ETV Bharat / city

କୋଭିଡ୍ ମୃତକଙ୍କ ପରିବାରକୁ 50 ହଜାର ସହାୟତା, ସମସ୍ତ ରାଜ୍ୟକୁ ଚିଠି ଲେଖିଲା କେନ୍ଦ୍ର

author img

By

Published : Sep 28, 2021, 4:48 PM IST

କୋଭିଡ ମୃତକଙ୍କ ପରିବାରକୁ ମିଳିବ 50 ହଜାର ଟଙ୍କାର ଅନୁକମ୍ପା ରାଶି । ସମସ୍ତ ରାଜ୍ୟକୁ ଚିଠି ଲେଖି ନିର୍ଦ୍ଦେଶ ଦେଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ସଂକ୍ରମଣର 30 ଦିନ ମଧ୍ୟରେ ମୃତ୍ୟୁ ହୋଇଥିଲେ ସହାୟତା ପାଇଁ ଯୋଗ୍ୟ ତାଲିକାରେ ହେବେ ସାମିଲ । ଅଧିକ ପଢନ୍ତୁ...

କୋଭିଡ୍ ମୃତକଙ୍କ ପରିବାରକୁ ମିଳିବ 50 ହଜାର ସହାୟତା, ସମସ୍ତ ରାଜ୍ୟକୁ ଚିଠି ଲେଖିଲା କେନ୍ଦ୍ର

ଭୁବନେଶ୍ବର: କୋଭିଡ ମୃତକଙ୍କ ପରିବାରକୁ ମିଳିବ 50 ହଜାର ଟଙ୍କା ସହାୟତା ରାଶି । କୋଭିଡରେ ସଂକ୍ରମିତ ହେବାର 30 ଦିନ ମଧ୍ୟରେ ପ୍ରାଣ ହରାଇଥିବା ଆକ୍ରାନ୍ତଙ୍କ ପରିବାରଙ୍କୁ 50 ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବେ ସମ୍ପୃକ୍ତ ରାଜ୍ୟ ସରକାର । ସୁପ୍ରିମ କୋର୍ଟଙ୍କ ଏଭଳି ନିର୍ଦ୍ଦେଶ ପରେ ସମସ୍ତ ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛି ଗୃହ ମନ୍ତ୍ରଣାଳୟ।

30 ଜୁନ 2021 ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କୋଭିଡ଼ରେ ପ୍ରାଣ ହରାଇଥିବା ପରିବାରକୁ ସହାୟତା ରାଶି ପ୍ରଦନା କରାଯିବ । ଏସଡିଆରଏଫ ପାଣ୍ଠିରୁ ସହାୟତା ରାଶି ଦେବାଲାଗି ଗୃହ ମନ୍ତ୍ରଣାଳୟ ଚିଠିରେ ଉଲ୍ଲେଖ କରିଛି । ସୂଚନା ଅନୁଯାୟୀ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏହି ବର୍ଗରେ ସଂକ୍ରମଣର 30 ଦିନ ଭିତରେ ଆତ୍ମହତ୍ୟା ବା ଦୁର୍ଘଟଣାରେ ମୃତକଙ୍କୁ ମଧ୍ୟ ସାମିଲ କରାଯିବ । ଏନେଇ ଏକ ସତ୍ୟପାଠ କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବୋଚ୍ଚ ନ୍ୟାୟାଳୟରେ ଦାଏର କରାଯାଇଥିଲା ।

ଏଥିପାଇଁ ରାଜ୍ୟ ସରକାରମାନେ ଖର୍ଚ୍ଚ ବହନ କରିବେ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଥିଲା । କେନ୍ଦ୍ର, ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟରେ ସ୍ପଷ୍ଟ ମଧ୍ୟ କରିଛି ଯେ କୋଭିଡ ସଂକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର କିମ୍ବା ସମ୍ପର୍କୀୟଙ୍କୁ ଏହି ସହାୟତା ରାଶି କ୍ଷତିପୂରଣ ଭାବେ ପ୍ରଦାନ କରିବା ପାଇଁ ନ୍ୟାସନାଲ ଡ଼ିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ସୁପାରିଶ କରିଥିଲେ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.