ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । 144 ତହସିଲ କାର୍ଯ୍ୟାଳୟରେ ନିଯୁକ୍ତି ପାଇବେ ଅବସରପ୍ରାପ୍ତ ରାଜସ୍ବ ନିରୀକ୍ଷକ ଓ ଅମିନ। ଏନେଇ ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଏସବୁ ତହସିଲ ଅଞ୍ଚଳରେ ଲଘୁ ଓ ମଧ୍ୟମ ଧରଣର ଖଣିଜ ରହି ଥିବାରୁ ଗଠନ ହେବାକୁ ଥିବା ଏନଫୋର୍ସମେଣ୍ଟ ସ୍କ୍ବାର୍ଡରେ ଏମାନେ ନିୟୋଜିତ ହେବେ । ଏମାନଙ୍କ ପାଇଁ ମାସିକ ଦରମା ବି ଧାର୍ଯ୍ୟ କରାଯାଇଛି । ରାଜସ୍ବ ଅଧିକାରୀଙ୍କୁ ମାସିକ 19 ହଜାର ଓ ଅମିନଙ୍କୁ 13 ହଜାର ଟଙ୍କା ଦିଆଯିବ। ତେବେ ପୁରୀ, ମାଲକାନଗିରି ଓ ନୂଆପଡା ଜିଲ୍ଲାପାଳଙ୍କୁ ବାଦ ଦେଇ ବାକି ସବୁ ଜିଲ୍ଲାପାଳଙ୍କ ନିକଟକୁ ପତ୍ର ଲେଖିଛନ୍ତି ରାଜସ୍ବ ବିଭାଗ ଅତିରିକ୍ତ ସଚିବ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ