ETV Bharat / city

ଦେଶ ସେବାରେ ୨୦ବର୍ଷ: ଅବସର ନେଇ ଘରକୁ ଫେରିଲେ ସେନା କର୍ମଚାରୀ

author img

By

Published : Feb 1, 2022, 11:48 AM IST

Updated : Feb 1, 2022, 3:05 PM IST

୨୦ ବର୍ଷ ଦେଶସେବା ପରେ ଅବସର ନେଇ ଘରକୁ ଫେରିଲେ ବୀର ଯବାନ । ରେଳ ଷ୍ଟେସନରେ ଦୀପ, ଦୁବ ଦେଇ ସ୍ବାଗତ କଲେ ପରିବାର । ଭାରତ ମାତାର ଜୟଗାନରେ ପ୍ରକମ୍ପିତ ହେଲା ଷ୍ଟେସନ । ଅଧିକ ପଢନ୍ତୁ

ଭାରତୀୟ ସେନାରେ ସରିଲା ୨୦ବର୍ଷ ଚାକିରି, ଅବସର ନେଇ ଘରକୁ ଫେରିଲେ ସେନା କର୍ମଚାରି

ଭୁବନେଶ୍ବର: ୨୦ ବର୍ଷ ତଳେ ଦେଶ ମାତୃକାର ସେବା ପାଇଁ ସେନାରେ ଭର୍ତ୍ତି ହୋଇଥିଲେ । ବାପା ମା’, ଭାଇ, ସ୍ତ୍ରୀ ଓ ପିଲାଙ୍କୁ ଛାଡି ସୀମା ଜଗିଥିଲେ । ଦୀର୍ଘ ବର୍ଷର ଦେଶ ସେବା ପରେ ଅବସର ନେଇ ଶେଷରେ ଘରକୁ ଫେରିଛନ୍ତି ସେନା କର୍ମଚାରୀ । ଯାହାକୁ ନେଇ ପରିବାରରେ ଖେଳିଯାଇଛି ଖୁସିର ଲହରୀ । ପୁଅ ଷ୍ଟେସନରେ ପହଞ୍ଚିବା ପରେ ଫୁଲମାଳ ପକାଇ ଦୀପ ଓ ଦୁବ ବରକୋଳି ପତ୍ରରେ ବନ୍ଦାପନା କରି ଭବ୍ୟ ସ୍ବାଗତ କରିଛନ୍ତି ପରିବାର । ଭାରତ ମାତାର ଜୟଗାନ ସହ ଭାରତୀୟ ସେନାର ଜୟ ଜୟକାରରେ କମ୍ପି ଉଠିଛି ଷ୍ଟେସନ ପରିସର । ଭୁବନେଶ୍ବର ରେଲୱେ ଷ୍ଟେସନରୁ ସାମ୍ନାକୁ ଆସିଛି ଏହି ଦୃଶ୍ୟ ।

ଅବସର ନେଇ ଘରକୁ ଫେରିଲେ ସେନା କର୍ମଚାରୀ

୨୦୦୨ ଫେବୃୟାରୀ ୧ ତାରିଖରେ ଏକକାଳୀନ ବିହାର ରେଜିମେଣ୍ଟ ଅର୍ଥାତ ଏବେକାର ୧୨୦ବାଟାଲିୟନ ଓଡିଶାର କଳିଙ୍ଗ ରେଜିମେଣ୍ଟରୁ ୧୦୪ ଜଣ ଭାରତୀୟ ସେନାରେ ନିଯୁକ୍ତ ପାଇଥିଲେ । ଯେଉଁଥିରେ ଅଣ-ଓଡିଆଙ୍କ ସମେତ ୭୦ରୁ ଜଣ ଓଡିଆ ବି ଯୋଗ ଦେଇଥିଲେ ସେନାରେ । ସିପାହୀ ଭାବେ ଯୋଗଦେଇଥିବା ଏହି ସେନା କର୍ମଚାରୀ ପରେ ଜାମ୍ମୁ-କାଶ୍ମୀରର ବିଭିନ୍ନ ସ୍ଥାନ ସମେତ ପଞ୍ଜାବ ବର୍ଡରରେ କାର୍ଯ୍ୟ କରିଥିଲେ । ଜାମ୍ମୁକାଶ୍ମୀରର ସମ୍ବେଦନଶୀଳ ସ୍ଥାନ ରୌଜରୀ, ପୁଞ୍ଚ, କୁପୁଓ୍ବାଡା, ବାରମୁଲା, ଅନନ୍ତନାଗ ଭଳି ସ୍ଥାନରେ ଶତ୍ରୁର ମୁକାବିଲା କରିଥିଲେ । ଡ୍ୟୁଟି ସମୟରେ ସେମାନଙ୍କ ମଧ୍ୟରୁ ୪ ଜଣ ଶହୀଦ ମଧ୍ୟ ହୋଇଯାଇଥିଲେ । ଏବେ ଅବସର ପରେ ଏହି ଗ୍ରୁପର ୧୦୦ ଜଣ ଘରକୁ ଫେରିଛନ୍ତି ।

ଏହି ସେନା କର୍ମଚାରୀମାନେ ଜାମ୍ମୁ-କାଶ୍ମୀରୀରେ ଧାରା ୩୭୦ ଉଚ୍ଛେଦ ସମୟରେ ବିନା ନେଟଓର୍କ ଓ ଯୋଗାଯୋଗରେ ଘରଠୁ ବିଛିନ୍ନ ହୋଇ ୫ ମାସ ଡ୍ୟୁଟି କରିଥିଲେ ‌। ସମସ୍ତ ପ୍ରତିକୂଳ ପରିସ୍ଥିତିର ସାମ୍ନା କରି ଦେଶସେବାରେ ବ୍ରତୀ ହୋଇଥିଲେ । ଏବେ ଅବସର ପରେ ମଧ୍ୟ ଦେଶର ଅସମୟରେ ଲଢିବା ପାଇଁ ସମସ୍ତେ ପ୍ରସ୍ତୁତ ବୋଲି କହିଛନ୍ତି ଘରକୁ ଫେରିଥିବା ଅବସର ପ୍ରାପ୍ତ ସେନା ହାବିଲଦାର । ଏଥିସହ ସମାଜର ସସ୍କାର‌ ପାଇଁ ଉନ୍ନତିମୂଳକ କାର୍ଯରେ ଯୋଗ ଦେବୁ ବୋଲି ସମସ୍ତେ ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Feb 1, 2022, 3:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.