ଭୁବନେଶ୍ବର: କୋରୋନା ସଂକ୍ରମଣ ଚେନ୍ ଭାଙ୍ଗିବା ପାଇଁ ରାଜ୍ୟ ସରକାର 14 ଦିନିଆ ଲକଡାଉନ ଘୋଷଣା କରିଛନ୍ତି । ମେ 5ରୁ ମେ 19 ପର୍ଯ୍ୟନ୍ତ ସାରା ରାଜ୍ୟରେ ଲକଡାଉନ କଟକଣା ଲାଗୁ ହୋଇଛି । ଏହାରି ମଧ୍ୟରେ କିଛି ଅମାନିଆ କଟକଣା ମାନୁନଥିବା ଦେଖିବାକୁ ମିଳିଛି । ଗତ 24 ଘଣ୍ଟା ମଧ୍ୟରେ ଲକଡାଉନ ନିୟମ ଉଲଙ୍ଘନ ମାମଲାରେ ରାଜ୍ୟରେ 29 ଜଣ ଅମାନିଆଙ୍କୁ ବାନ୍ଧିଛନ୍ତି ପୋଲିସ ।
ସେହିପରି 24 ଘଣ୍ଟାରେ 7ଟି ମାମଲା ରୁଜୁ ହୋଇଥିବାବେଳେ 114ଟି ବାଇକ ଜବତ କରିଛି ପୋଲିସ । ଏହାଛଡା 14 ଲକ୍ଷ 27 ହଜାର 850 ଟଙ୍କା ଫାଇନ୍ ଆଦାୟ କରିଛନ୍ତି ପୋଲିସ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ