ETV Bharat / city

ଇତିହାସରେ ପ୍ରଥମ, ବିନା ପରୀକ୍ଷାରେ ଫଳାଫଳ

ଆଜି(ଶୁକ୍ରବାର) ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ । ସଂନ୍ଧ୍ୟା 6 ଟାରେ ୱେବସାଇଟରେ ଉପଲବ୍ଧ ହେବ ଫଳ । ସାଢେ 6ଲକ୍ଷ ଛାତ୍ରଛାତ୍ରୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ । ଅଧିକ ପଢନ୍ତୁ...

author img

By

Published : Jun 25, 2021, 7:20 AM IST

Updated : Jun 25, 2021, 10:31 AM IST

ମାଟ୍ରିକ ପରୀକ୍ଷା ଫଳ
ମାଟ୍ରିକ ପରୀକ୍ଷା ଫଳ

ଭୁବନେଶ୍ବର: ଆଜି(ଶୁକ୍ରବାର) ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ । ଅପରାହ୍ନ 4ଟାରେ ପ୍ରକାଶ ପାଇବ ରେଜଲ୍ଟ । ସନ୍ଧ୍ୟା 6ଟାରେ ୱେବସାଇଟରେ ଉପଲବ୍ଧ ହେବ ଫଳ । ଏନେଇ ସୂଚନା ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ ।

ଚଳିତ ବର୍ଷ ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ ବାହାରିବ ମାଟ୍ରିକ ରେଜଲ୍ଟ । ଏ ନେଇ ଦୁଇଟି ୱେବସାଇଟ ଜାରି ହୋଇଛି । www.bseodisha.ac.in ଏବଂ www.bseodisha.nic.inରେ ରେଜଲ୍ଟ ଉପଲବ୍ଧ ହେବ । ଇଣ୍ଟରନେଟର ସୁବିଧା ନଥିଲେ ମଧ୍ୟ ମୋବାଇଲ ଯୋଗେ ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷା ଫଳ ଜାଣିପାରିବେ । ନିଜ ଫୋନରୁ OR01<roll no> ଲେଖି 5667750କୁ ଏସଏମଏସ କରି ସେମାନଙ୍କ ରେଜଲ୍ଟ ଜାଣିପାରିବେ ବିଦ୍ୟାର୍ଥୀ ।

ସବୁ ବର୍ଷଠାରୁ ଏ ବର୍ଷର ମାଟ୍ରିକ ପରୀକ୍ଷା ଫଳ ବାହାରିବାରେ ଟିକେ ସ୍ବତନ୍ତ୍ରତା ରହିଛି । କାରଣ ଚଳିତ ବର୍ଷ ବିନା ପରୀକ୍ଷାରେ ପ୍ରକାଶ ପାଇବାକୁ ଯାଉଛି ରେଜଲ୍ଟ । ଯାହାକୁ ସାଢେ ଛଅ ଲକ୍ଷ ଛାତ୍ରଛାତ୍ରୀ, ଅଭିଭାବକ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି । ଏହି ଇତିହାସରେ ପ୍ରଥମ ଥର ହେବାକୁ ଯାଉଛି ।

ଚଳିତ ବର୍ଷ ମେ 3 ରୁ 15 ତାରିଖ ପର୍ଯ୍ୟନ୍ତ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ନିଆ ଯାଇଥିଲା । ରେଗୁଲାର, ଏକ୍ସରେଗୁଲାର ସମସ୍ତ ଛାତ୍ରଛାତ୍ରୀଙ୍କୁ ମିଶାଇ ରାଜ୍ୟରେ ମୋଟ 6ଲକ୍ଷ 47ହଜାରରୁ ଅଧିକ ପିଲା ପରୀକ୍ଷା ଦେଇଥାନ୍ତେ । ଏନେଇ ରାଜ୍ୟରେ 33ଶହ ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ କରାଯାଇଥିଲା । ମାତ୍ର କୋରୋନା ମହାମାରୀ ପାଇଁ ପରୀକ୍ଷା ନିଷ୍ପତ୍ତିକୁ ବଦଳା ଯାଇଥିଲା । ବିନା ପରୀକ୍ଷାରେ ଫଳ ପ୍ରକାଶ କରିବାକୁ ନିଷ୍ପତ୍ତି ନେଇଥିଲା ବୋର୍ଡ ।

ଏନେଇ ବିଦ୍ୟାଳୟ ସ୍ତରରେ ହୋଇଥିବା ଅଭ୍ୟାସ ପରୀକ୍ଷା, ନବମ ଶ୍ରେଣୀ ପରୀକ୍ଷା ଫଳକୁ ଆଧାର କରି ମାଟ୍ରିକ ପରୀକ୍ଷା ମାର୍କର ମୂଲ୍ୟାୟନ କରାଯିବାକୁ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ନବମ ଶ୍ରେଣୀ ପରୀକ୍ଷାର 40 ପ୍ରତିଶତ ମାର୍କ ଦଶମ ପ୍ରାକ୍ଟିସ ପରୀକ୍ଷାର 60 ପ୍ରତିଶତ ମାର୍କକୁ ମିଶାଇ ମୂଲ୍ୟାୟନ କରାଯାଇଛି । ଯେଉଁମାନେ ଅଭ୍ୟାସ ପରୀକ୍ଷା ଦେଇନଥିବେ ସେମାନଙ୍କ କ୍ଷେତ୍ରରେ ନବମ ଶ୍ରେଣୀରେ ଭଲ ନମ୍ବର ରଖିଥିବା ବିଷୟକୁ ଆଧାର କରି ମୂଲ୍ୟାୟନ କରାଯିବ । ଏହା ସହିତ ସଂପୃକ୍ତ ବିଦ୍ୟାଳୟର ପୂର୍ବ ଚାରିବର୍ଷର ଫଳାଫଳକୁ ବିଚାରକୁ ନିଆଯିବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Jun 25, 2021, 10:31 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.