ଭୁବନେଶ୍ବର: ମହଙ୍ଗା ପଡିଲା କମେଣ୍ଟ ମାରିବା। ରାସ୍ତା ଉପରେ କମେଣ୍ଟ ମାରୁଥିବା ରୋଡ ରୋମିଓଙ୍କୁ ସାବାଡ୍ କଲେ ଯୁବତୀ । ବିଚ୍ ରାସ୍ତାରେ ଲୋକଙ୍କ ସାମ୍ନାରେ ଯୁବକଙ୍କୁ କାନ ଧରି ବସଉଠ କରାଇବା ସହ ଉଚିତ ଶିକ୍ଷା ଦେଇଛନ୍ତି ସେ । ଏଭଲି ଘଟଣା ଦେଖିବାକୁ ମିଳିଛି ରାଜଧାନୀର ମଞ୍ଚେଶ୍ବର ଥାନା ଜଗନ୍ନାଥ ନଗରରେ । ଆଉ ଏହି ସାହାସୀ ଯୁବତୀ ହେଉଛନ୍ତି ବେବିନା ମଲ୍ଲିକ।
ବେବିନା ଜଣେ ଇଂଜିନିୟରିଂ ଛାତ୍ରୀ । ସେ ନିଜ ସ୍କୁଟିରେ କଲେଜ ଯାଉଥିବା ବେଳେ ଦୁଇଜଣ ଯୁବକ ତାଙ୍କୁ ପିଛା କରିଥିଲେ। ଏପରିକି ରାସ୍ତାରେ ଏକୁଟିଆ ଦେଖି କମେଣ୍ଟ ମାରିବା ସହ ଅଶାଳୀନ ଆଚରଣ ମଧ୍ୟ ଦେଖାଇଥିଲେ ।
ଯାହାକୁ ନେଇ ବେବିନା ସେମାନଙ୍କୁ ପାନେ ଦେବାକୁ ଚିନ୍ତା କରି ନିଜର ସାହସିକତା ଦେଖାଇଥିଲେ । କେବଳ ରୋଡ ରୋମିଓଙ୍କୁ ବସଉଠ କରାଇ ନଥିଲେ ବରଂ ସମସ୍ତଙ୍କ ସାମ୍ନାରେ ଭୁଲ ମଗାଇଥିଲେ । ଏହି ଭିଡିଓ ଭାଇରାଲ ହେବା ପରେ ବେବିନାଙ୍କ ସାହସ ଓ ଚତୁରତାକୁ ସାଧାରଣରେ ପ୍ରଶଂସା କରାଯାଉଛି।
ଏହାକୁ ନେଇ ବେବିନାଙ୍କ ଅନୁଭୁତି ଓ ପ୍ରତିକ୍ରିୟା ନେବା ପାଇଁ ତାଙ୍କ ସହ ଅଧିକ ଆଲୋଚନା କରିଥିଲେ ଆମ ପ୍ରତିନିଧି। ଆସନ୍ତୁ ଶୁଣିବା ଏହାକୁ ନେଇ କଣ କହୁଛନ୍ତି ସେ...