ETV Bharat / city

ପାସ୍‌ ହାର କମିବା ପାଇଁ ସିସିଟିଭି ଦାୟୀ !

ଗତବର୍ଷ ତୁଳନାରେ ଚଳିତ ବର୍ଷ ପାସ ହାର 4 ପ୍ରତିଶତ କମିଛି । ତେବେ ଏବର୍ଷ ପାସ ହାର କମିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପରୋକ୍ଷରେ ସିସିଟିଭିକୁ ଦାୟୀ କରିଛନ୍ତି ।

author img

By

Published : Jun 3, 2019, 2:44 PM IST

ଡିଜାଇନ ଫଟୋ

ଭୁବନେଶ୍ବର: ବହୁ ଅପେକ୍ଷାର ଅନ୍ତ ଘଟାଇ ପ୍ରକାଶ ପାଇଛି ଯୁକ୍ତ 2 ବିଜ୍ଞାନ ପରୀକ୍ଷା ଫଳ । ଚଳିତ ବର୍ଷ ମୋଟ 97 ହଜାର 750 ପିଲା ପରୀକ୍ଷା ଦେଇଥିବାବେଳେ 72.33 ପ୍ରତିଶତ ପିଲା ପାସ କରିଛନ୍ତି । ପ୍ରଥମ ଶ୍ରେଣୀରେ 20 ହଜାର 806 ଜଣ ପାସ କରିଥିବାବେଳେ ଦ୍ବିତୀୟ ଶ୍ରେଣୀରେ 23 ହଜାର 904 ଜଣ ପିଲା ପାସ କରିଛନ୍ତି । ସେହିପରି 25 ହଜାର 360 ଜଣ ତୃତୀୟ ଶ୍ରେଣୀରେ ପାସ କରିଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ଗତବର୍ଷ ତୁଳନାରେ ଚଳିତ ବର୍ଷ ପାସ ହାର 4 ପ୍ରତିଶତ କମିଛି । ଯାହା ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଏବର୍ଷ ପାସ ହାର କମିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପରୋକ୍ଷରେ ସିସିଟିଭିକୁ ଦାୟୀ କରିଛନ୍ତି । ସିସିଟିଭି ଲାଗିବା ଫଳରେ ରେଜଲ୍ଟ ଏପରି ହୋଇଥିବା ଅନୁମାନ କରାଯାଉଛି ବୋଲି ସେ କହିଛନ୍ତି ।

ଏହାସହ କେବଳ 60 ଜଣ ପିଲା 90 ପ୍ରତିଶତରୁ ଅଧିକ ନମ୍ବର ରଖିଥିବାରୁ ଏହାକୁ ବଢାଇବା ପାଇଁ ଆଗାମୀ ଦିନରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । ତେବେ ଚଳିତ ବର୍ଷ ମଧ୍ୟ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍‌ ହାର ଅଧିକ ରହିଥିବା ଜଣାପଡିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ, 9 ଟି କଲେଜରେ ପରୀକ୍ଷା ଫଳ ଶୁନ।

ଆଜି ଗୀତ ଗୋବିନ୍ଦ ଭବ୍ୱନ୍ ରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ଗତ ବର୍ଷ ତୁଳନାରେ ଚଳିତ ବର୍ଷ 72.33 ପ୍ରତିଶତ ହୋଇଛି।ଗତ ବର୍ଷ ତୁଳନା ରେ 4 ପ୍ରତିଶତ କମ ରହିଛି। ବାଲେଶ୍ଵର ରେ ସବାଧିକ 86.56% ରହିଥିବା ବେଳେ ଗଜପତି ଜିଲ୍ଲାରେ ପାସ ହାର ସର୍ବନିମ୍ନ 36.20%। ତେବେ ରାଜ୍ୟ ରେ 29 ଟି କଲେଜରେ ଶତ ପ୍ରତିଶତ ପରୀକ୍ଷା ଫଳ ହୋଇଥିବା ବେଳେ କେବଳ 9 ଟି କଲେଜରେ ଶୁନ ପ୍ରତିଶତ ପରୀକ୍ଷା ଫଳାଫଳ ହୋଇଛି।

ଚଳିତ ବର୍ଷ ଯୁକ୍ତ ବିଜ୍ଞାନରେ 99ହଜାର 18 ଜଣ ପରୀକ୍ଷା ଦେଇଥିଲେ। ତେବେ ପରୀକ୍ଷା ଖାତାର ବିଳମ୍ବ ହେତୁ ପରୀକ୍ଷା ଫଳାଫଳ ବାହାରିବାର ବିଳମ୍ବ ହୋଇଛି ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି। ପରୀକ୍ଷା ଫଳାଫଳ ପ୍ରକାଶିତ ହେବା ପୂର୍ବରୁ ବାତ୍ୟା ଓ ସାଧାରଣ ନିର୍ବାଚନରେ ଦୃଷ୍ଟିରେ ରଖି ପରୀକ୍ଷା ଫଳାଫଳ ପ୍ରକାଶିତ ହେବାରେ ବିଳମ୍ବ ଘଟିଥିଲା। ଏଥର ପରୀକ୍ଷା ଦେଇଥିବା 97.750 ପରୀକ୍ଷାର୍ଥୀ ଙ୍କ ମଧ୍ୟରୁ 70706 ଜଣ ପରୀକ୍ଷାର୍ଥୀ ପରୀକ୍ଷା ରେ ପାସ ହୋଇଛନ୍ତି। 
ଏଥର ପୁଅ ମାନଙ୍କ ତୁଳନାରେ ଝିଅ ମଙ୍କ ପାସ ହାର ଅଧିକ ରହିଛି। ତେବେ ସେହିଭଳି 60 ଜଣ ଛାତ୍ର ଛାତ୍ରୀ 90% ରୁ ଧିକ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଗତବର୍ଷ 90%ରେ ରହିଥିଲେ 41 ଜଣ ଛାତ୍ର ଛାତ୍ରୀ। 
ତେବେ ଦ୍ଵିତୀୟ ସପ୍ତାହ କିମ୍ବା ତୃତୀୟ ସପ୍ତାହ ର ପ୍ରଥମ ରେ ଯୁକ୍ତ ଦୁଇ କଳା ବାଣିଜ୍ୟ ବାହାରିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି। 

17ଜୁନ ସୁଦ୍ଧା ନିଜର ମହାବିଦ୍ୟାଳୟରେ ମାର୍କ ସିଟ୍ ଉପଲବ୍ଧ ହେବ। ଏହା ଛଡା ରି ଆଡିସନ୍ ଓ ରି ଚେଙ୍କିଂ ପାଇଁ 6 ଜୁନ ଠାରୁ ଅନଲାଇନ୍ ରେ ଆରମ୍ଭ ହେବ। 6 ଜୁନ ଠାରୁ 15 ଦିନ ଯାଏଁ ଛାତ୍ର ଛାତ୍ରୀ ଆବେଦନ କରିପାରିବେ।

ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷ ଫଳାଫଳ ଘୋଷଣା ବେଳେ ଆୟୋଜିତ ଫଳ ପୁସ୍ତିକା ଉର୍ଣ୍ଣଚୋନ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ  ସମୀର ରଞ୍ଜନ ଦାସ, ବିଭାଗୀୟ ସଚିବ ପ୍ରଦୀପ୍ତ ମହାପାତ୍ର, ପରିଷଦ ଅଧକ୍ଷ ଅମରେନ୍ଦ୍ର ପଟ୍ଟନୟକ ଆଦି ଉପଷ୍ଟହିତ ରହିଥିଲେ। 

Byte ବିଦ୍ୟାଳୟ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ  ସମୀର ରଞ୍ଜନ ଦାସ, 
Visual and byte send mojo

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.