ଭୁବନେଶ୍ବର: 542 ଜଣ ସେନା ଅଧିକାରୀଙ୍କୁ ଠକେଇ କରିବା ପଡିଲା ମହଙ୍ଗା । ଜମି ଦେବା ନାଁରେ 31 କୋଟି 57 ଲକ୍ଷ ଠକେଇ ମାମଲାରେ ଦଣ୍ଡିତ ହେଲେ ରିଟାର୍ଡ ଲେଫ୍ଟନାଣ୍ଟ କର୍ଣ୍ଣଲ ରାକେଶ ରାଣା । 5 ବର୍ଷ କଠୋର କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । କେବଳ ସିଏ ଏକା ନୁହନ୍ତି ତାଙ୍କ ସହ ସହଯୋଗୀ ପୁର୍ଣ୍ଣ ଚନ୍ଦ୍ର ପଣ୍ଡାକୁ ମଧ୍ୟ ସମାନ ୫ବର୍ଷ କାରାଦଣ୍ଡ ସହ ୧ଲକ୍ଷ ଟଙ୍କର ଜୋରିମାନା ରାୟ ଦେଇଛନ୍ତି ଓପିଆଇଡି କଟକ କୋର୍ଟ ।
ତେବେ ଏନେଇ ୨୦୧୫ରେ ଅର୍ଥନୈତିକ ଅପରାଧ ଶାଖାରେ ହୋଇଥିଲା ଅଭିଯୋଗ । ଅଭିଯୋଗ ରହିଥିଲା ଡିଫେନ୍ସ ଇଣ୍ଟରସିଟି ଭାଟିକା ପ୍ରୋଜେକ୍ଟ କରିବା ବାହାନାରେ ଭୁବନେଶ୍ଵର ରେ ଅନେକ ସେନା କର୍ମଚାରିଙ୍କୁ ଏମାନେ ଲଗାଇଥିଲେ ଚୂନ ।
ଯେକି ଅନେକ ସେନାର କର୍ମଚାରୀ ଓ ଅବସରପ୍ରା କର୍ମଚାରୀଙ୍କୁ ଜମି ଓ ଘର କରାଇଦେବା ଵାହାନାରେ ୨୦୧୧ରୁ ୨୦୧୫ମଧ୍ୟରେ ଏପରି ଅନେକ ସେନା କର୍ମଚାରୀଙ୍କଠୁ ଟଙ୍କା ନେଇ ଆଉ ଧରାଛୁଆ ଦେଇନଥିଲେ ।
ଏହି ମାମଲାରେ ପୁର୍ବରୁ ଏମାନେ ଗିରଫ ହୋଇଥିଲେ । ପରେ ଏନେଇ ୪ ଅଭିଯୁକ୍ତ ଓ ଦୁଇଟି ସଂସ୍ଥା ନାରେ ଚାର୍ଜସିଟ ଦାଖଲ ହୋଇଥିଲା । ଯାହାକୁ ଆଧାର କରି ଏଭଳି ଦଣ୍ଡ ଶୁଣାଇଛନ୍ତି କୋର୍ଟ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ