ETV Bharat / city

ମୋ ସ୍କୁଲ ଯୋଜନାରେ ଆଧ୍ୟାତ୍ମିକ ପାଠପଢାକୁ ଦିଆଯିବ ଗୁରୁତ୍ବ

author img

By

Published : Feb 26, 2021, 9:58 AM IST

ଆଧ୍ୟାତ୍ମିକ ପାଠପଢାକୁ ସରକାରୀସ୍ତରରେ ମୋ ସ୍କୁଲ କାର୍ଯ୍ୟକ୍ରମରେ ସାମିଲ କରାଯିବ । ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ଆଧ୍ୟାତ୍ମିକ ପାଠପଢା
ଆଧ୍ୟାତ୍ମିକ ପାଠପଢା

ଭୁବନେଶ୍ବର: ଆଧ୍ୟାତ୍ମିକ ପାଠପଢାକୁ ସରକାରୀସ୍ତରରେ ମୋ ସ୍କୁଲ କାର୍ଯ୍ୟକ୍ରମରେ ସାମିଲ କରାଯିବ । ପିଲାଙ୍କର କିପରି ସର୍ବାଙ୍ଗୀନ ଉନ୍ନତି ହେବ ସେନେଇ ପଦକ୍ଷେପ ନିଆଯିବ ବୋଲି ଖଣ୍ଡଗିରି ସ୍ଥିତ ଶିବନନ୍ଦ ବାଳକ ବିଦ୍ୟାଳୟରେ ରୋବଟିକ ଲ୍ୟାବ ଉଦଘାଟନ ସମୟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି ।

ମୋ ସ୍କୁଲ ଯୋଜନାରେ ଆଧ୍ୟାତ୍ମିକ ପାଠପଢାକୁ ଦିଆଯିବ ଗୁରୁତ୍ବ

ରୋବଟିକ ଲ୍ୟାବକୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଉଦଘାଟନ କରିଛନ୍ତି । ଚଳିତ ବର୍ଷ ଠାରୁ ଏହି ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଆରମ୍ଭ ହୋଇଥିବାବେଳେ ଏହାକୁ ମଧ୍ୟ ମୁଖ୍ୟ ଶାସନ ସଚିବ ଉଦଘାଟନ କରିଛନ୍ତି । ଅର୍ଥନୈତିକ ରାଜୀବ ସାହୁଙ୍କ ପ୍ରତ୍ୟେକ୍ଷ ଉଦ୍ୟମ ଓ ସହାୟତା ଫଳରେ ବିଦ୍ୟାଳୟର ଏହି ରୋବଟିକ ଲ୍ୟାବ ହୋଇପାରିଛି ବୋଲି ଜଣାପଡିଛି ।

ଏହି ଅବସରରେ ମୁଖ୍ୟ ଶାସନ ସଚିବ କହିଛନ୍ତି, ‘ରୋବଟିକ ଲ୍ୟାବ ଆରମ୍ଭ ହେଲା । ଆଶ୍ରମରେ 600 ପିଲା ରହୁଛନ୍ତି । ଆଧ୍ୟାତ୍ମିକ ପାଠପଢାକୁ ସରକାରୀସ୍ତରରେ ‘ମୋ ସ୍କୁଲ’ କାର୍ଯ୍ୟକ୍ରମରେ ସାମିଲ କରାଯିବ ।’ ସେହିପରି ଯଦି ପିଲାମାନେ ଛୋଟ ସମୟରୁ ଟେକ୍ନୋଲୋଜିରେ ମନ ବଳାଇବେ ତେବେ ଆଗକୁ ଅଧିକ ମତରେ ଅଭ୍ୟାସ ରହିବ ବୋଲି ଅର୍ଥନୈତିକ ରାଜୀବ ସାହୁ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.