ETV Bharat / city

ଅତ୍ୟାବଶ୍ୟକ ସାମଗ୍ରୀ ଦର ନିୟନ୍ତ୍ରଣ କେନ୍ଦ୍ର ସରକାରଙ୍କ ବ୍ୟାପାର: ଯୋଗାଣ ମନ୍ତ୍ରୀ

author img

By

Published : Oct 13, 2022, 9:25 PM IST

ତୈଳଠାରୁ ଆରମ୍ଭ କରି ପନିପରିବା ଏବଂ ଡାଲି ମହଙ୍ଗା ହୋଇଛି । ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ ବୃଦ୍ଧି ସବୁ ବର୍ଗର ଲୋକଙ୍କୁ ବାଧିଲାଣି । ଦରଦାମ ବୃଦ୍ଧି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ରାଜ୍ୟ ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଦରଦାମ ବୃଦ୍ଧି ଏକ ଜାତୀୟ ସମସ୍ୟା କହି କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦିଛନ୍ତି ରାଜ୍ୟ ଯୋଗାଣ ମନ୍ତ୍ରୀ । ଅଧିକ ପଢନ୍ତୁ

ଅତ୍ୟାବଶ୍ୟକ ସାମଗ୍ରୀ ଦର ନିୟନ୍ତ୍ରଣ କେନ୍ଦ୍ର ସରକାରଙ୍କ ବ୍ୟାପାର: ଯୋଗାଣ ମନ୍ତ୍ରୀ
ଅତ୍ୟାବଶ୍ୟକ ସାମଗ୍ରୀ ଦର ନିୟନ୍ତ୍ରଣ କେନ୍ଦ୍ର ସରକାରଙ୍କ ବ୍ୟାପାର: ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର: ତୈଳଠାରୁ ଆରମ୍ଭ କରି ପନିପରିବା ଏବଂ ଡାଲି ମହଙ୍ଗା ହୋଇଛି । ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ ବୃଦ୍ଧି ସବୁ ବର୍ଗର ଲୋକଙ୍କୁ ବାଧିଲାଣି । ଦରଦାମ ବୃଦ୍ଧି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ରାଜ୍ୟ ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଦରଦାମ ବୃଦ୍ଧି ଏକ ଜାତୀୟ ସମସ୍ୟା କହି କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦିଛନ୍ତି ରାଜ୍ୟ ମନ୍ତ୍ରୀ । କଳାବଜାରୀ ରୋକିବାକୁ ରାଜ୍ୟ ଯୋଗଣ ବିଭାଗ ବିଭିନ୍ନ ପଦକ୍ଷେପ ନେଉଥିବା ସେ କହିଛନ୍ତି ।

ପନିପରିବା ଏବଂ ଡାଲି ମହଙ୍ଗା ହେବା ଫଳରେ ସେପ୍ଟେମ୍ବରରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି 5 ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । 7.41% କୁ ବୃଦ୍ଧି ପାଇଛି ମୁଦ୍ରାସ୍ଫୀତି । ଯାହା ଅଗଷ୍ଟରେ ଥିଲା 7% । କ୍ରମାଗତ ନବମ ମାସ ପାଇଁ ମୁଦ୍ରାସ୍ଫୀତି ଆରବିଆଇର ଧାର୍ଯ୍ୟ ସୀମା 6% ଉପରେ ରହିଛି । 2021 ସେପ୍ଟେମ୍ବରରେ ମୁଦ୍ରାସ୍ଫୀତି ହାର ଥିଲା 4.35% । ଚଳିତବର୍ଷ ସେପ୍ଟେମ୍ବରରେ ଖାଦ୍ୟ ସାମଗ୍ରୀ, ପନିପରିବା ଏବଂ ଡାଲି ଦର ଅଧିକ ବଢ଼ିଛି । ଖାଦ୍ୟ ପାନୀୟ ସାମଗ୍ରୀ କ୍ଷେତ୍ରରେ ଦରବୃଦ୍ଧି ଅଗଷ୍ଟରେ 7.62% ଥିବାବେଳେ ସେପ୍ଟେମ୍ବରରେ 8.6% କୁ ବୃଦ୍ଧି ପାଇଛି । ପରିପରିବା କ୍ଷେତ୍ରରେ ଏହା 18.05% ରେ ପହଞ୍ଚିଯାଇଛି ।

ଯାହାକି ଗତ ଅଗଷ୍ଟରେ 13.23% ଥିଲା । ଇନ୍ଧନ ଏବଂ ବିଦ୍ୟୁତ କ୍ଷେତ୍ରରେ ଦରବୃଦ୍ଧି 11.44% କୁ ବୃଦ୍ଧି ପାଇଛି । ଯାହାକି ଅଗଷ୍ଟରେ 10.78% ଥିଲା । ଡାଲି କ୍ଷେତ୍ରରେ ଦରବୃଦ୍ଧି 3.05% ରହିଛି । ଏହା ଅଗଷ୍ଟରେ 2.52% ଥିଲା । ରାଜ୍ୟ ଯୋଗଣ ମନ୍ତ୍ରୀ କହିଛନ୍ତି ଯେ, ଦରଦାମ ବୃଦ୍ଧି ସାଧାରଣ ଜନତାକୁ ବାଧୁଛି । ଦର କେମିତି ନିୟନ୍ତ୍ରଣ କରିବା କେନ୍ଦ୍ରର ବ୍ୟାପାର । ସେ ବିଷୟରେ କେନ୍ଦ୍ର ସରକାର ତୁରନ୍ତ ଚିନ୍ତା କରିବା ଦରକାର ।

ଅତ୍ୟଧିକ ଦରଦାମ ବୃଦ୍ଧି ଅସାଧୁ ବ୍ୟବସାୟୀଙ୍କୁ ସୁହାଉଛି । ସାଧାରଣ ଲୋକଙ୍କୁ ଏମାନେ ହଇରାଣ କରୁଛନ୍ତି । କଳାବଜାରୀ ରୋକିବାକୁ ରାଜ୍ୟ ଯୋଗଣ ବିଭାଗ ବିଭିନ୍ନ ପଦକ୍ଷେପ ନେଇଛି । ଏହା ଉପରେ କିପରି ନିୟନ୍ତ୍ରଣ କରାଯିବ ସେ ନେଇ ରାଜ୍ୟ ସରକାର ସଚେତନ ଅଛନ୍ତି । ଜିଲ୍ଲାପାଳ ମାନଙ୍କୁ ଅବଗତ କରାଯାଇଛି । ଦରଦାମ ନିୟନ୍ତ୍ରଣ ଜାତୀୟ ସମସ୍ୟା । ଦରଦାମ ବୃଦ୍ଧିର ବିଭିନ୍ନ କାରଣ ରହିଛି । ଏହାକୁ ରୋକା ଯାଇପାରିବ । କେନ୍ଦ୍ର ସରକାର ପଦକ୍ଷେପ ନେବା ଦରକାର ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.