ETV Bharat / city

କଡାକଡି ହେବ ସହରରେ ଭାରି ଯାନ ଚଳାଚଳ କଟକଣା - ପରିବହନ ମନ୍ତ୍ରୀ ଟୁକୁନି ସାହୁ

ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସଡ଼କ ନିରାପତ୍ତା ପରିଷଦର ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଡ଼କ ସୁରକ୍ଷାକୁ ସୁନିଶ୍ଚିତ କରିବା ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ଆଲୋଚନା କରାଯାଇଛି । ଅଧିକ ପଢ଼ନ୍ତୁ

road seft meeting in bhubaneswar
କଡାକଡି ହେବ ସହରରେ ଭାରି ଯାନ ଚଳାଚଳ କଟକଣା
author img

By

Published : Sep 17, 2022, 10:49 AM IST

ଭୁବନେଶ୍ବର: ରାଜ୍ୟ ସଡ଼କ ନିରାପତ୍ତା ପରିଷଦର ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ସଡ଼କ ସୁରକ୍ଷାକୁ ସୁନିଶ୍ଚିତ କରିବା ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ଆଲୋଚନା କରାଯାଇଛି ।

ବୈଠକରେ ମନ୍ତ୍ରୀ କହିଛନ୍ତି, "ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ଆମ ଦେଶର ସ୍ଥିତି ଅତ୍ୟନ୍ତ ଉଦ୍‌ବେଗଜନକ । ଆମ ରାଜ୍ୟରେ ମଧ୍ୟ ଏହି ସ୍ଥିତି ଚିନ୍ତାଜନକ ଅଟେ । ଏଥି ପାଇଁ ବ୍ୟାପକ ସଡ଼କ ସୁରକ୍ଷା ସମ୍ପର୍କିତ ସଚେତନତା, ଟ୍ରାଫିକ ନିୟନ୍ତ୍ରଣ, ରାସ୍ତା ମରାମତି ଇତ୍ୟାଦିର ଆବଶ୍ୟକତା ରହିଛି ।" ବୈଠକରେ ରାଜ୍ୟରେ ପଞ୍ଚାୟତିରାଜ ଅନୁଷ୍ଠାନ ଏବଂ ଏନସିସି କ୍ୟାଡେଟମାନଙ୍କୁ ସଂଶ୍ଳିଷ୍ଟ କରି ସଡ଼କ ସୁରକ୍ଷା ଉପରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବା ନେଇ ଗୁରୁତ୍ୱାରୋପ କରାଯାଇଛି ।

ଦୁଇ ଚକିଆ ଯାନଚାଳକଙ୍କ ନିମନ୍ତେ ହେଲମେଟ ବ୍ୟବହାରକୁ ବାଧ୍ୟତାମୂଳକ କରାଯିବା ସହ ସହର ମଧ୍ୟକୁ ଭାରି ଯାନ ଚଳାଚଳ ଉପରେ କଟକଣା ନିମନ୍ତେ ନିଷ୍ପତ୍ତି ନିଆଯାଇଛି । ଏହାସହ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ରାଜପଥ ନିର୍ମାଣ ଏବଂ ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମଙ୍ଗୁଳି ଛକରୁ ସମ୍ବଲପୁର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟକୁ ତ୍ଵରିତ କରିବା, ନିଶାଦ୍ରବ୍ୟ ସେବନ କରି ଗାଡ଼ିଚାଳନା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ରାସ୍ତା ନିର୍ମାଣ ଓ ମରାମତି ସମ୍ପର୍କିତ ଗୁଣବତ୍ତା ଉପରେ ଗୁରୁତ୍ଵ ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ସାଧାରଣ ସେବାକୁ ତ୍ବରାନ୍ବିତ କରିବ ଆଧାର ସଂଯୋଗୀକରଣ, କହିଲେ ମୁଖ୍ୟ ଶାସନ ସଚିବ

ଆସନ୍ତା ଅକ୍ଟୋବର ମାସରୁ ଗାଡ଼ି ପଛରେ ନାଲି ଆଲୁଅ ଅଥବା ରିଫ୍ଲେକ୍‌ଟିଭ୍ ଟେପ୍‌କୁ ବାଧ୍ୟତାମୂଳକ କରିବା, ଜାତୀୟ ରାଜପଥରେ ପାଟ୍ରୋଲିଂକୁ କଡ଼ାକଡ଼ି କରିବା ଉଦ୍ଦେଶ୍ୟରେ ପୋଲିସ କମିଶନରଙ୍କୁ ଯାନ ଯୋଗାଇ ଦେବା, ଭୁବନେଶ୍ଵର - କଟକ ରାସ୍ତାରେ ଲେନ ଡ୍ରାଇଭିଂ ବ୍ୟବସ୍ଥାର ପ୍ରଚଳନ ଆଦି ବିଷୟ ନେଇ ବିସ୍ତୃତ ଆଲୋଚନା ହୋଇଛି ।

ବୈଠକରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନିଲ କୁମାର ବଂଶଲ, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ଷ୍ଟେଟ୍ କ୍ରାଇମ୍ ରେକର୍ଡ ବ୍ୟୁରୋ ନିର୍ଦ୍ଦେଶକ, ପରିବହନ ଆୟୁକ୍ତ ଅରୁଣ ବୋଥ୍ରା, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ରାଜ୍ୟ ସଡ଼କ ପରିବହନ ନିଗମର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ, ଟ୍ରକ୍ ଏବଂ ବସ ମାଲିକ ସଂଘର କର୍ମକର୍ତ୍ତା ଏବଂ ପରିବହନ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.