ETV Bharat / city

ବିଧାନସଭାରେ ପୁଣି ଉଠିଲା ଧାନକିଣା ପ୍ରସଙ୍ଗ

ଶନିବାର ପୁଣି ବିଧାନସଭାରେ ଧାନକିଣାକୁ ନେଇ ଉପୁଜିଥିବା ସମସ୍ୟା ସମ୍ପର୍କରେ ପ୍ରଶ୍ନ ଉଠିଛି । ଅଧିକ ପଢନ୍ତୁ...

author img

By

Published : Apr 3, 2021, 12:58 PM IST

ବିଧାନସଭାରେ ପୁଣି ଉଠିଲା ଧାନକିଣା ପ୍ରସଙ୍ଗ
ବିଧାନସଭାରେ ପୁଣି ଉଠିଲା ଧାନକିଣା ପ୍ରସଙ୍ଗ

ଭୁବନେଶ୍ବର: ପୁଣି ଗୃହରେ ଉଠିଛି ଧାନକିଣା ପ୍ରସଙ୍ଗ । ଏହି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ଦଳ ନେତା ନରସିଂହ ମିଶ୍ର । 14 ଲକ୍ଷ 72 ହଜାର ଚାଷୀ ଧାନ ବିକିବା ପାଇଁ ପଞ୍ଜିକରଣ କରିଥିଲେ ମଧ୍ୟ କିଭଳି ଭାବେ 34 ଲକ୍ଷ ଲୋକଙ୍କୁ କାଳିଆ ଟଙ୍କା ଦିଆଗଲା ବୋଲି ସେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ପଞ୍ଜୀକୃତ ହୋଇଥିବା 2 ଲକ୍ଷ 80 ହଜାର ଚାଷୀ ଧାନ ବିକ୍ରି ପ୍ରକ୍ରିୟାରେ ସାମିଲ ହୋଇନାହାନ୍ତି । ତେବେ ଯଦି ସେମାନେ ଯୋଗ୍ୟ ନୁହଁନ୍ତି ତେବେ ତାଙ୍କ ବିରୁଦ୍ଧରେ କାହିଁକି ଫୌଜଦାରୀ ମାମଲା ରୁଜୁ କରାଗଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହି ସମସ୍ୟା ବିରୋଧରେ ସରକାର କିଛି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି । ଅନ୍ୟପଟେ ବିରୋଧୀମାନେ ଏହି ପ୍ରସଙ୍ଗକୁ ଗୃହରେ ଉଠାଉଥିଲେ ସୁଦ୍ଧା ବାଚସ୍ପତି ନିଦା ବିଷ୍ଣୁ ସାଜିଛନ୍ତି ବୋଲି ସେ କହିଛନ୍ତି ।

କେନ୍ଦ୍ର ସରକାରଙ୍କ ଧାର୍ଯ୍ୟ କରିଥିବା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ରାଜ୍ୟର ଚାଷୀ ବି ପାଉନାହାନ୍ତି । ରାଜ୍ୟ ସରକାର ଚାଷୀଙ୍କୁ 1868 ଟଙ୍କା ଦେବାକୁ ବିଲକୁଲ ପ୍ରସ୍ତୁତ ନୁହଁନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ପାଇଁ ଦାବି କରିଛନ୍ତି ନରସିଂହ । ବାରମ୍ବାର ଏହି ପ୍ରସଙ୍ଗ ଦଳ ଉଠାଉଥିଲେ ମଧ୍ୟ କେହି ଶୁଣୁନଥିବା ସେ ଅଭିଯୋଗ କରିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.