ETV Bharat / city

ମହାମାରୀ ସତ୍ତ୍ବେ ବୃଦ୍ଧି ପାଇଛି ରାଜସ୍ବ ଆଦାୟ - କୋଭିଡ ମହାମାରୀ ସତ୍ତ୍ବେ ରାଜସ୍ବ ଆଦାୟ ବୃଦ୍ଧି

କୋଭିଡ୍ ପ୍ରଭାବିତ ଆର୍ଥିକ ମାନ୍ଦାବସ୍ଥା ସ୍ୱତ୍ତ୍ବେ ରାଜ୍ୟର ଆର୍ଥିକ କାର୍ଯ୍ୟକଳାପରେ ଅବିବୃଦ୍ଧି ପରିଲକ୍ଷିତ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚିବ ସ୍ତରୀୟ ବୈଠକରୁ ଏହା ଜଣାପଡିଛି । ଅଧିକ ପଢ଼ନ୍ତୁ...

ମହାମାରୀ ସତ୍ତ୍ବେ ବୃଦ୍ଧି ପାଇଛି ରାଜସ୍ବ ଆଦାୟ

author img

By

Published : Jul 21, 2021, 8:36 AM IST

ଭୁବନେଶ୍ବର: କୋଭିଡ୍ ପ୍ରଭାବିତ ଆର୍ଥିକ ମାନ୍ଦାବସ୍ଥା ସ୍ୱତ୍ତ୍ବେ ରାଜ୍ୟର ଆର୍ଥିକ କାର୍ଯ୍ୟକଳାପରେ ଅବିବୃଦ୍ଧି ପରିଲକ୍ଷିତ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚିବ ସ୍ତରୀୟ ବୈଠକରୁ ଏହା ଜଣାପଡିଛି । ଜୁନ୍ - ୨୦୨୧ ଶେଷ ସୁଦ୍ଧା ବିଭିନ୍ନ ସୂତ୍ରରୁ ସମୁଦାୟ ରାଜସ୍ବ ଆଦାୟ ୧୭ ହଜାର ୬୫୬.୭୦ କୋଟି ଟଙ୍କାରେ ପହଞ୍ଚିଛି । ଯାହାକି ପୂର୍ବ ଆର୍ଥିକ ବର୍ଷର ଜୁନ ଶେଷ ସୁଦ୍ଧା ସଂଗ୍ରହ ରାଜସ୍ୱଠାରୁ ୧୧୨.୫୪ ପ୍ରତିଶତ ଅଧିକ । ଲୋକସେବା ଭବନରୁ ଡିଜିଟାଲ୍ ମୋଡ଼ରେ ଆୟୋଜିତ ଏହି ବୈଠକରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ରାଜସ୍ୱ ସଂଗ୍ରହ ଏବଂ ବିନିଯୋଗ ସମ୍ବନ୍ଧିତ ତଥ୍ୟ ଉପସ୍ଥାପନ କରିଛନ୍ତି । କୋଭିଡ଼ ସଟଡାଉନ୍ ଲକଡାଉନ୍ ସ୍ୱତେ ଚଳିତ ବର୍ଷ ଜୁନ୍‌ ଶେଷ ସୁଦ୍ଧା ରାଜ୍ୟର ରାଜସ୍ୱ ସଂଗ୍ରହ ଏବଂ ବିନିଯୋଗରେ ବୃଦ୍ଧି ଘଟିଛି । ଜୁନ୍ - ୨୦୨୧ ଶେଷ ସୁଦ୍ଧା ବିଭିନ୍ନ ସୂତ୍ରରୁ ସମୁଦାୟ ରାଜସ୍ବ ଆଦାୟ ୧୭, ୬୫୬.୭୦ କୋଟି ଟଙ୍କାରେ ପହଞ୍ଚିଛି । ଯାହାକି ପୂର୍ବ ଆର୍ଥିକ ବର୍ଷର ଜୁନ ଶେଷ ସୁଦ୍ଧା ସଂଗ୍ରହ ରାଜସ୍ୱଠାରୁ ୧୧୨.୫୪ ପ୍ରତିଶତ ଅଧିକ । ୨୦୨୦ ମସିହା ଜୁନ୍ ଶେଷସୁଦ୍ଧା ନିଜସ୍ଵ ଟିକସ ଆୟ ପ୍ରାୟ ୪୬୦୧ କୋଟି ଟଙ୍କା ଥିବା ବେଳେ ୨୦୨୧ ମସିହା ଜୁନ୍ ସୁଦ୍ଧା ଏହା ୮୦୩୬ କୋଟିରେ ପହଞ୍ଚିଛି । ଏକ୍ଷେତ୍ରରେ ୭୪.୬୬ ପ୍ରତିଶତ ଅବିବୃଦ୍ଧି ଘଟିଥିଲା ।

ସେହିପରି ଏହି ସମୟ ମଧ୍ୟରେ ଅଣ - ଟିକସ ଆୟ ୩୭୦୬ କୋଟିରୁ ବୃଦ୍ଧି ପାଇ ୯୬୨୧ କୋଟି ଟଙ୍କାରେ ପହଞ୍ଚିଥିଲା । ଗତ ଆର୍ଥିକ ବର୍ଷ ଜୁନ୍ ଶେଷସୁଦ୍ଧା ଅଣ - ଟିକସ ବାବଦରେ ଆୟ ଠାରୁ ଚଳିତ ବର୍ଷ ୧୫୯.୫୫ ପ୍ରତିଶତ ଅବିବୃଦ୍ଧି ଘଟିଛି । ରାଜସ୍ୱ ସଂଗ୍ରହରେ ଅବିବୃଦ୍ଧି ସହ ଚଳିତ ଜୁନ୍‌ମାସରେ ମଧ୍ୟ ବଜେଟ୍ ଅର୍ଥ ବିନିଯୋଗରେ ଆଖିଦୃଶିଆ ଉନ୍ନତି ହୋଇଛି । ଚଳିତ ବର୍ଷ ଜୁନ୍ ଶେଷସୁଦ୍ଧା ବିଭିନ୍ନ ବିଭାଗରେ ୨୫, ୧୯୪ କୋଟି ଟଙ୍କା ବିନିଯୋଗ ହୋଇଛି । ଯାହାକି ଗତବର୍ଷ ଜୁନ୍‌ ମାସ ପର୍ଯ୍ୟନ୍ତ ବିନିଯୋଗଠାରୁ ୨୪.୨୯ ଶତକଡ଼ା ଅଧିକ । ବିଭିନ୍ନ ପ୍ରକଳ୍ପ ବାବଦରେ ୧୩ ହଜାର ୧୦୭ କୋଟି ଟଙ୍କା ବିନିଯୋଗ ହୋଇଛି । ଯାହାକି ଗତବର୍ଷ ଜୁନ ସୁଦ୍ଧା ବିନିଯୋଗ ଠାରୁ ୫୫.୬୨ ଶତକଡା ଅଧିକ ।

ଗତ ଆର୍ଥିକ ବର୍ଷ ଜୁନ୍‌ ଶେଷ ସୁଦ୍ଧା କେବଳ ବିଭିନ୍ନ ପ୍ରକଳ୍ପ ବାବଦରେ ୮ ହଜାର ୪୨୨ କୋଟି ଟଙ୍କା ବିନିଯୋଗ ହୋଇଥିଲା । ଆର୍ଥିକ ବ୍ୟବସ୍ଥା ପରିଚାଳନାରେ ୫ଟି ବ୍ୟବସ୍ଥାର ପ୍ରୟୋଗ, ଅଧିକ କ୍ରିୟାଶିଳତା, ଦୂରଦୃଷ୍ଟି ଏବଂ ସ୍ଵଚ୍ଛତା ହେତୁ ଏହି ଅବିବୃଦ୍ଧି ସମ୍ଭବ ହୋଇଛି ବୋଲି ବୈଠକରୁ ଜଣାପଡ଼ିଥିଲା । ବିଭାଗର ରାଜସ୍ୱ ସଂଗ୍ରହ ଏବଂ ବିନିଯୋଗର ସମୀକ୍ଷା କରି ଅଧିକ ନିଯୁକ୍ତି ସୁଯୋଗ ଏବଂ ନୂଆ ଜୀବିକା ପନ୍ଥା ସୃଷ୍ଟି କରୁଥିବା ପ୍ରକଳ୍ପ ଗୁଡ଼ିକର ତ୍ବରାନ୍ବିତ ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରକାର ନୂଆ ପ୍ରକଳ୍ପ ତିଆରି କରିବାକୁ ମଧ୍ୟ ବିଭାଗ ମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ନୂଆ ପ୍ରକଳ୍ପର ଟେଣ୍ଡରିଂ ଏବଂ ପ୍ରାକ୍‌ ପ୍ରସ୍ତୁତି କାର୍ଯ୍ୟ ବର୍ଷାଋତୁ ଶେଷ ସୁଦ୍ଧା ସାରି ବର୍ଷା ପରେ ତୁରନ୍ତ କ୍ଷେତ୍ର ସ୍ତରୀୟ କାର୍ଯ୍ୟ ଆରମ୍ଭ କରିବାକୁ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ନିର୍ଦ୍ଦେଶ ଦେଇଛନ୍ତି ।

ବୈଠକରେ ଜିଲ୍ଲା ଖଣିଜ ପାଣ୍ଠି ( ଡି.ଏମ୍.ଏଫ୍ ) ଖଣିଜ ଅଂଚଳ ଉନ୍ନୟନ ନିଗମ ( ଓଏମ୍‌ସି ) ଅନ୍ତର୍ଗତ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟାନ୍ବୟନ ବିଷୟରେ ସମୀକ୍ଷା ହୋଇଛି ।
ଚଳିତ ବର୍ଷ ମେ ମାସ ଶେଷସୁଦ୍ଧା ଡି.ଏମ୍.ଏଫ୍ ପାଣ୍ଠି ବାବଦରେ ୧୩ , ୧୭୩ କୋଟି ଟଙ୍କା ସଂଗ୍ରହ ହୋଇଛି । ଏହି ପାଣ୍ଠିରୁ ୨୦୩୭୨ ଟି ପ୍ରକଳ୍ପ ଅନୁମୋଦନ କରାଯାଇଛି । ଅନୁମୋଦିତ ପ୍ରକଳ୍ପ ଗୁଡ଼ିକର ସମୁଦାୟ ଖର୍ଚ୍ଚ ଆକଳନ ପ୍ରାୟ ୧୪ , ୯୪୦ କୋଟି ଟଙ୍କା । ମଞ୍ଜୁର ହୋଇଥିବା ପ୍ରକଳ୍ପ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୩ , ୧୩୨ ଟି ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହୋଇଛି । ଅବଶିଷ୍ଟ ପ୍ରକଳ୍ପ ଗୁଡିକର କାର୍ଯ୍ୟ ଚାଲୁରହିଛି । ସେହିପରି ଓମ୍ବାଡ୍‌ସି - ୨ୟ ପର୍ଯ୍ୟାୟ ପାଣ୍ଠିରୁ ବିଭିନ୍ନ ଜିଲ୍ଲାପାଇଁ ୭ଟି ସେକ୍ଟରରେ ୧୩ , ୭୮୨ କୋଟି ଟଙ୍କା ଆକଳନରେ ୩୮ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି । ଏ ସମସ୍ତ ପ୍ରକଳ୍ପର କାର୍ଯ୍ୟ ବିଭିନ୍ନ ପର୍ଯ୍ୟାୟରେ ଚାଲୁରହିଛି । ଏହି ପାଣ୍ଠି ଅନ୍ତର୍ଗତ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ବିଷୟରେ ସଂପୃକ୍ତ ବିଭାଗର ଶାସନ ସଚିବମାନେ ନିୟମିତ ଅନୁଧ୍ୟାନ ଓ ସମୀକ୍ଷା କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ବିଭିନ୍ନ ବିଭାଗ ମାଧ୍ୟମରେ ସୃଷ୍ଟି କରାଯାଇଥିବା ସରକାରୀ ସଂପତ୍ତିର ଉପଯୁକ୍ତ ପରିଚାଳନା ଏବଂ ରକ୍ଷଣାବେକ୍ଷଣ ନିମନ୍ତେ ସେ ସବୁର ଏକ ଡିଜିଟାଲ୍ ପଞ୍ଜିକା ପ୍ରସ୍ତୁତ କରିବା କାର୍ଯ୍ୟ ତ୍ବରାନ୍ବିତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏହି କାର୍ଯ୍ୟ ରିମୋଟ୍ ସେନସିଂ ପଦ୍ଧତିରେ ଓଡ଼ିଶା ମହାକାଶ ଗବେଷଣା କେନ୍ଦ୍ର (ORSAC) ଦ୍ବାରା କରାଯାଉଛି । ନିଜ ନିଜ ବିଭାଗ ମଧ୍ୟରେ ସୃଷ୍ଟି କରାଯାଇଥିବା ସାଧାରଣ ସମ୍ପଦର ସବିଶେଷ ବିବରଣୀ ସଠିକ୍ ଭାବେ ଓରସାକଙ୍କୁ ଜଣାଇବା ପାଇଁ ଏକ ଦାୟିତ୍ବ ସଂପନ୍ନ ବରିଷ୍ଠ ଅଧୁକାରୀଙ୍କୁ ମନୋନିତ କରିବା ନିମନ୍ତେ ଉନ୍ନୟନ କମିଶନର ବିଭାଗ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ କୃଷି ଉତ୍ପାଦନ କମିଶନର ସଂଜିବ୍ ଚୋପ୍ରା, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ମୋନା ଶର୍ମା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ସମେତ ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ସ୍ବତନ୍ତ୍ର ଶାସନ ସଚିବ ମାନେ ବୈଠକର ଆଲୋଚନାରେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.