ETV Bharat / city

SRCଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଲା ରାଜ୍ୟ ସୂଚନା ଅଧିକାର ଅଭିଯାନ - ସୂଚନା ଅଧିକାର ଅଭିଯାନ

ସୂଚନା ଅଧିକାର ଅଭିଯାନ ଅଭିଯୋଗ ଅନୁସାରେ ୨୦୧୩ ମସିହାରେ ସମବାୟ ସଚିବ ରହିଥିଲେ ବିଷ୍ଣୁ । ସେତେବେଳେ ଓଡିଶା ରାଜ୍ୟ କୋପରେଟିଭ ବ୍ୟାଙ୍କର ଏମଆଇସି ଦାୟିତ୍ୱରେ ରହି ନିଜ ପଦବୀର ଅପବ୍ୟବହାର କରିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 1, 2019, 8:18 PM IST

ଭୁବନେଶ୍ବର: ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ । ଏନେଇ ଲୋକାୟୁକ୍ତଙ୍କ ପାଖେ ଫେରାଦ ହୋଇଛି ରାଜ୍ୟ ସୂଚନା ଅଧିକାର ଅଭିଯାନ । 700 କୋଟି ଟଙ୍କା ହେରଫର ଅଭିଯୋଗ ନେଇ ଲୋକାୟୁକ୍ତଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନା ଅଧିକାର ଅଭିଯାନ ଅଭିଯୋଗ ଅନୁସାରେ ୨୦୧୩ ମସିହାରେ ସମବାୟ ସଚିବ ରହିଥିଲେ ବିଷ୍ଣୁ । ସେତେବେଳେ ଓଡିଶା ରାଜ୍ୟ କୋପରେଟିଭ ବ୍ୟାଙ୍କର ଏମଆଇସି ଦାୟିତ୍ୱରେ ରହି ନିଜ ପଦବୀର ଅପବ୍ୟବହାର କରିଥିଲେ । ନାବାର୍ଡ ତଥ୍ୟ ଆଧାରରେ ଅସାଧୁ ଉପାୟରେ ନିଜେ ଓ ନିଜ ସମ୍ପର୍କୀୟଙ୍କ ନାମରେ ଲକ୍ଷାଧିକ ଟଙ୍କା ଲୁଟ କରିଥିଲେ ବିଷ୍ଣୁ ।

ସୂଚନା ଅଧିକାର କର୍ମୀ ଶ୍ରୀକାନ୍ତ ପାକଳଙ୍କ ସୂଚନା ଅନୁସାରେ ବରିଷ୍ଠ ପ୍ରଶାସକ ବିଷ୍ଣୁପଦ ସେଠୀ ୨୦୧୩ରୁ ୨୦୧୮ ପର୍ଯ୍ୟନ୍ତ ଓଏସସିବିର ଏମଆଇସି ଥିଲେ । ସେ ସମୟରେ ବିଭିନ୍ନ ଉପାୟରେ ପଦବୀର ଅପବ୍ୟବହାର କରି ଲକ୍ଷାଧିକ ଟଙ୍କାର ଆର୍ଥିକ ଅନିୟମିତତା କରିଥିଲେ । ନାବାର୍ଡ ରିପୋର୍ଟ ଅନୁସାରେ ପାଖାପାଖି ୭ ସହ କୋଟି ଟଙ୍କାର ହେରଫେର ହୋଇଥିବାର ସୂଚନା ରହିଛି ।

ତେଣୁ ବିଷ୍ଣୁପଦ ସେଠୀଙ୍କ ବିରୋଧରେ ଏକ ଅଭିଯୋଗ ପତ୍ର ଲୋକାୟୁକ୍ତଙ୍କ ପାଖରେ ଦାଖଲ କରାଯାଇଛି ବୋଲି ସେ କହିଛନ୍ତି । ତେବେ ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀଙ୍କ ପ୍ରତିକ୍ରିୟା ନେବାକୁ ଯୋଗାଯୋଗ କରାଯାଇଥିଲା । ହେଲେ ସେ କୌଣସି ଉତ୍ତର ଦେବାକୁ ମନା କରିଦେଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାଏ, ଇଟିଭି ଭାରତ

ବରିଷ୍ଠ  ପ୍ରଶାସକ ତଥା ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀଙ୍କ ବିରୋଧରେ ଲୋକାୟୁକ୍ତଙ୍କ ପାଖେ ଫେରାଦ ହେଲା ରାଜ୍ୟ ସୂଚନା ଅଧିକାର ଅଭିଯାନ।୨୦୧୩ ମସିହାରେ ସମବାୟ ସଚିବ ଥିବାବେଳେ ଓଡିଶା ରାଜ୍ୟ କୋପରେଟିଭ ବ୍ୟାଙ୍କର ଏମଆଇସି ଦାଇତ୍ୱରେ ରହି ନିଜ ପଦବୀର ଅପବ୍ୟବହାର କରି ଅସାଧୁ ଉପାୟରେ କୋଟି କୋଟି ଟଙ୍କା ହଡପ କରିଛନ୍ତି ବିଷ୍ଣୁପଦ ସେଠି, ବୋଲି ଅଭିଯୋଗ କରିଛି ରାଜ୍ୟ ସୂଚନା ଅଧିକାର ଅଭିଯାନ।ନାବାର୍ଡ ତଥ୍ୟ ଆଧାରରେ ଖୋଦ ସେଠି ନିଜେ ଓ ନିଜ ସମ୍ପର୍କୀୟଙ୍କ ନାମରେ ଲକ୍ଷାଧିକ ଟଙ୍କା ଲୁଟ କରିଛନ୍ତି ।

ସୂଚନା ଅଧିକାର କର୍ମୀ ଶ୍ରୀକାନ୍ତ ପକାଳଙ୍କ ସୂଚନା ଅନୁସାରେ ବରିଷ୍ଠ ପ୍ରଶାସକ ବିଷ୍ଣୁପଦ ସେଠି ୨୦୧୩ ରୁ ୨୦୧୮ ମସିହା ମଧ୍ୟରେ ଓଏସସିବିର ଏମ୍ଆଇସି ଥିବା ସମୟରେ ବିଭିନ୍ନ ଉପାୟରେ ପଦବୀର ଅପବ୍ୟବହାର କରି ଲକ୍ଷାଧିକ ଟଙ୍କାର ଆର୍ଥିକ ଅନିୟମିତତାରେ ସମ୍ପୃକ୍ତ ଅଛନ୍ତି।ନାବାର୍ଡ ରିପୋର୍ଟ ଅନୁସାରେ ପାଖାପାଖି ୭ ସହ କୋଟି ଟଙ୍କାର ହେରଫେର ହୋଇଛି।ତେଣୁ ବିଷ୍ଣୁପଦ ସେଠିଙ୍କ ବିରୋଧରେ ଏକ ଅଭିଯୋଗ ପତ୍ର ଲୋକାୟୁକ୍ତଙ୍କ ପାଖରେ ଦାଖଲ କରିଛୁ।

ଏ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀଙ୍କ ପ୍ରତିକ୍ରିୟା ନେବାକୁ ଯୋଗାଯୋଗ କରିଥିଲେ ମଧ୍ୟ ସେ କୌଣସି ଉତ୍ତର ଦେବାକୁ ମନା କରିଦେଇଛନ୍ତି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.