ETV Bharat / city

ପେଟ୍ରୋଲ-ଡିଜେଲରେ ଭାଟ୍ କମାଇଲେ ରାଜ୍ୟ ରାଜସ୍ବରେ ପଡିବ ପ୍ରଭାବ: ବିଜେଡି

author img

By

Published : Jul 30, 2020, 9:58 PM IST

ଦିଲ୍ଲୀ ସରକାର ପେଟ୍ରୋଲ-ଡିଜେଲ ଦର ଉପରେ ଭାଟ୍ କମେଇବା ପରେ ରାଜ୍ୟ ସରକାର ମଧ୍ୟ ଏଥିରେ ଭାଟ କମାନ୍ତୁ ବୋଲି ଦାବି କଲା କଂଗ୍ରେସ । ସେପଟେ କଂଗ୍ରେସ ସଭାପତିଙ୍କ ପ୍ରତିକ୍ରିୟାର ଜବାବ ରଖିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର । ଅଧିକ ପଢନ୍ତୁ...

Reducing VAT on petrol and diesel will have an impact on state revenue
ପେଟ୍ରୋଲ-ଡିଜେଲ ଉପରେ ଭାଟ୍ କମେଇଲେ ରାଜ୍ୟ ରାଜସ୍ବ ଉପରେ ପଡିବ ପ୍ରଭାବ

ଭୁବନେଶ୍ବର: ପେଟ୍ରୋଲ-ଡିଜେଲ ଉପରେ ଭାଟ୍‌ ଉଠେଇବା ନେଇ ଜୋର୍ ଧରିଲା ଦାବି । ଦିଲ୍ଲୀ ସରକାର ପେଟ୍ରୋଲ-ଡିଜେଲ ଦର ଉପରେ ଭାଟ୍ କମେଇବା ପରେ ରାଜ୍ୟ ସରକାର ମଧ୍ୟ ଏଥିରେ ଭାଟ କମାନ୍ତୁ ବୋଲି ଦାବି ଉଠିଲା ।

ଗୁରୁବାର ଦିଲ୍ଲୀ ସରକାର ପେଟ୍ରୋଲ-ଡିଜେଲ ଉପରେ ୩୦ ପ୍ରତିଶତ ଭାଟ୍ କମେଇ ୧୬.୭୫ ପ୍ରତିଶତ ରଖିଛନ୍ତି । ଯାହା ଫଳରେ ଡିଜେଲ ଦର ୮.୩୬ ଟଙ୍କା କମିଛି । ଆଉ ସାଧାରଣ ଜନତା ଏହା ଦ୍ବାରା ବେଶ ଉପକୃତ ହୋଇଛନ୍ତି । ତେଣୁ ରାଜ୍ୟ ସରକାର ମଧ୍ୟ ପେଟ୍ରୋଲ ଡିଜେଲ ଉପରେ ଭାଟ୍ କମାନ୍ତୁ । କୋରୋନା ମହାମାରୀ ସମୟରେ ଏହା ଓଡ଼ିଶାର ଜନସାଧାରଣଙ୍କୁ ସାହାଯ୍ୟ ହେବ ଏବଂ ରାଜ୍ୟରେ ଦରଦାମ କମିବ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ସେପଟେ କଂଗ୍ରେସ ସଭାପତିଙ୍କ ପ୍ରତିକ୍ରିୟାର ଜବାବ ରଖିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର । ସେ କହିଛନ୍ତି ଯେ ଏବେ କନଜମ୍ପସନ କମ ରହିଛି । ଏହାସହ ରାଜ୍ୟର ରାଜସ୍ବକୁ ମଧ୍ୟ ଦେଖିବାକୁ ହେବ । କେନ୍ଦ୍ର ସରକାର ଅଧିକ ନେଉଛନ୍ତି । ଭାଟ୍ କମେଇଲେ ଏହା ରାଜ୍ୟର ରାଜସ୍ବ ଉପରେ ପ୍ରଭାବ ପକାଇବ । ଏହାସହ ଜୀବନ ଜୀବିକା ଉପରେ ମଧ୍ୟ ପ୍ରଭାବ ପଡିବ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.