ଭୁବନେଶ୍ବର: ଆସନ୍ତାକାଲି ଦଶ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ । ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଥିବା ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକରେ ସେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ଅକ୍ଟୋବର ୧୬, ୧୭ ଓ ୧୮ ତିନିଦିନ ଧରି ଶିକ୍ଷା ଓ ଅନୁସଧ୍ୟାନ ପରିସର-୨ ରେ ଏହି ବୈଠକ ଅନୁଷ୍ଠିତ ହେବ ।
ଏହି ବୈଠକରେ ସଂଘର ସରସଂଘଚାଳକ ଡ଼.ମୋହନ ଭାଗବତ ଜୀ ଏବଂ ସରକାର୍ଯ୍ୟବାହ ଶ୍ରୀ ଭୈୟାଜୀ ଯୋଶୀ ଉପସ୍ଥିତ ରହିବେ । ଦେଶର ସମସ୍ତ ପ୍ରାନ୍ତୀୟ ସ୍ତରର ମାନନୀୟ ପ୍ରାନ୍ତ ସଂଘ ଚାଳକ, ମାନନୀୟ ପ୍ରାନ୍ତ କାର୍ଯ୍ୟବାହ, ମାନନୀୟ ପ୍ରାନ୍ତ ପ୍ରଚାରକ ସମେତ ୩୮୦ ଜଣ କାର୍ଯ୍ୟକର୍ତା ଅପେକ୍ଷା କରି ଅଛନ୍ତି । ଓଡିଶା ପ୍ରାନ୍ତରେ ପ୍ରଥମଥର କରି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଏହି ଭଳି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ