ETV Bharat / city

ବର୍ଷର ପ୍ରଥମ ତିନିମାସରେ କମିଛି ସଡକ ଦୁର୍ଘଟଣା, ସୂଚନା ଦେଲେ ପରିବହନ ମନ୍ତ୍ରୀ

author img

By

Published : Jun 12, 2020, 1:39 PM IST

ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ରାଜ୍ୟରେ କମିଛି ଦୁର୍ଘଟଣା ହାର । ଦୁର୍ଘଟଣା ଜନିତ ମୃତ୍ୟୁହାର ସହ ଆହତଙ୍କ ସଂଖ୍ୟା ମଧ୍ୟ ହ୍ରାସ ହୋଇଛି । ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ବର୍ଷର ପ୍ରଥମ ତିନିମାସରେ କମିଛି ସଡକ ଦୁର୍ଘଟଣା, ସୂଚନା ଦେଲେ ପରିବହନ ମନ୍ତ୍ରୀ
ବର୍ଷର ପ୍ରଥମ ତିନିମାସରେ କମିଛି ସଡକ ଦୁର୍ଘଟଣା, ସୂଚନା ଦେଲେ ପରିବହନ ମନ୍ତ୍ରୀ

ଭୁବନେଶ୍ବର: ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ରାଜ୍ୟରେ କମିଛି ଦୁର୍ଘଟଣା ହାର । ଦୁର୍ଘଟଣା ଜନିତ ମୃତ୍ୟୁ ହାର ସହ ଆହତଙ୍କ ସଂଖ୍ୟା ମଧ୍ୟ ହ୍ରାସ ହୋଇଛି । ଏହା ସହ ଲକଡାଉନ ସମୟରେ ଦୁର୍ଘଟଣା ବହୁମାତ୍ରାରେ କମିଥିବା ବେଳେ ଏନେଇ କୌଣସି ତଥ୍ୟ ହସ୍ତଗତ ହୋଇ ନଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।

ବର୍ଷର ପ୍ରଥମ ତିନିମାସରେ କମିଛି ସଡକ ଦୁର୍ଘଟଣା

ଚଳିତ ବର୍ଷ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ସଡକ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟାରେ ଯଥେଷ୍ଟ ହ୍ରାସ ହୋଇଛି । ଗତବର୍ଷ ଏହି ସମୟ ବ୍ୟବଧାନରେ 3058ଟି ଦୁର୍ଘଟଣା ହୋଇଥିଲା ବେଳେ 1580 ଜଣଙ୍କର ମୃତ୍ୟୁ ହୋଇଥିଲା । ହେଲେ 2020 ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଦୁର୍ଘଟଣା ସଂଖ୍ୟା 2881 ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 1353 ରହିଛି । ଦୁର୍ଘଟଣା ସଂଖ୍ୟାରେ 177 ହ୍ରାସ ଘଟିଥିବା ବେଳେ ମୃତ୍ୟୁ ସଂଖ୍ୟାରେ 227 କମିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.