତିପ୍ରାପ୍ତ କର୍ମଚାରୀଙ୍କୁ ନେଇ ଅଫିସ ଖୋଲିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ପରିବହନ କମିଶନର । ଏ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

ଡିଏଲ୍ ଏବଂ ଆରସି ସମ୍ପର୍କିତ ନବୀକରଣ କାର୍ଯ୍ୟ ହୋଇପାରିବ ବୋଲି କହିଛନ୍ତି ମନ୍ତ୍ରୀ । ଆର୍‌ସି ସମ୍ପର୍କିତ ନାମ ପରିବର୍ତ୍ତନ ମଧ୍ୟ ହୋଇପାରିବ । ଅଗଷ୍ଟ 31 ପର୍ଯ୍ୟନ୍ତ ନବୀକରଣ କାର୍ଯ୍ୟ ହେବ ।

ରାଜ୍ୟର ସମସ୍ତ ଆର୍‌ଟିଓ ଅଫିସ୍‌ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ରେଜିଷ୍ଟ୍ରେସନ୍‌ ନବୀକରଣ ଓ ମାଲିକାନା ପରିବର୍ତ୍ତନ କରାଯାଇପାରିବ । ଏହି ଦୁଇ କାର୍ଯ୍ୟ ପାଇଁ ଆସୁଥିବା ଉପଭୋକ୍ତାଙ୍କୁ ଅନୁମତି ମିଳିବ । ତେବେ ଏହି ସମୟରେ ମାସ୍କ, ସାମାଜିକ ଦୂରତା ନିୟମ କଡାକଡି ପାଳନ ପାଇଁ କୁହାଯାଇଛି ।

ମାର୍ଚ୍ଚ ମାସରେ କୋରୋନା କଟକଣା ଯୋଗୁଁ ଆରଟିଓ କାର୍ଯ୍ୟାଳୟ ବନ୍ଦ ଥିଲା । ତେବେ ଆରଟିଓ ଅଫିସ ଖୋଲିବା ନେଇ ପରିବହନ ବିଭାଗ ବିଜ୍ଞପ୍ତି ଜାରି କରିଛି । ଏଥିପାଇଁ ନୂଆ ଗାଇଡଲାଇନ ମଧ୍ୟ ଜାରି ହୋଇଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.