ETV Bharat / city

BJD କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳିତ

author img

By

Published : Jan 26, 2022, 11:08 AM IST

ଆଜି ସାରା ଦେଶ ପାଳୁଛି ୭୩ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ବିଜୁ ଜନତା ଦଳ ପକ୍ଷରୁ ପାର୍ଟି ଅଫିସ ଠାରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି । ଅଧିକ ପଢନ୍ତୁ

ବିଜେଡି କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ବର: ଆଜି ୭୩ତମ ସାଧାରଣତନ୍ତ୍ର ଦିବସ । କୋଭିଡ କଟକଣା ମଧ୍ୟରେ ଦେଶବ୍ୟାପୀ ଗଣତନ୍ତ୍ର ଦିବସ ପାଳିତ ହେଉଛି । ଏହି ଅବସରରେ ବିଜେଡି କାର୍ଯ୍ୟାଳୟରେ ମଧ୍ୟ ବିଜୁ ଜନତା ଦଳ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି । ବିଜେଡି କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ, ପାର୍ଟି ମୁଖ୍ୟାଳୟ ସଞ୍ଜୟ ଦାସବର୍ମା ଉପସ୍ଥିତ ରହି ପତାକା ଉତ୍ତୋଳନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ଉତ୍ତର ବିଧାୟକଙ୍କ ସମେତ ଦଳର ବହୁ କର୍ମକର୍ତ୍ତା ଉପସ୍ଥିତ ରହି ପତାକା ଉତ୍ତୋଳନ କରିଛନ୍ତି ।

୧୯୫୦ ମସିହା ଆଜିର ଦିନରେ ଭାରତର ନୂତନ ସମ୍ବିଧାନ ଲାଗୁ ହୋଇଥିଲା । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଦେଶ ବ୍ରିଟିଶ ସରକାର କବଳରୁ ସ୍ବାଧୀନ ହୋଇଥିଲା, କିନ୍ତୁ ଦେଶ ପରିଚାଳନା ପାଇଁ କୌଣସି ସାମ୍ବାଧାନିକ ବ୍ୟବସ୍ଥା ନଥିଲା । ଏହାପରେ ବାବା ସାହେବ ଆମ୍ବେଦକରଙ୍କ ନେତୃତ୍ବରେ ଏକ ସମ୍ବିଧାନ ଡ୍ରାଫଟିଂ କମିଟି ଗଠନ କରାଯାଇ ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ବିଶ୍ବର ଦୀର୍ଘତମ ଲିଖିତ ସମ୍ବିଧାନ ଆଗତ କରାଯାଇଥିଲା । ଏହାର ଠିକ୍ ଦୁଇ ବର୍ଷ ପରେ ୧୯୫୦ ମସିହା ଜାନୁୟାରୀ ୨୬ରେ ଭାରତ ଏକ ସାର୍ବଭୌମତ୍ବ ଗଣତାନ୍ତ୍ରିକ ରାଷ୍ଟ୍ର ରୂପେ ପରିଗଣିତ ହେବା ସହ ଲିଖିତ ସାମ୍ବିଧାନକ ବ୍ୟବସ୍ଥାର କାର୍ଯ୍ୟକାରୀ ହୋଇଥିଲା ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.