ETV Bharat / city

ଶିଳ୍ପ ପ୍ରତିଷ୍ଠା ପାଇଁ ଚୀନରେ ରୋଡ୍ ସୋ

author img

By

Published : Sep 5, 2019, 10:33 PM IST

ଓଡିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଶିଳ୍ପ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଚୀନର ଗ୍ଵାଙ୍ଗଝାଓ ଠାରେ ଏକ ରୋଡ଼ ସୋ କରାଯାଇଛି । ଓଡ଼ିଶାରେ ପୁଞ୍ଜିନିବେଶ ବଢାଇବା ଲକ୍ଷ୍ୟରେ ଏହି ରୋଡସୋର ଆୟୋଜନ କରାଯାଇଥିଲା। ଯେଉଁଥିରେ ଚୀନର ଅନେକ ଶିଳ୍ପଦ୍ୟୋଗୀ ଯୋଗ ଦେଇଥିଲେ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଶିଳ୍ପ କ୍ଷେତ୍ରରେ ପୁଞ୍ଜି ନିବେଶ ବଢାଇବା ଉପରେ ଗୁରୁତ୍ବରୋପ କରିଛନ୍ତି ଓଡିଶା । ଆଉ ଏହି କ୍ରମରେ ସୁଦୂର ଚୀନରେ ଗ୍ଵାଙ୍ଗଝାଓ ଠାରେ ଆୟୋଜିତ ହୋଇଯାଇଛି ଏକ ରୋଡ ସୋ। ଯେଉଁଥିରେ ଯୋଗ ଦେଇଥିଲେ ରାଜ୍ୟ ଶିଳ୍ପ, ଶକ୍ତି ଏବଂ ଏମଏସଏମଇ ଉଦ୍ୟୋଗ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।

ଓଡିଶାରେ ପୁଞ୍ଜିନିବେଶକୁ ବଢାଇବା ଲକ୍ଷ୍ୟରେ ଏହି ରୋଡ ସୋର ଆୟୋଜନ କରାଯାଇଛି। ଏଥିରେ ଯୋଗଦେବା ପାଇଁ ଶିଳ୍ପ ବିଭାଗର ବରିଷ୍ଠ ପଦାଧିକାରୀ ଏବଂ ଶିଳ୍ପଦ୍ୟୋଗୀଙ୍କ ଏକ ପ୍ରତିନିଧି ଦଳ ଚୀନ ଯାତ୍ରା କରିଥିଲା। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଶିଳ୍ପ ମନ୍ତ୍ରୀ କହିଛନ୍ତି ଯେ, ଭାରତ ଏବଂ ଚୀନର ସମ୍ପର୍କ ବହୁ ପୁରାତନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବ ରାଜ୍ୟରେ ବିକାଶ ହୋଇଛି। ଏହା ସହ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କରାଯାଉଛି।

ଏହା ସହ ସେ ଚୀନର ଶିଳ୍ପଦ୍ୟୋଗୀଙ୍କୁ ଓଡିଶାରେ ପୁଞ୍ଜିନିବେଶକୁ ନିମନ୍ତ୍ରଣ କରିଛନ୍ତି। ଶିଳ୍ପ ପ୍ରତିଷ୍ଠା ଦିଗରେ ସମସ୍ତ ସୁବିଧା ଯୋଗାଇ ଦେବେ ବୋଲି ପ୍ରତିଶ୍ରୃତି ଦେଇଛନ୍ତି ସେ । ଏହି ରୋଡସୋ ଚୀନରେ ଡାଙ୍ଗଓ୍ଵଂ ଠାରେ ପ୍ରତିଷ୍ଠିତ ନାଇନ ଡ୍ରାଗନ ପେପର କମ୍ପାନୀ ଓଡ଼ିଶାରେ ପୁଞିନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:

ଶିଳ୍ପ, ଶକ୍ତି, ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟଗ ମନ୍ତ୍ରୀ କ୍ୟାପେଟେନ ଦିବ୍ୟଶଙ୍କର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଶିଳ୍ପ ବିଭାଗର ବରିଷ୍ଠ ପଦାଧିକାରୀ ଏବଂ ଶିଳ୍ପଦ୍ୟୈଗି ମାନଙ୍କୁ ନେଇ ଓଡିଶା ସରକାରଙ୍କ ଏକ ପ୍ରତିନିଧି ଦଳ ଓଡ଼ିଶାରେ ପୁଞିନିବେଶ ର ଅଭିବୃଦ୍ଧି ଲକ୍ଷ ନେଇ ଚିନର ଗ୍ଵାଙ୍ଗଝାଓ ଠାରେ ଏକ ରୋଡ଼ ସୋ ର ଆୟୋଜନ କରିଛନ୍ତି ।।Body:ଏହି ପରିପେକ୍ଷିରେ ଶିଳ୍ପ ମନ୍ତ୍ରୀ କହିଛନ୍ତି ଯେ ଭାରତ ଓ ଚିନ ର ସମ୍ପର୍କ ବହୁ ପୁରାତନ ।ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ଙ୍କ ନେତୃତ୍ୱ ରାଜ୍ୟରେ ବିକାଶ ହୋଇଛି ।ଏହା ସହ ଶିଳ୍ପ ପ୍ରତିଷ୍ଠା ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି । ଏହା ସହ ଚିନର ଶିଳ୍ପୀ ମାନଙ୍କୁ ଓଡିଶା କୁ ନିମନ୍ତ୍ରଣ କରିଛନ୍ତି ।ଶିଳ୍ପ ପ୍ରତିଷ୍ଠା ଦିଗରେ ସବୁପ୍ରକାର ସୁବିଧା ଯୋଗାଇ ଦେବାକୁ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Conclusion:ଏହି ରୋଡ ସୋ ମାଧ୍ୟମରେ ଚିନରେ ଡାଙ୍ଗଓ୍ଵଂ ଠାରେ ପ୍ରତିଷ୍ଠିତ ନାଇନ ଡ୍ରାଗନ ପେପର କମ୍ପାନୀ ଓଡ଼ିଶାରେ ପୁଞିନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ଆୟୋଜିତ ରୋଡ୍ ସୋ ରେ ଚିନ ର ବହୁସଂଖ୍ୟକ ଶିଳ୍ପ ଦୈଗୀ ଯୋଗଦେଇଥିଲେ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.