ETV Bharat / city

BMC ବୈଠକ: 23ରୁ ରାଜଧାନୀରେ ଖୋଲିପାରେ ଧର୍ମାନୁଷ୍ଠାନ - ଖୋଲିବ ମନ୍ଦିର

ଭୁବନେଶ୍ବରରେ ଧର୍ମାନୁଷ୍ଠାନ ଖୋଲିବା ନେଇ BMC କମିଶନରଙ୍କ ବୈଠକ । ୨୩ରୁ ରାଜଧାନୀରେ ଖୋଲିପାରେ ସବୁ ଧର୍ମାନୁଷ୍ଠାନ । ଅଧିକ ପଢନ୍ତୁ...

BMC ବୈଠକ: 23ରୁ ରାଜଧାନୀରେ ଖୋଲିପାରେ ଧର୍ମାନୁଷ୍ଠାନ

author img

By

Published : Aug 7, 2021, 4:10 PM IST

ଭୁବନେଶ୍ବର: ଅଗଷ୍ଟ ୨୩ରୁ ଭୁବନେଶ୍ବରରେ ଖୋଲିପାରେ ସମସ୍ତ ଧର୍ମାନୁଷ୍ଠାନ । ଆଜି(ଶନିବାର) BMC କମିଶନରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମନ୍ଦିର ଖୋଲିବା ସମ୍ପର୍କରେ ଆଲୋଚନା ହୋଇଛି । ଧର୍ମାନୁଷ୍ଠାନ ଖୋଲିବା ନେଇ ଏକ ଆଭ୍ୟନ୍ତରୀଣ ବୈଠକ ବସିବ । ବର୍ତ୍ତମାନ କୋଭିଡ ସ୍ଥିତି ଓ ଆଜିର ବୈଠକରେ ଆସିଥିବା ମତାମତ ବିଚାର କରାଯିବ । ଏହି ଆଧାରରେ ଧର୍ମାନୁଷ୍ଠାନ ଖୋଲିବା ନିଷ୍ପତ୍ତି ନିଆଯିବ ବୋଲି BMC କମିଶନର ସଞ୍ଜୟ ସିଂ ସୂଚନା ଦେଇଛନ୍ତି ।

BMC ବୈଠକ: 23ରୁ ରାଜଧାନୀରେ ଖୋଲିପାରେ ଧର୍ମାନୁଷ୍ଠାନ

ଶନିବାର BMC କମିଶନରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ବିଭିନ୍ନ ଧାର୍ମିକ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସମେତ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ସଦସ୍ୟ ଓ ବିଭିନ୍ନ ନିଯୋଗ କର୍ମକର୍ତ୍ତା ଭର୍ଚୁଆଲ ଯୋଗେ ଏଥିରେ ଯୋଗ ଦେଇଥିଲେ । ମନ୍ଦିର ଓ ଅନ୍ୟାନ୍ୟ ଧର୍ମାନୁଷ୍ଠାନ ଖୋଲିବା ସମ୍ପର୍କରେ ବୈଠକରେ ଆଲୋଚନା ହେବା ସହ ୨୩ ତାରିଖରେ ଧର୍ମାନୁଷ୍ଠାନ ଖୋଲିବା ପାଇଁ ସମସ୍ତେ ପ୍ରସ୍ତାବ ଦେଇଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.