ଭୁବନେଶ୍ବର: ଲୋକଙ୍କ ସୁବିଧା ପାଇଁ ରାଜଧାନୀରେ ଖୋଲିଲା ଆରଟିଓର ଅସ୍ଥାୟୀ ଶାଖା । ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଆରଟିଓରେ ଲାଗୁଥିଲା ନାହିଁ ନଥିବା ଭିଡ । ଲୋକଙ୍କୁ ସୁବିଧାରେ ଲାଇସେନ୍ସ ଯୋଗାଇ ଦେବା ପାଇଁ ବିଏମସି ମୁଖ୍ୟ କାର୍ଯ୍ୟାଳୟ ଓ ସହିଦ ନଗରରେ ଅସ୍ଥାୟୀ ଶାଖା ଖୋଲାଯାଇଛି ।
ଏହି ଶାଖା ଗୁଡିକ ସକାଳ 10ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଖୋଲା ରହିବ । ଲୋକେ ସହଜରେ ଏଠାରୁ ଲାଇସେନ୍ସ ପାଇ ପାରିବେ । ତେବେ ଆସନ୍ତା 3 ମାସ ପର୍ଯ୍ୟନ୍ତ ଏହି ଶାଖା ଚାଲିବ । ପରେ ସ୍ଥିତି ସ୍ବାଭାବିକ ହେବା ପରେ ଏହି ଶାଖା ଗୁଡିକୁ ବନ୍ଦ କରାଯିବ ଯିବ ବୋଲି ବିଏମସି ଅତିରିକ୍ତ କମିଶନର ସୁରଥ ଚନ୍ଦ୍ର ମଲ୍ଲିକ କହିଛନ୍ତି ।
ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଲାଇସେନ୍ସ ପାଇଁ ଆରଟିଓରେ ପ୍ରବଳ ଭିଡ ଲାଗୁଛି । ଲାଇସେନ୍ସ ପାଇଁ ଲୋକେ ସକାଳୁ ସନ୍ଧ୍ୟାରେ ଲମ୍ବା ଲାଇନରେ ଅପେକ୍ଷା କରୁଛନ୍ତି । ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସରକାରଙ୍କ ଅସ୍ଥାୟୀ ଶାଖା ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ