ETV Bharat / city

23 ବ୍ଲାକ ସ୍ପଟ ପାଇଁ ବଢୁଛି ଦୁର୍ଘଟଣା - road safety awareness programme

ଖୋର୍ଦ୍ଧା ଜିଲ୍ଲାରେ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ ଲୋକସଭା ସଂସାଦଙ୍କ ଅଧ୍ୟକ୍ଷତାରେ ରୋଡ଼ ସେଫଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏନଏଚ ଅଞ୍ଚଳରେ ଅଧିକ ମାତ୍ରାରେ ମୃତ୍ୟୁ ଘଟୁଥିବା ସହ ଅନେକ ସମସ୍ୟାରେ ପଢୁଛନ୍ତି ସାଧାରଣ ଲୋକଙ୍କ ସହ ଗାଡି ଚାଳକ । ଅଧିକ ପଢନ୍ତୁ...

ଖୋର୍ଦ୍ଧା ଜିଲ୍ଲାରେ 23 ଟି ବ୍ଲାକ ସ୍ପଟ ପାଇଁ ବଢୁଛି ଦୁର୍ଘଟଣା

author img

By

Published : Mar 6, 2021, 5:26 PM IST

ଭୁବନେଶ୍ବର : ଖୋର୍ଦ୍ଧା ଜିଲ୍ଲାରେ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ ଲୋକସଭା ସାଂସଦଙ୍କ ଅଧ୍ୟକ୍ଷତାରେ ରୋଡ଼ ସେଫଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏନଏଚ ଅଞ୍ଚଳରେ ଅଧିକ ମାତ୍ରରେ ମୃତ୍ୟୁ ଘଟୁଥିବା ସହ ଅନେକ ସମସ୍ୟାରେ ପଢୁଛନ୍ତି ସାଧାରଣ ଲୋକଙ୍କ ସହ ଗାଡି ଚାଳକ ।

ଖୋର୍ଦ୍ଧା ଜିଲ୍ଲାରେ 23 ଟି ବ୍ଲାକ ସ୍ପଟ ପାଇଁ ବଢୁଛି ଦୁର୍ଘଟଣା
ଖୋର୍ଦ୍ଧା ଜିଲ୍ଲାର ସଡକ ସୁରକ୍ଷାକୁ ଅଧିକ ସୁଗମ କରିବା ପାଇଁ ଏକ କମିଟ ଗଠନ କରାଯାଇଛି । ଖୋର୍ଦ୍ଧା ଜିଲ୍ଲାରେ ଜାତୀୟ ରାଜପଥ 175 କିଲୋମିଟର ଯାଇଥିବା ବେଳେ ରାଜ୍ୟ ରାଜପଥ 33 କିଲୋମିଟର ରହିଛି । ଆଉ ଲକଡାଉନ ସମୟରେ ଖୋର୍ଦ୍ଧା ଜିଲ୍ଲାରେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢିଛି । ଯାହାକୁ ନେଇ ଏନଏଚକୁ ନେଇ ସମ୍ପୂର୍ଣ୍ଣ ଦାୟୀ କରାଯାଇଛି । ଖୋର୍ଦ୍ଧା ଜିଲ୍ଲାରେ ମୋଟ ରେଜିଷ୍ଟ୍ରେସନ ଗାଡି 1546791ଟି ରହିଥିବା ବେଳେ ବାର୍ଷିକ 11 ପ୍ରତିଶତ ଗାଡି ବଢିଛି ।

2019ରେ ଏନଏଚରେ ମୃତ୍ୟୁ ସଂଖ୍ୟା 287 ଜଣଙ୍କର ହୋଇଥିବା ବେଳେ 2020 ରେ 217 ଜଣଙ୍କର ମୃତ୍ୟୁ ଘଟିଛି । ତେବେ କରୋନା ମହାମାରୀ ପାଇଁ ଓଡ଼ିଶାରେ ଲକଡାଉନ ରହିଥିବା ବେଳେ 2019 ଅପେକ୍ଷା 2020 ମସିହାରେ ଏନଏଚ ରେ ମୃତ୍ୟୁ ସଂଖ୍ୟା ବଢିଥିବା ରିପୋର୍ଟରେ ଦର୍ଶାଯାଇଛି । ଅନ୍ୟପଟେ ଖୋର୍ଦ୍ଧାରେ 23 ଟି ବ୍ଲାକ ସ୍ପଟ ରହିଛି । କେବଳ ଫୁଲ ନଖରାରୁ ବରକୁଳ ପର୍ଯ୍ୟନ୍ତ 20 ଟି ବ୍ଲାକ ସ୍ପଟ ରହିଥିବା ବେଳେ ଖୋର୍ଦ୍ଧାରୁ ବୋଲଗଡ଼ ଅଞ୍ଚଳ ମଧ୍ୟରେ 3ଟି ବ୍ଲାକ ସ୍ପଟ ରହିଛି ।

ବ୍ଲାକ ସ୍ପଟ ଗୁଡିକ ହେଲା ପାହାଳ, ଆର୍ଚାଯ୍ୟ ବିହାର, ଗଙ୍ଗାପଡା ଛକ, ପିତାପଲି ଛକ, ଖଣ୍ଡଗିରି ଛକ, ଆଇଗିନିଆ ଛକ, ଗୋହିରା ଛକ, କଳିଙ୍ଗ ବିହାର ଛକ, ପଳାଶୁଣି ଛକ, ତମାଣ୍ଡ ଛକ, ହଂସପାଳ ଚକ, ଲିଙ୍ଗିପୁର ଛକ, ଜାଭିୟର ଛକ, ରାମେଶ୍ୱର ଛକ, ଜଙ୍କିଆ ଛକ, ଚଣ୍ଡେଶ୍ୱର ଛକ, ନାଚୁଣି ଛକ, ସୋଲାରୀ ରେଳ ଷ୍ଟେସନ ଛକ, ଏଜି ଠାରୁ ରାଜଭବନ ଛକ, ରାମମନ୍ଦିର ଛକ ଓ ବମୀଖାଲ ଅଞ୍ଚଳରେ ରହିଛି ବ୍ଲାକ ସ୍ପଟ ।
ଆଜି ଏହି ବୈଠକରେ ଦୁଇ ଲୋକସଭା ସଂସାଦଙ୍କ ସହ ଖୋର୍ଦ୍ଧାର ଦୁଇ ଆରଟିଓ, ଖୋର୍ଦ୍ଧା ଜିଲ୍ଲାପାଳ, ଏସ୍ପି, ଏନଏଚର ଅଧିକାରୀ ସମେତ ବିଭିନ୍ନ ଏନଜିଓ ମାନେ ଯୋଗ ଦେଇଥିଲେ । ସଡକ ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରିବା ସହ କେନ୍ଦ୍ର ମନ୍ତ୍ରୀଙ୍କ ସହ ଏହି ଏନଏଚର ସମସ୍ୟା ଉପରେ କଥା ହେବେ ବୋଲି କହିଛନ୍ତି ସଂସାଦ ପିନାକୀ ମିଶ୍ର ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.