ETV Bharat / city

ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ତ୍ୱରାନ୍ୱିତ କର: ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ

author img

By

Published : Aug 7, 2022, 5:51 PM IST

ରାଜ୍ୟରେ ଜାରି ରହିଥିବା ରେଳ ପ୍ରକଳ୍ପରକୁ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମୀକ୍ଷା ବୈଠକ । ଜମି ଅଧଗ୍ରହଣ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ମିଳିଲା ନିର୍ଦ୍ଦେଶ । ଅଧିକ ପଢ଼ନ୍ତୁ

ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ତ୍ୱରାନ୍ୱିତ କର: ଏସିଏସ

ଭୁବନେଶ୍ବର: ଓଡ଼ିଶାରେ ଚାଲୁ ରହିଥିବା ରେଳ ପ୍ରକଳ୍ପର ଜମି ଅଧଗ୍ରହଣ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ । ରେଳ ପ୍ରକଳ୍ପ କାର୍ଯ୍ୟ ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । RDCମାନେ ପ୍ରକଳ୍ପଗୁଡ଼ିକୁ ନିୟମିତ ସମୀକ୍ଷା କରିବା ପାଇଁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ACS ସତ୍ୟବ୍ରତ ସାହୁ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିଥିଲେ । ବୈଠକରେ ଖୋର୍ଦ୍ଧା ରୋଡ଼ - ବଲାଙ୍ଗୀର, ତାଳଚେର - ବିମଳାଗଡ଼, ସମ୍ବଲପୁର - ତାଳଚେର ଦୋହରୀକରଣ ବୃନ୍ଦାମାଳ - ଝାରସୁଗୁଡ଼ା ଫ୍ଲାଇ ଓଭର ଆଦି ପ୍ରକଳ୍ପର ସମୀକ୍ଷା କରାଯାଇଛି । ସେହିପରି ବୁଢ଼ାପଙ୍କ - ସାଲେଗାଁ, ଅନୁଗୋଳ - ସୁକିନ୍ଦା, ବିଜୟନଗରମ୍ - ସମ୍ବଲପୁର, ଜୟପୁର - ନବରଙ୍ଗପୁର, ଜୟପୁର - ମାଲକାନଗିରି ଏବଂ କୋରାପୁଟ - ସିଙ୍ଗାପୁର ଦୋହରୀକରଣ ରେଳ ପ୍ରକଳ୍ପଗୁଡ଼ିକର ସମୀକ୍ଷା ମଧ୍ୟ କରାଯାଇଛି । ଏଥିରେ ଖୋର୍ଦ୍ଧାରୋଡ଼ - ବଲାଙ୍ଗୀର, ନୟାଗଡ଼ ଓ ବୌଦ୍ଧ ଜିଲ୍ଲାର ପ୍ରକଳ୍ପର ବାକିଥିବା ଜଙ୍ଗଲ ଜମି ଅଧଗ୍ରହଣକୁ ଚଳିତ ମାସ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରିବା ପାଇଁ ଏସିଏସ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ସମୀକ୍ଷା ବୈଠକରେ ACS ସତ୍ୟବ୍ରତ ସାହୁ କହିଛନ୍ତି ଯେ, "ଖୋର୍ଦ୍ଧାରୋଡ - ବଲାଙ୍ଗୀର ପ୍ରକଳ୍ପର ବାକିଥିବା ଜମି ଅଧଗ୍ରହଣ କାର୍ଯ୍ୟ ଅଗଷ୍ଟ ୩୧ ସୁଦ୍ଧା ସାରିବାକୁ ହେବ । ତାଳଚେର - ବିମଳାଗଡ଼ ରେଳ ପ୍ରକଳ୍ପରେ ଦେବଗଡ଼ ଜିଲ୍ଲାରେ ବାକିଥିବା ଗଛ ଗଣତି କାର୍ଯ୍ୟ ଯଥାଶୀଘ୍ର ଶେଷ କରାଯିବ । ସାଲେଗାଁ - ବୁଢ଼ାପଙ୍କ ରେଳ ପ୍ରକଳ୍ପ ପାଇଁ ଅନୁଗୋଳ ଜିଲ୍ଲାରେ ବାକିଥିବା ଜମି ଅଧିଗ୍ରହଣ କାର୍ଯ୍ୟ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଶେଷ ହେବ । ଅନୁଗୋଳ - ସୁକିନ୍ଦା ପ୍ରକଳ୍ପରେ ଥିବା ଅଭିଯୋଗର ତୁରନ୍ତ ଫଇସଲା କରିବା ପାଇଁ ପଦକ୍ଷେପ ନିଆଯିବ ।"

ରାଜସ୍ବ ବିଭାଗର ସ୍ଵତନ୍ତ୍ର ସଚିବ ଅଭୟ ନାୟକ, ତ୍ରିଲୋଚନ ମାଝୀ, ଯୁଗ୍ମ ସଚିବ ମଧୁସ୍ମିତା ସାହୁ ଏବଂ ଏଲୋରା ସାମଲଙ୍କ ସହ ତିନି ରାଜସ୍ବ ଡିଭିଜନର ଆରଡିସି ଉପସ୍ଥିତ ରହିଥିଲେ । ସମ୍ପୃକ୍ତ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଓ ଭୂଅର୍ଜନ ଅଧିକାରୀ ଏବଂ ପ୍ରକଳ୍ପ ନିର୍ଦ୍ଦେଶକ ବୃନ୍ଦ ମଧ୍ୟ ରହିଥିଲେ । ରେଲୱେ ପ୍ରକଳ୍ପଗୁଡ଼ିକର ମୁଖ୍ୟଯନ୍ତ୍ରୀ, ଡେପୁଟି ଚିଫ ଇଞ୍ଜିନିୟର (ନିର୍ମାଣ), ଜଙ୍ଗଲ ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.