ETV Bharat / city

Omicron Update: ବିଦେଶ ଫେରନ୍ତା 4 କୋଭିଡ ସଂକ୍ରମିତଙ୍କ ନାହିଁ ଓମିକ୍ରନ ଲକ୍ଷଣ - ଓମିକ୍ରନକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ

ରିସ୍କ ଦେଶରୁ ଆସିଥିବା 4 କୋଭିଡ ସଂକ୍ରମିତଙ୍କ ଓମିକ୍ରନ ଲକ୍ଷଣ(Omicron Symptoms) ନାହିଁ କହିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଅଧିକ ପଢନ୍ତୁ

Omicron Update: ବିଦେଶ ଫେରନ୍ତା 4 କୋଭିଡ ସଂକ୍ରମିତଙ୍କ ଓମିକ୍ରନ ଲକ୍ଷଣ ନାହିଁ

author img

By

Published : Dec 8, 2021, 1:36 PM IST

ଭୁବନେଶ୍ବର: ରିସ୍କ ଦେଶରୁ ଆସିଥିବା 4 କୋଭିଡ ସଂକ୍ରମିତଙ୍କ ଓମିକ୍ରନ ଲକ୍ଷଣ(Omicron Symptoms) ନଥିବା ସ୍ପଷ୍ଟ କଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର(Odisha Health Director Bijay Mohapatra) । ଭୟଭୀତ ନ ହୋଇ ସତର୍କ ରହିବାକୁ ପରାମର୍ଶ ଦେଲେ ।

ସେ କହିଛନ୍ତି ଯେ, ଯେମିତି କୋଭିଡ ପାଇଁ ସତର୍କତା ଅବଲମ୍ବନ କରାଯାଉଛି, ସେହିପରି ଓମିକ୍ରନ ଭାରିଆଣ୍ଟ(Omicron Variant) ପାଇଁ ସତର୍କ ରହିବା ଆବଶ୍ୟକ । ଗୋଷ୍ଠୀ ସଂକ୍ରମଣ କ୍ଷେତ୍ରରେ ସତର୍କ ରହିବାକୁ ପଡ଼ିବ । WHO କହିବା ଅନୁସାରେ, ଯେଉଁମାନେ ଭ୍ୟାକ୍ସିନ ନେଇ ନାହାନ୍ତି, ଇମ୍ୟୁନିଟି କମି ଥିବା ବ୍ୟକ୍ତିଙ୍କ ପାଇଁ ଅଧିକ ରିସ୍କ ରହିଛି । ଏହାସହ ଶିଶୁମାନେ ମଧ୍ୟ ରିସ୍କ ଜୋନରେ ଅଛନ୍ତି । ସେଥିପାଇଁ ସିଏଚସି ଏବଂ ପିଏଚସିରେ ପେଡିଆଟ୍ରିକ ମ୍ୟାନେଜମେଣ୍ଟ କରିବାକୁ ବ୍ୟବସ୍ଥା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:- Omicron Tension: ବିଦେଶରୁ ଓଡିଶା ଆସିଥିବା 4 ଜଣ କୋରୋନା ସଂକ୍ରମିତ

HDU ଏବଂ ICU ବ୍ୟବସ୍ଥା କରାଯାଉଛି । ଶିଶୁମାନଙ୍କ ଚିକିତ୍ସା ପାଇଁ ଭିନ୍ନ ଗାଇଡ଼ଲାଇନ ରହିଛି । ତେଣୁ ସ୍ବାସ୍ଥ୍ଯକର୍ମୀମାନଙ୍କୁ ତାଲିମ ଦିଆଯାଉଛି । WHO ଏବଂ ଅନ୍ୟ ଗବେଷକମାନଙ୍କ ତଥ୍ୟ ଅନୁସାରେ, ଓମିକ୍ରନ ଭାରିଆଣ୍ଟର ସଂକ୍ରାମକ କ୍ଷମତା ଅନ୍ୟ ଭାରିଆଣ୍ଟ ଠାରୁ ଅଧିକ । କିନ୍ତୁ ଓମିକ୍ରନ ସଂକ୍ରମଣର ଲକ୍ଷଣ କମ, ବର୍ତ୍ତମାନ ସୁଦ୍ଧା ଗୁରୁତର କିମ୍ବା ମୃତ୍ୟୁ ଖବର ନାହିଁ । ପଜିଟିଭ୍ ହୋଇଥିବା 4 ବିଦେଶ ଫେରନ୍ତା ଲକ୍ଷଣ ବିହୀନ । ତେଣୁ ଭୟଭୀତ ହେବାର କିଛି ନାହିଁ, ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.