ଭୁବନେଶ୍ବର: ଆଠମଲ୍ଲିକ ଜଙ୍ଗଲ ବିଭାଗର ମହାଦୁର୍ନୀତି । ସୂଚନା ଅଧିକାରୀଙ୍କୁ ଦିଆଯାଉଛି ହତ୍ୟା ଧମକ । ଏନେଇ ଲୋକାୟୁକ୍ତଙ୍କ ନିକଟରେ ଦ୍ବାରସ୍ଥ ହୋଇଛନ୍ତି ସୂଚନା ଅଧିକାର କର୍ମୀ ।
ବିଭିନ୍ନ ସମୟରେ ସୂଚନା ଅଧିକାର କର୍ମୀ ଦୁର୍ନୀତି ଘଟାଉଥିବା ବିଭାଗ ଉପରେ ତଥ୍ୟ ସଂଗ୍ରହ କରି ତାହା ଲୋକଲୋଚନକୁ ଆଣିଥାନ୍ତି । ହେଲେ ଅନେକ ତଥ୍ୟ ରହିଛି ଯାହା ମହା ଘୋଟଲାରେ ଜଡିତ । ଏହାର ତଥ୍ୟ ସଂଗ୍ରହ କଲେ ମିଳୁଛି ହତ୍ୟା ଧମକ । ଆଠମଲ୍ଲିକ ଭଦ୍ରକ ବନଖଣ୍ଡର ରେଞ୍ଜର ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ବିଭିନ୍ନ ଦୁର୍ନୀତିରେ ସାମିଲ ରହିଥିବା ରେଞ୍ଜରଙ୍କ ନାମରେ ଲୋକାୟୁକ୍ତରେ ଆଭିଯୋଗ ଆଣିଛନ୍ତି ଜଣେ ସୂଚନା ଅଧିକାରୀ କର୍ମୀ । ବିଭିନ୍ନ ସମୟରେ ବନଖଣ୍ଡର ଚାରା ରୋପଣଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ଦୁର୍ନୀତିରେ ଜଡିତ ରେଞ୍ଜର ଦେଉଛନ୍ତି ହତ୍ୟା ଧମକ ।
ଦୁର୍ନୀତି ଟଙ୍କାକୁ ଅନ୍ୟ ଜଣଙ୍କ ଆକାଉଣ୍ଟରେ ଜମା କରିବା ସହ ନିଜର ଦୋଷକୁ ଲୁଚେଇବାକୁ ଚେଷ୍ଟା କରୁଛନ୍ତି ବୋଲି ଆଭିଯୋଗ ଆସିଛି । କେବଳ ଏତିକି ନୁହେଁ ଯାହାର ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଆସିଥିଲା ତାକୁ 3 ଲକ୍ଷ ଟଙ୍କା ଦେଇ ମୁହଁ ବନ୍ଦ କରିବାକୁ ରେଞ୍ଜର ପ୍ରୟାସ କରିଛନ୍ତି।
ପୋଲିସ କି ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ନକରିବାକୁ ଧମକ ମଧ୍ୟ ଦିଆଯାଉଛି। କେବଳ ଧମକ ନୁହେଁ ବହୁଥର ଜୀବନରୁ ମାରିଦେବାକୁ ମଧ୍ୟ ପ୍ରୟାସ କରିଛନ୍ତି ରେଞ୍ଜରଙ୍କ ସହ ଅନ୍ୟ ସହଯୋଗୀମାନେ । ଏହି ଘଟଣାକୁ ନେଇ ଆଠମଲ୍ଲିକ ଅଞ୍ଚଳର ସୂଚନା ଅଧିକାରୀ କର୍ମୀ ପ୍ରଦୀପ କୁମାର ସାହୁଙ୍କ ଧମକ ଦେବା ସହ ସଠିକ ତଥ୍ୟ କାହାରି ନିକଟରେ ପ୍ରକାଶ ନକରିବାକୁ ଧମକ ଦିଆଯାଉଛି।
ଏହି ଘଟଣାକୁ ନେଇ ମଙ୍ଗଳବାର ଲୋକାୟୁକ୍ତଙ୍କ ନିକଟରେ ଆଭିଯୋଗ କରିବା ସହ ଉକ୍ତ ଦୁର୍ନୀତିର ତଦନ୍ତ କରାଯାଉ ବୋଲି ଅନୁରୋଧ କରିଛନ୍ତି । ତେବେ ଏହି ଘଟଣାକୁ ନେଇ ସୂଚନା ଅଧିକାରୀ କର୍ମୀ ପ୍ରଦୀପ ପ୍ରଧାନ କହିଛନ୍ତି, ରାଜ୍ୟରେ ଦୁର୍ନୀତି ବଢ଼ିବାରେ ଲାଗିଛି । ପ୍ରଦୀପ ସିଧାସଳଖ ଭାବରେ 5 ଟି ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ