ETV Bharat / city

Chain Snatching In Bhubaneswar: ଛୁଆଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ମା’ଠୁ ଝାମ୍ପିଲେ ସୁନାଚେନ

author img

By

Published : May 11, 2022, 10:46 AM IST

ରାଜଧାନୀରେ ବନ୍ଧୁକଧାରୀ ଲୁଟେରାଙ୍କ କାରାନାମା। ବିଚ ରାସ୍ତାରେ ଆତଙ୍କ ରଚି ଝାମ୍ପିଲେ ସୁନାଚେନ୍। ଶିକାର ହେଲେ ନବରଙ୍ଗପୁରରୁ ଆସିଥିବା ପରିବାର । ଅଧିକ ପଢନ୍ତୁ

Chain Snatching In Bhubaneswar:ଛୁଆଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ମା’ଠୁ ଝାମ୍ପିଲେ ସୁନାଚେନ

ଭୁବନେଶ୍ବର : ରାଜଧାନୀରେ ବନ୍ଧୁକଧାରୀ ଲୁଟେରାଙ୍କ କାରାନାମା । ବିଚ ରାସ୍ତାରେ ଆତଙ୍କ ରଚି ଝାମ୍ପିଲେ ସୁନାଚେନ୍ । ଶିକାର ହେଲେ ନବରଙ୍ଗପୁରରୁ ଆସିଥିବା ପରିବାର ।

ଭୟର ଆତଙ୍କ ଖେଳିଲା ସ୍ଥାନୀୟ ଅଞ୍ଚଳରେ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ବର ନୟାପଲ୍ଲୀ ଥାନା ଅଞ୍ଚଳରେ। ଅନ୍ଧାର‌ ରାତିରେ ବନ୍ଧୁକଧାରୀଙ୍କ ସହ ସଙ୍ଘର୍ଷ କରି ରକ୍ତାକ୍ତ ହୋଇଛନ୍ତି ଅଭିଯୋଗକାରିଣୀ । ଜୟଦେବ ବିହାର ବିଜୁପଟ୍ଟନାୟକ ରୋଡରେ ଘଟିଛି ଘଟଣା ।

ମଙ୍ଗଳବାର ରାତିରେ ନବରଙ୍ଗପୁରରୁ ଆସିଥିବା ପଙ୍କଜ ଅଗ୍ରୱାଲ ଓ ତାଙ୍କ ପତ୍ନୀ ସହ ଦୁଇ ଛୁଆ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ସାରି ଫେରୁଥିଲେ ହୋଟେଲକୁ । ବାଟରେ ଚାଲି ଚାଲିଯିବାବେଳେ ଆଇଡିବିଆଇ ବ୍ୟାଙ୍କ ପାଖ ରାସ୍ତାରେ ହଠାତ ବାଇକରେ ପହଞ୍ଚି ଥିଲେ ଦୁଇ ଲୁଟେରା । ବନ୍ଧୁକ ବାହାର କରି 4ବର୍ଷର ଛୁଆ ମୁଣ୍ଡରେ ଲଗାଇ ଧମକାଇ ଥିଲେ ।

ସୁନା ଚେନ ପଙ୍କଜଙ୍କ ପତ୍ନୀଙ୍କ ବେକରୁ ଝାମ୍ପିଥିଲେ । ହେଲେ ପଙ୍କଜଙ୍କ ପତ୍ନୀ ପ୍ରତିବାଦ କରିବାରୁ ଲୁଟେରା ତାଙ୍କୁ ଘୋଷାଡି ନେଇଥିଲେ । ପରେ ସେଠାରୁ ଛୁ ମାରିଥିଲେ। ଏନେଇ ଖଵର ପାଇ ନୟାପଲ୍ଲୀ ଥାନା ଓ ସ୍ପେଶାଲ ସ୍କ୍ବାର୍ଡ ପହଞ୍ଚି ଅଭିଯୋଗକାରିଣୀଙ୍କ ଠୁ ପୁରା ଘଟଣା ବୁଝିଥିଲା । ତେଵେ ସହରରେ ଏବେ ବନ୍ଧୁକଧାରୀ ଲୁଟେରା ଗୋଟିଏ ପରେ ଗୋଟିଏ ଘଟଣା ଘଟାଇ କମିସନରେଟ ପୋଲିସ ମୁହଁରେ କାଳି ବୋଳିଵା ଭଳି କାରନାମା ଘଟାଉଛି ।

ବାରମ୍ବାର ଏଭଳି ଘଟଣା ଘଟୁଥିଲେ ବି ପୋଲିସ ପାଉନି ସୁରାକ। ଗତ ମେ 3ରେ ବନ୍ଧୁକଧାରୀ ଲୁଟେରା ସାମନ୍ତରାପୁର ଛକରେ ଥିବା ଏକ ଜୁଏଲାରି ମାଲିକ ଠୁ ଲୁଟିଥିଲେ ବ୍ୟାଗ । ସହିପରି 24ଏପ୍ରିଲରେ ଜାଆଁଳା ଛକ ସୁନା ବ୍ୟବସାୟୀ ଭଗବାନ ସୁବୁଧିଙ୍କ ଠୁ ଲୁଟ ପାଇଁ ଉଦ୍ୟମ କରିଥିଲେ। 2 ଏପ୍ରିଲ ଖଣ୍ଡଗିରି ସୌଭାଗ୍ୟ ନଗର ଛକରୁ ଓମ ପ୍ରକାଶ ସାହୁଙ୍କ ମୁଣ୍ତରେ ଵନ୍ଧୁକ ଲଗାଇ 6ଲକ୍ଷ ଟଙ୍କାର ଗହଣା ନେଇଯାଇଥିଲେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.