ଭୁବନେଶ୍ବର: ସରକାର ସାନି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ବିଶେଷ କରି ଗାଡି ମରାମତି, ଟାୟାର ଦୋକାନ, ବ୍ୟାଟେରୀ ଦୋକାନ ଖୋଲିବା ନେଇ ଆସିଛି ଗାଇଡ ଲାଇନ। ହଟସ୍ପଟ ଜିଲ୍ଲା ଗୁଡିକରେ ଏସବୁ ଦୋକାନ ଖୋଲିବ ନାହିଁ। ହେଲେ ନନ ହଟସ୍ପଟ ଜିଲ୍ଲା ଗୁଡିକରେ ଖୋଲିବା ନେଇ କିଛି ପ୍ରତିବନ୍ଧକ ନାହିଁ । ତେବେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଜିଲ୍ଲାପାଳ ଓ ମୁନିସିପାଲିଟି କମିଶନର ଚାହିଁଲେ ଏହି ନିଷ୍ପତ୍ତି ବଦଳାଇ ପାରିବେ ।
ଏକ ସମୟରେ 5ରୁ ଅଧିକ ଦୋକାନ ଖୋଲା ରହିବ ନାହିଁ। ଜାତୀୟ ରାଜପଥ ପାର୍ଶ୍ଵରେ ଢ଼ାବା ଖୋଲିବ ହେଲେ କେବଳ ପାର୍ସଲ ପାଇଁ ଖୋଲିବ। କେହି ବସି ଖାଇ ପାରିବେ ନାହିଁ। ସେହିପରି ଶ୍ରମିକଙ୍କ ଯିବାଆସିବା ଉପରେ ନିର୍ଦ୍ଦେଶାବଳୀ ଜାରି ହୋଇଛି।
![repairing shop will open in state except hotspot area](https://etvbharatimages.akamaized.net/etvbharat/prod-images/od-bbs-6-sopforvehiclepreparingshop-avo-7205239_21042020214517_2104f_1587485717_372.png)
ପରିଚୟ ପତ୍ର ଦେଖାଇ ଶ୍ରମିକ ମାନେ ଯାତାୟାତ କରିପାରିବେ । ଯେଉଁମାନେ ଚାଲିକି କିମ୍ବା ସାଇକେଲ ଯୋଗେ ଯିବେ ତାଙ୍କୁ ଅନୁମତି ମିଳିବ । ତେବେ ଦୂର ବାଟରୁ ଆସୁଥିବା ଶ୍ରମିକଙ୍କ ପାଇଁ ଗାଡି ବ୍ୟବସ୍ଥା କରିପାରିବେ ନିର୍ମାଣ ସଂସ୍ଥା । ହେଲେ କ୍ଷମତାର ମାତ୍ର 40 ପ୍ରତିଶତ ସିଟରେ ବସିବା ବ୍ୟବସ୍ଥା ହେବ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ,ଇଟିଭି ଭାରତ