ଭୁବନେଶ୍ବର : କରୋନାକୁ ପ୍ରତିହତ କରିବା ପାଇଁ ଆଉ ଏହାର ନିରାକରଣ ଦିଗରେ ସ୍ବାସ୍ଥ୍ୟସେବାକୁ ଅଧିକା ତ୍ବରାନ୍ବିତ କରିବା ପାଇଁ ରୋଟାରୀ କ୍ଳବର ଅକ୍ସିଜେନ ସିଲିଣ୍ଡର ବଣ୍ଟନ । କ୍ଳବ ପକ୍ଷରୁ ବିଏମସିକୁ ଜରୁରୀକାଳୀନ ଭିତ୍ତିରେ ୧୨ଟି ଅକ୍ସିଜେନ ସିଲିଣ୍ଡର ପ୍ରଦାନ କରାଯାଇଛି । ଗିପ୍ଟ ଅଫ ଲାଇଫର ବାର୍ତ୍ତା ନେଇ ରୋଟାରୀ କ୍ଳବ ଭୁବନେଶ୍ବର ଷ୍ଟାଇଲ ତରଫରୁ ସହରବାସୀଙ୍କ ହିତରେ ଏହି ଅକ୍ସିଜେନ ସିଲିଣ୍ଡର ଦିଆଯାଇଛି ।
ଭୁବନେଶ୍ବର ମେୟର ଏହି ଅକ୍ସିଜେନ ସିଲିଣ୍ଡରକୁ ଗ୍ରହଣ କରିବାସହ ସ୍ବେଚ୍ଛାସେବୀ ସଂଗଠନକୁ ଧନ୍ୟବାଦ ଦେଇଥିଲେ । ଆଉ ତାଙ୍କର ଏହି ପ୍ରୟାସକୁ ପ୍ରଶଂସା କରିବା ସହ ସହରର ସ୍ୱାସ୍ଥ୍ୟ ସେବା କ୍ଷେତରେ ଏକ ସୁନ୍ଦର ସହଭାଗିତା ବୋଲି କହିଛନ୍ତି । ଏପରିକି ଯଦିଓ ଏବେ ଯାଏଁ ଆମେ କରୋନା କବଳରେ ନାହୁଁ ହେଲେ ଅନ୍ୟ ରାଜ୍ୟ ଏହାର ସଂକ୍ରମଣ ଦେଖାଗଲାଣି । ତେଣୁ ଆମକୁ ଅଧିକା ସଚେତନତା ରହିବାକୁ ପଡିବ ଆଉ କୋଭିଡ ନିୟମକୁ ମାନିବାକୁ ପଡିବ ବୋଲି କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର