ଭୁବନେଶ୍ବର: ନବ ନିଯୁକ୍ତ ମନ୍ତ୍ରୀ ମାନେ କାର୍ଯ୍ୟ ଆରମ୍ଭ କରିଛନ୍ତି । ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଅଫିସରେ ପୂଜାର୍ଚ୍ଚନା କରି କାର୍ଯ୍ୟ ଆରମ୍ଭ କରିଛନ୍ତି । ପୂର୍ବରୁ କାର୍ଯ୍ୟ ଆରମ୍ଭ କରିଥିଲେ ଲୋକସେବା ଭବନ କାର୍ଯ୍ୟାଳୟରେ ଆଜି (ସୋମବାର) ଠାରୁ କାର୍ଯ୍ୟ ଆରମ୍ଭ କରିଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।
ନବୀନ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ଚଳିତ ମାସ ୫ ତାରିଖରେ ହୋଇଥିଲା । ଶପଥ ନେଇଥିଲେ ମନ୍ତ୍ରୀମଣ୍ଡଳ । ରିପିଟ ହୋଇଥିବା ମନ୍ତ୍ରୀ ନିଜର ପୁରୁଣା କାର୍ଯ୍ୟାଳୟରେ ଯୋଗ ଦେଇ କାର୍ଯ୍ୟ ଆରମ୍ଭ କରିଛନ୍ତି । କିନ୍ତୁ ନୂଆ ମନ୍ତ୍ରୀଙ୍କୁ କାର୍ଯ୍ୟାଳୟ ଆର୍ଲଟ ପ୍ରକ୍ରିୟାରେ ବିଳମ୍ବ ହୋଇଥିଲା । ମନ୍ତ୍ରୀ ମାନେ କାର୍ଯ୍ୟ ଆବାସିକ କାର୍ଯ୍ୟାଳୟରେ କାର୍ଯ୍ୟ ଆରମ୍ଭ କରିଥିଲେ । ଦସ୍ତାବିଜ ଦସ୍ତଖତ ଜାରି ରହିଛି । ମନ୍ତ୍ରୀମାନେ ନିଜ ବିଭାଗ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି । ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । କିନ୍ତୁ ନିଜ ଅଫିସରେ କାର୍ଯ୍ୟ କରିବାରେ ବିଳମ୍ବ ହୋଇଥିଲା ।
![ପୂଜା କରି ନୂଆ ଅଫିସରେ କାର୍ଯ୍ୟ ଆରମ୍ଭ କଲେ ପ୍ରମିଳା](https://etvbharatimages.akamaized.net/etvbharat/prod-images/od-bbsr-06-pramila-new-office-7209787_20062022175910_2006f_1655728150_86.jpg)
ତେବେ ଆଜି ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ନୂଆ ଅଫିସରେ ପ୍ରବେଶ କରିଛନ୍ତି । ବିଭାଗୀୟ ଅଧିକାରୀଙ୍କ ସହ ଅଫିସ ପୂଜାର୍ଚ୍ଚନା କରି କାର୍ଯ୍ୟ ଆରମ୍ଭ କରିଛନ୍ତି ପ୍ରମିଳା । ପ୍ରମିଳା କହିଛନ୍ତି ଯେ, ଅଫିସ କାର୍ଯ୍ୟ ଓ ଫାଇଲ କାର୍ଯ୍ୟ ଅନେକ ଦିନରୁ ଆରମ୍ଭ ହୋଇଛି । ୧୦/୧୨ ଦିନରୁ ଫାଇଲ କାମ ଚାଲିଛି । ଲୋକସେବା ଭବନ କାର୍ଯ୍ୟାଳୟ ଆଜି ପୂଜା ହୋଇଛି । ରଙ୍ଗ ଦିଆହୋଇ କାର୍ଯ୍ୟ ଆରମ୍ଭ କରିଥିବା ସେ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର