ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସମ୍ବର୍ଦ୍ଧନା ଲାଗି ଓଡ଼ିଶା ବିଧାନସଭାରେ ସଂକଳ୍ପ । ବିଧାନସଭାରେ ସର୍ବସମ୍ମତି କ୍ରମେ ଗୃହୀତ ହୋଇଛି ସଂକଳ୍ପ ପ୍ରସ୍ତାବ । ଦିଲ୍ଲୀ ଯାଇ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ପ୍ରସ୍ତାବକୁ ବିଚାର କରାଯିବ ବୋଲି କହିଛନ୍ତି ବାଚସ୍ପତି ।
ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସମ୍ବର୍ଦ୍ଧନା ଲାଗି ପ୍ରସ୍ତାବକୁ ଆଗତ କରିଛନ୍ତି । ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ବ୍ୟୟ ବରାଦ ଆଲୋଚନା ପୂର୍ବରୁ ପ୍ରସ୍ତାବ ଆଣିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସମ୍ବର୍ଦ୍ଧନା ଲାଗି ସଂକଳ୍ପକୁ ବିଧାନସଭାରେ ସର୍ବସମ୍ମତି କ୍ରମେ ଗୃହୀତ ହୋଇଛି । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବିଧାୟକ ମାନଙ୍କର ଏକ ଟିମ ଦିଲ୍ଲୀ ଯାଇ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରସ୍ତାବ ରଖିଛନ୍ତି ।
ଏନେଇ ବିଚାର କରାଯିବ ବୋଲି କହିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ଓଡିଆ ଝିଅ ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ନେଇଛନ୍ତି । ବିଧାନସଭା ଶୂନ୍ୟକାଳରେ ଏଥିପାଇଁ ସର୍ବସମ୍ମତି କ୍ରମେ ସଙ୍କଳ୍ପ ପ୍ରସ୍ତାବ ଆସିବା ନେଇ ବାଚସ୍ପତି ସୂଚନା ଦେଇଥିଲେ ।
ଇଟିଭି ଭାରତ, ଭୁବନେଶ୍ବର