ETV Bharat / city

ସରକାରୀ ସ୍କୁଲ ପିଲାଙ୍କୁ ମିଳିବ ସଂରକ୍ଷଣ, କେକ୍ କାଟି ଖୁସି ମନାଇଲେ ଛାତ୍ରଛାତ୍ରୀ - ସରକାରୀ ସ୍କୁଲରେ ପଢିଲେ ମିଳିବ ସଂରକ୍ଷଣ

ରାଜ୍ୟ ସରକାର ରାଜ୍ୟ କ୍ୟାବିନେଟରେ ନେଇଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଓଡ଼ିଶାର ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ନାମ ଲେଖାରେ ସଂରକ୍ଷଣ ମିଳିବ । କେକ୍ କାଟି ଖୁସି ମନାଇଲେ ସରକାରୀ ସ୍କୁଲ ଛତ୍ରଛତ୍ରୀ । ଅଧିକ ପଢନ୍ତୁ...

ସରକାରୀ ସ୍କୁଲରେ ପଢିଲେ ମିଳିବ ସଂରକ୍ଷଣ, କେକ୍ କାଟି ଖୁସି ମନାଇଲେ ଛାତ୍ରଛାତ୍ରୀ

author img

By

Published : Dec 28, 2020, 10:35 PM IST

ଭୁବନେଶ୍ବର: କ୍ୟାବିନେଟ ନିଷ୍ପତ୍ତି ପରେ ଖୁସି ମନାଇଲେ ସରକାରୀ ସ୍କୁଲର ଛାତ୍ରଛାତ୍ରୀ । କେକ୍ କାଟି ଖୁସି ମନାଇଲେ ସରକାରୀ ସ୍କୁଲ ଛତ୍ରଛତ୍ରୀ । ସରକାରୀ ସ୍କୁଲରେ ପଢିଲେ ମିଳିବ ସଂରକ୍ଷଣ । ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ନାମଲେଖା ପାଇଁ ପାଇବେ ସୁବିଧା ।

ସରକାରୀ ସ୍କୁଲରେ ପଢିଲେ ମିଳିବ ସଂରକ୍ଷଣ, କେକ୍ କାଟି ଖୁସି ମନାଇଲେ ଛାତ୍ରଛାତ୍ରୀ

ରାଜ୍ୟ ସରକାର ରାଜ୍ୟ କ୍ୟାବିନେଟରେ ନେଇଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଓଡ଼ିଶାର ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ନାମ ଲେଖାରେ ସଂରକ୍ଷଣ ରହିବ । ଆଉ ଏହାକୁ ଆଗାମୀ ଶିକ୍ଷାବର୍ଷ ଠାରୁ ରାଜ୍ୟରେ ଲାଗୁ କରିବାକୁ ସଂକଳ୍ପ ଆଗତ ହୋଇଛି । କ୍ୟାବିନେଟରେ ଏହି ପ୍ରସ୍ତାବ ପାରିତ ହେବା ପରେ ଏହାକୁ ଚୂଡାନ୍ତ ରୂପ ଦେବାକୁ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଗଠନ କରାଯିବ ।

ଏହି କମିଟି ଆସନ୍ତା ୩ ମାସ ମଧ୍ୟରେ ଏକ ରିପୋର୍ଟ ପ୍ରଦାନ କରିବେ । ଯାହାଫଳରେ କମିଟିର ସୁପାରିଶକୁ ଆସନ୍ତା ଶିକ୍ଷାବର୍ଷରୁ ଲାଗୁ କରାଯାଇପାରିବ । ଏହାକୁ ନେଇ କ୍ୟାପିଟାଲ ସ୍କୁଲରେ ବିଧାୟକ ଅନନ୍ତ ନାରାୟଣ ଜେନା, ସ୍କୁଲର ଶିକ୍ଷକ ଓ ଶିକ୍ଷତ୍ରୀଙ୍କ ସହ ଛାତ୍ରଛାତ୍ରୀ ମଧ୍ୟ ଏହି ଖୁସି ମୁହୂର୍ତ୍ତରେ ଯୋଗଦାନ କରିଥିଲେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.