ETV Bharat / city

Row over AIIMS Name Change: କାହା ନାମରେ ନାମିତ ହେବ ଏମ୍ସ, କଣ କହୁଛନ୍ତି ନେତା-ଜନତା - ବିଜେପି ବିଧାୟକ ମୋହନ ମାଝି

କେଉଁ ଓଡିଆଙ୍କ ନାମ ରେ ନାମିତ ହେବ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଭୁବନେଶ୍ବର (All India Institute of Medical Sciences Bhubaneswar) । ବରପୁତ୍ର ନା ସ୍ବାଧୀନତା ସଂଗ୍ରାମୀ ନା କୌଣସି ଐତିହାସିକ ଘଟଣାବଳୀ ଅନୁସାରେ ଭୁବନେଶ୍ବର ଏମ୍ସର ନା ପରିବର୍ତ୍ତନ ହେବ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Aug 26, 2022, 9:09 PM IST

ଭୁବନେଶ୍ବର: କେଉଁ ଓଡିଆଙ୍କ ନାମ ରେ ନାମିତ ହେବ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଭୁବନେଶ୍ବର (All India Institute of Medical Sciences Bhubaneswar) । ବରପୁତ୍ର ନା ସ୍ବାଧୀନତା ସଂଗ୍ରାମୀ ନା କୌଣସି ଐତିହାସିକ ଘଟଣାବଳୀ ଅନୁସାରେ ଭୁବନେଶ୍ବର ଏମ୍ସର ନା ପରିବର୍ତ୍ତନ ହେବ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଚିଠି ପରେ ଏବେ ରାଜ୍ୟରେ ରାଜନୀତି ସରଗରମ ।

ଏହି ରାଜନୀତି ମଧ୍ୟରେ ଆଜି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ (Congress President Sarat Patnaik) କହିଛନ୍ତି ଯଦି ନାମ ପରିବର୍ତ୍ତନ ହେବ ତେବେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ନାମରେ ନାମିତ କରାଯାଉ । ଯେହେତୁ ମାନବ ସେବା ପାଇଁ ଉତ୍ସର୍ଗୀକୃତ ଥିଲେ ଗୋପବନ୍ଧୁ ତେଣୁ ଏମ୍ସ ମଧ୍ୟ ଲୋକଙ୍କ ସେବାରେ କାମ କରୁଛି । ତେଣୁ ଗୋପବନ୍ଧୁଙ୍କ ନାମରେ ନାମିତ ହେଲେ ଭଲ ହେବ । ରାଜ୍ୟବାସୀ ଏହା ଗ୍ରହଣ କରିବେ ।

Row over aiims name change: କାହା ନାମରେ ନାମିତ ହେବ ଏମ୍ସ,, କଣ କହୁଛନ୍ତି ନେତା ଜନତା

ସେପଟେ ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବରିଷ୍ଠ ବିଜେପି ବିଧାୟକ ମୋହନ ମାଝି କହିଛନ୍ତି, "ଉଭୟ କେନ୍ଦ୍ର ରାଜ୍ୟ ସରକାର ମିଳିତ ଭାବେ ରାଜ୍ୟ ପାଇଁ ଯାହା ପ୍ରଯୁଜ୍ୟ ତାହା କରନ୍ତୁ ।" ସେହିପରି ବିଜେପିର ବରିଷ୍ଠ ନେତା ପ୍ରଦୀପ ପୁରୋହିତ କହିଛନ୍ତି, "ଏମ୍ସର ନାମ କରଣ ନେତାଜୀଙ୍କ ନାଁରେ ହେବା ଉଚିତ । କାରଣ ଯେତେବେଳେ ଏମ୍ସର ଭିତ୍ତିଭୂମି ପଡିଥିଲା, ସେତେବେଳେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ନାମରେ ନାମିତ ହୋଇଥିଲା । ତେଣୁ ଆଉ କାହାରି ନାଁରେ ନ କରାଯାଇ ନେତାଜୀଙ୍କ ନାଁରେ କରାଯାଉ ।" ତେବେ ନେତାଜୀଙ୍କ ଅବଦାନ ସାରା ବିଶ୍ବ ବିଦିତ ବୋଲି କହିଛନ୍ତି ପ୍ରଦୀପ ।

ଅନ୍ୟପଟେ ବରିଷ୍ଠ ବିଜେଡି ବିଧାୟକ ଅମର ଶତପଥି କହିଛନ୍ତି, "ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସର ନା ଯଦି ପରିବର୍ତ୍ତନ ହେବ, ତେବେ ନେତାଜୀଙ୍କ ନାଁରେ ହେଉ ।"

ଏଠାରେ ପ୍ରଶ୍ନ-

ଏଠି ପ୍ରଶ୍ନ କାହିଁକି ଭାରତ ସରକାରଙ୍କୁ ଆବଶ୍ୟକ ପଡିଲା ଏମ୍ସର ନାମ ପରିବର୍ତ୍ତନ? ଏଥିରେ କୌଣସି ରାଜନୀତି ଉଦ୍ଦେଶ୍ୟ ନାହିଁ ତ ? ନାମ ପରିବର୍ତ୍ତନ ହେଲେ କେଉଁ ସ୍ବାର୍ଥ ସାଧିତ ହେବ ? ଲକ୍ଷ ଲକ୍ଷ ରୋଗୀଙ୍କ ସ୍ବାର୍ଥରେ ଆଞ୍ଚ ଆସିବ ନାହିଁତ ? ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ନାଁ ନେଇ କିପରି ପରିଚାଳିତ ହେବ ଦେଶର ଏହି ସର୍ବୋକୃଷ୍ଠ ସ୍ବାସ୍ଥ୍ୟ ସଂସ୍ଥାନ ? କୌଣସି ବିବାଦ ଉପୁଜିବ ନି ତ ? ନାମ ପରିବର୍ତ୍ତନ ହେଲେ କୌଣସି ଦ୍ବନ୍ଦ ସୃଷ୍ଟି ହେବ ନାହିଁ ତ ? ନାମ ପରିବର୍ତ୍ତନ ନେଇ ଯେଉଁ ଅର୍ଥ ଖର୍ଚ୍ଚ ହେବ ସେହି ଅର୍ଥ ଅନ୍ୟ କୌଣସି ରୋଗୀ କଲ୍ୟାଣରେ ଖର୍ଚ୍ଚ ହୋଇପାରନ୍ତା ।

ସୂଚନାଯୋଗ୍ୟ ଯେ, ଭାରତ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ନୂଆଦିଲ୍ଲୀ ଏମ୍ସ ସମେତ ଦେଶର ସମସ୍ତ ୨୩ଟି ଯାକ ଏମ୍ସର ଆଞ୍ଚଳିକ ସ୍ତରକୁ ଗୁରୁତ୍ୱ ଦେଇ ନାମ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଇଛି । ଏଥିପାଇଁ 4 ଟି ବର୍ଗରେ ନାମ ପଠଇବାକୁ ଚିଠିରେ ଉଲ୍ଲେଖ ରହିଛି । ରାଜ୍ୟ ସରକାର ପଠାଇଥିବା ନାମ ଗୁଡିକ ଅନୁଧ୍ୟାନ କରି କେନ୍ଦ୍ର ସରକାର ଚୂଡାନ୍ତ ନିଷ୍ପତ୍ତି ନେବେ ।

ଭୁବନେଶ୍ବରରୁ ଭବାନୀ ଦାସ, ବିକାଶ ଦାସ, ମନୋରଞ୍ଜନ ଶଙ୍ଖୁଆ ଓ ଲାଲ ମୋହନ ପଣ୍ଡାଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.