ଭୁବନେଶ୍ବର: ଓଡିଶା ରସଗୋଲାକୁ GI ଟ୍ୟାଗ ମିଳିବା ପରେ ଉତ୍ସବ ମାହୋଲ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛି ଉତ୍କଳ ମିଷ୍ଟାନ୍ନ ବ୍ୟବସାୟ ସଂଘ । ମୁହଁମିଠା କଲେ ମୁଖିଆ । ପରସ୍ପରକୁ ମିଠା ଖୁଆଇଲେ ମନ୍ତ୍ରୀ ଓ ବିଧାୟକ ।
ମିଳିଲା ମାନ୍ୟତା । ସଚିବାଳୟରେ ନବୀନଙ୍କୁ ଭେଟିଲା ଉତ୍କଳ ମିଷ୍ଟାନ୍ନ ବ୍ୟବସାୟ ସଂଘ । ସମସ୍ତଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ । ନବୀନ ଖୁସ, ବ୍ୟବସାୟୀ ବି ଖୁସ । ଉତ୍କଳ ମିଷ୍ଟାନ୍ନ ବ୍ୟବସାୟ ସଂଘର ସଭାପତି ବିମ୍ବାଧର ବେହେରା ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କୁ ମୁଖ୍ୟମନ୍ତ୍ରୀ କହିଲେ ‘ସାବାସ’ ।
ଏହି ଅବସରରେ ବିମ୍ବାଧର କହିଛନ୍ତି, GI ମାନ୍ୟତା ମିଳିବା ଆମ ସ୍ଵାଭିମାନର ବିଷୟ । ଏଥିପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ । ଏ ଲଢେଇରେ ରାଜ୍ୟ ସରକାର ସମ୍ପୁର୍ଣ୍ଣ ସହଯୋଗ କରିଥିଲେ ।
ଓଡ଼ିଶାର ରସଗୋଲା ଜିଆଇ ଟ୍ୟାଗ୍ ପାଇବା ପରେ ଏହାର ମାନ ବଢିଛି । ଏହା ସହ ବ୍ୟବସାୟ ବଢିବ ବୋଲି ସେ ଆଶାବାଦୀ ଥିବା କହିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ