ETV Bharat / city

କାଲିଠୁ 3 ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମୋହନ ଭାଗବତ

author img

By

Published : Nov 23, 2020, 1:03 PM IST

ଆସନ୍ତା ମଙ୍ଗଳବାରଠୁ 3 ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଆରଏସଏସର ସରସଙ୍ଘ ଚାଳକ ମୋହନ ଭାଗବତ । ଭୁବନେଶ୍ବରରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ । ଅଧିକ ପଢନ୍ତୁ...

କାଲିଠୁ 3 ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମୋହନ ଭାଗବତ
କାଲିଠୁ 3 ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମୋହନ ଭାଗବତ

ଭୁବନେଶ୍ବର: ଆସନ୍ତାକାଲି(ମଙ୍ଗଳବାର)ଠୁ 3 ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ(ଆରଏସଏସ)ର ସରସଂଘ ଚାଳକ ମୋହନ ଭାଗବତ । ଭୁବନେଶ୍ବରର ତୋରପନ୍ଥ ଭବନରେ ପୂର୍ବକ୍ଷେତ୍ର ପାଇଁ ଉଦ୍ଦିଷ୍ଟ ସାଂଗଠନିକ କାର୍ଯ୍ୟକ୍ରମ ବୈଠକ ଆସନ୍ତା 25 ଓ 26 ତାରିଖରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ସେ 3 ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ।

ତେବେ ଉକ୍ତ ବୈଠକରେ ଓଡ଼ିଶା, ଆଣ୍ଡାମାନ ଓ ନିକୋବର ଓ ପଶ୍ଚିମବଙ୍ଗ ଥିବା ଆରଏସଏସ୍ ମଣ୍ଡଳର ୩୫ଜଣ ସଦସ୍ୟ ସାମିଲ ହେବେ । ତେବେ ପ୍ରତିବର୍ଷ ଦୀପାବଳିରେ ଆସନ୍ତାବର୍ଷର କାର୍ଯ୍ୟଯୋଜନା ଓ ଏବେ ଚାଲୁଥିବା କାର୍ଯ୍ୟର ସମୀକ୍ଷା ପାଇଁ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକ ଅନୁଷ୍ଠିତ ହୋଇଥାଏ । ଏଥର କୋରୋନା କଟକଣାରେ ପ୍ରଥମଥର କ୍ଷେତ୍ରସ୍ତରୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଷୟ ଉପରେ ଆଲୋଚନା ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.