ଭୁବନେଶ୍ବର: ଭୟଙ୍କର ଅଗ୍ନିକାଣ୍ଡ ବେଳେ ମୁକାବିଲା କରିବ ରୋବୋ। ଅର୍ଥାତ ନିଆଁ ଲିଭାଇବ ଏହାସହିତ ଅଗ୍ନିଶମ କର୍ମଚାରିଙ୍କ ଆଖି ମୁଣ୍ଡ ସାଜି ମୁକାବିଲା କରିବାରେ ସହଯୋଗ କରିବ। ପେଟ୍ରୋଲ ପମ୍ପ ବିସ୍ଫୋରଣ ହେଉ ବା ଗ୍ୟାସ ବିସ୍ଫୋରଣ ଅସର୍ଯ୍ୟ ତାପମାତ୍ରାର ନିଆଁଝାସ ଭଳି ବିପଦପୂର୍ଣ୍ଣ ଜାଗାରେ ପହଞ୍ଚିବା ସହ ଅଗ୍ନିଶମ କର୍ମଚାରୀଙ୍କୁ ସହଯୋଗ କରିବ। ଲୋକଙ୍କୁ ଉଦ୍ଧାର ପାଇଁ ଜୀବନକୁ ବାଜି ଲଗାଇ ଅଗ୍ନିଶମ କର୍ମଚାରୀ ପହଞ୍ଚନ୍ତି ସତ, କିନ୍ତୁ କିଛି ଘଟଣାରେ ଆହତ ହେବାର ଉଦାହରଣ ରହିଛି । ଏହି ସମସ୍ୟାରୁ ମୁକୁଳିବା ପାଇଁ ନୂଆ ଉପାୟ ଆପଣାଇବାକୁ ଯୋଜନା କରୁଛନ୍ତି ଅଗ୍ନିଶମ ବାହିନୀ । ଏନେଇ ‘ରୋବୋଟିକ୍ ଫାୟାର ଫାଇଟିଂ ସିଷ୍ଟମ’ ଉପରେ ତର୍ଜମା କରାଯାଉଛି।
ଯାହାକୁ ନେଇ ବୁଧବାର ବରମୁଣ୍ଡାରେ ଥିବା ଓଡ଼ିଶା ଫାୟାର ଆଣ୍ଡ ଡିଜାଷ୍ଟର ରେସ୍ପୋନ୍ସ ଏକାଡେମୀରେ ଏହି ରିମୋଟ୍ ଚାଳିତ ରୋବୋଟିକ୍ ମେସିନ୍ର ଏକ ଡେମୋ କାର୍ଯ୍ୟକ୍ରମ ହୋଇଛି । ଅହମ୍ମଦାବାଦରୁ ଆସିଥିବା ଏକ ସ୍ବଦେଶି କମ୍ପାନୀ ଏହାର ଡେମୋ ଦେଖାଇଛନ୍ତି । ଅଗ୍ନିଶମ ବିଭାଗର ବରିଷ୍ଠ ଅଧିକାରୀମାନେ ସେଠାରେ ଉପସ୍ଥିତ ରହି ସେ ସବୁର ତର୍ଜମା କରିଛନ୍ତି। ଯେକି ଜଣେ ଲିଡି ଫାୟାର ମ୍ୟାନପରି ପ୍ରଥମେ ଅଜ୍ଞାତ ସ୍ଥାନକୁ ଭିଷଣ ତାପମାତ୍ରାରେ ପହଞ୍ଚି କିପରି ନିଆଁ ଲାଗିଥିବା ସ୍ଥାନ ସହ ସେଠାରେ ଫସିଥିବା ଲୋକଙ୍କୁ କିପରି ଉଦ୍ଧାର ପାଇଁ କ୍ୟାମେରା ଜରିଆରେ ସୂଚନା ଦେଉଥିଲା ସେସବୁର ଗୋଟିଏ ରୋବୋଟିକର ଡେମୋ ଦେଖିବାକୁ ମିଳିଥିଲା।
ଯେଉଁ ମେସିନର ଦାମ ପାଖପାଖି ୭୦ରୁ ୯୫ ଲକ୍ଷ ଟଙ୍କା । ମେସିନରେ ହାଇପାଓ୍ବାର ରିଜୋଲୁସ୍ୟନର କ୍ୟାମେରା ଖଞ୍ଜା ଯାଇଛି । ଏଥିରେ ପାଣି ସ୍ପ୍ରେ ବ୍ୟବସ୍ଥା ରହିଛି । ଯାହାକି ପାଇପ ଯୋଗେ ପାଣି ଟାଙ୍କି ସହ ଯୋଡ଼ାଯାଇ ପାରିବ । ଏହାକୁ ରିମୋଟ୍ ଦ୍ବାରା ପରିଚାଳିତ କରାଯାଇ ପାରିବ । ରୋବୋଟିକ ମେସିନ୍ର ବିଶେଷତ୍ବ ହେଉଛି, ଅଗ୍ନିକାଣ୍ଡ ଘଟିଥିବା ବିଲ୍ଡିଂର ବିପଦପୂର୍ଣ୍ଣ ଅଞ୍ଚଳକୁ ଏପରିକି ସିଡିରେ ମଧ୍ୟ ରୋବୋଟିକ୍ ମେସିନ୍ଟି ଯାଇପାରିବ । ଅଗ୍ନିଶମ କର୍ମଚାରୀ ରିମୋଟ ଯୋଗେ ଏହାକୁ କଣ୍ଟ୍ରୋଲ କରି ଅପହଞ୍ଚ ସ୍ଥାନରେ ପାଣି ସ୍ପ୍ରେ କରି ନିଆଁ ଲିଭାଇ ପାରିବେ ଏହି ସିଷ୍ଟମ ଅଗ୍ନିଶମ ବାହିନୀର ମୁଖ୍ୟ ଅସ୍ତ୍ର ପାଲଟିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଓଡିଶା ଫାୟାର ଅଧିକାରୀଙ୍କୁ ତାହା ପସନ୍ଦ ଆସିନଥିବା ଆଉ କିଛି ଦିଗ ପ୍ରତି ତର୍ଜମା କରିବାର ଆବଶ୍ବକତା ରହିଥିବା ବରିଷ୍ଠ ଅଧିକାରୀ କହିଛନ୍ତି।। ସ୍ବଦେଶୀ ଅଗ୍ନିଶମ ସଂସ୍ଥାର କର୍ମଚାରୀ ପରେଶ ଜଇଶ୍ବାଲଙ୍କ ସହ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ