ETV Bharat / city

କ୍ୟାପିଟାଲ ହସ୍ପିଟାଲ କାଡିଓଲୋଜି ବିଭାଗର ନବୀକରଣ - କାଡିଓଲୋଜି ବିଭାଗର ନବୀକରଣ

ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଉପସ୍ଥିତିରେ କ୍ୟାପିଟାଲ ହସ୍ପିଟାଲ କାର୍ଡିଓଲୋଜି ବିଭାଗର କାର୍ଯ୍ୟକାରିତା ସଂପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

କ୍ୟାପିଟାଲ ହସ୍ପିଟାଲ କାଡିଓଲୋଜି ବିଭାଗର ନବୀକରଣ

author img

By

Published : Feb 2, 2021, 9:39 PM IST

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲ କାଡିଓଲୋଜି ବିଭାଗର ନବୀକରଣ । ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଉପସ୍ଥିତିରେ କ୍ୟାପିଟାଲ ହସ୍ପିଟାଲ କାର୍ଡିଓଲୋଜି ବିଭାଗର କାର୍ଯ୍ୟକାରିତା ସଂପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବୈଠକର ଆଲୋଚନା ଅନୁଯାୟୀ କ୍ୟାପିଟାଲ ହସ୍ପିଟାଲ କାର୍ଡିଓଲୋଜିର ବହିର୍ବିଭାଗରେ 2019 ରେ 15 ହଜାରରୁ ଉର୍ଦ୍ଧ୍ବ ହୃଦରୋଗୀ ପଞ୍ଜିକୃତ ହୋଇଥିବାଳେ 2020 ମସିହାରେ ଏହି ସଂଖ୍ୟା ପ୍ରାୟ 16 ହଜାର ଛୁଇଁଛି । ଦିନକୁ ଦିନ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ବିଭାଗର ପରିସର ବୃଦ୍ଧି ପାଇଁ ବର୍ତ୍ତମାନ ଭିର୍ତ୍ତିଭୂମି ଉନ୍ନୟନ କାର୍ଯ୍ୟ ଜାରି ରହିଛି । ଏଠାରେ ବର୍ଭମାନ ବହିର୍ବିଭାଗ ସହ କାର୍ଡିଓଲୋଜିକାଲ୍ ଇନ୍‌ଭେଷ୍ଟିଗେସନ୍ ଯଥା-ଇସିଜି, ଟୁଜିଇକୋ, ଟିଏମୂଟି ସେବା ସହ 16 ଟି ଶଯ୍ୟା ରହିଛି।

ବିଭାଗରୁ ସଂପ୍ରସାରଣ ପାଇଁ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଏହା ସହିତ ଆଇସିୟୁ ଗ୍ୟାସ ପାଇପି ଲାଇନ୍ କାର୍ଯ୍ୟ ମଧ୍ୟ ଚାଲିଛି । କାଡ଼ିଓଲୋଜି ବିଭାଗ ସୁପର ସ୍ପେଶାଲିଟୀ ହୋଇଥିବାବେଳେ ଏଥିପାଇଁ ଇସିଜି, କ୍ୟାଥୁଲାବ, ଓଟି, ଆଇସିୟୁ ଓ ଇକୋ ଟେକ୍‌ନିସିଆନ୍ ଭଳି ପଦବୀର ବହୁଳ ଆବଶ୍ୟକତା ଥିବାରୁ ପଦବୀ ସବୁ ଖୁବଶୀଘ୍ର ପୂରଣ ହେବ ।

ଏହାସହିତ ନୂଆ କରି ଏକ ଇଲେକ୍ଟ୍ରୋଫିଜିଓଲୋଜି ମେସିନ୍ କିଣିବା ପାଇଁ ବୈଠକରେ ନିଷ୍ପରି ହୋଇଥିଲା । ଏହି ଅତ୍ୟାଧୁନିକ ମେସିନ କିଣିବା ଦ୍ଵାରା ହୃଦ୍‌ରୋଗ ଚିକିତ୍ସା କ୍ଷେତ୍ରରେ ସୁବିଧା ହୋଇପାରିବ । ଅନ୍ୟପକ୍ଷରେ କ୍ୟାଥ ଲ୍ୟାବ ପାଇଁ ବାର୍ଷିକ ହାରାହାରି 15 କୋଟିରୁ ଉର୍ଦ୍ଧ୍ବ ଖର୍ଚ୍ଚ ହେବ ବୋଲି ବୈଠକରେ ହୋଇଥିବା ନିଷ୍ପତ୍ତି ହୋଇଛି ।
ଏହି ଅବସରରେ ଓଡ଼ିଶା ଭାଜା ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଯାମିନୀ ଷଡଙ୍ଗୀ, ଡିଏମୂଇଟି ପ୍ରଫେସର ସି.ବି.କେ. ମହାନ୍ତି, କ୍ୟାପିଟାଲ ହସ୍ପିଟାଲ କାର୍ଡିଓଲୋଜି ବିଭାଗର ନିର୍ଦ୍ଦେଶକ ପ୍ରଫେସର ପି.କେ. ଦାସ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଭଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.