ETV Bharat / city

ରଥଯାତ୍ରାବେଳେ ପ୍ଲାଷ୍ଟିକ ବ୍ୟବହାର କମ ହେଉ: ଧର୍ମେନ୍ଦ୍ର ପ୍ରଧାନ - କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରଥଯାତ୍ରା ସମୟରେ ଶ୍ରୀକ୍ଷେତ୍ର ପୁରୀରେ ପ୍ଲାଷ୍ଟିକ ଏକ ବଡ ସମସ୍ୟା ଭାବେ ସୃଷ୍ଟି ହୁଏ । ତେଣୁ ଏହି ପ୍ଲାଷ୍ଟିକ ସମସ୍ୟାର ନିରାକରଣ ପାଇଁ ଆସନ୍ତା ରଥଯାତ୍ରାରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକର ବ୍ୟବହାରକୁ ହ୍ରାସ କରିବା ସହ ରିସାଇକେଲିଂ ପାଇଁ ସାମାଜିକ ସଂଗଠନ ଓ ଜନସାଧାରଣଙ୍କୁ ଅପିଲ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ

ଧର୍ମେନ୍ଦ୍ର ପ୍ରଧାନ
ଧର୍ମେନ୍ଦ୍ର ପ୍ରଧାନ
author img

By

Published : Jun 25, 2022, 8:52 PM IST

ଭୁବନେଶ୍ବର: ରଥଯାତ୍ରାରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକର ବ୍ୟବହାରକୁ ହ୍ରାସ କରିବା ସହ ରିସାଇକେଲିଂ ପାଇଁ ସାମାଜିକ ସଂଗଠନ ଓ ଜନସାଧାରଣଙ୍କୁ ଅପିଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

  • ରଥଯାତ୍ରାରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକର ବ୍ୟବହାରକୁ ହ୍ରାସ କରିବା ସହ ରିସାଇକେଲିଂ ପାଇଁ ସାମାଜିକ ସଂଗଠନ ଓ ଜନସାଧାରଣଙ୍କୁ ଅନୁରୋଧ କରୁଛି । ପରିବେଶକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବା ପାଇଁ ଆମେ ସମସ୍ତେ ସଂକଳ୍ପ ନେବା ।

    ଜୟ ଜଗନ୍ନାଥ 🙏 pic.twitter.com/oEzr5h4Hop

    — Dharmendra Pradhan (@dpradhanbjp) June 25, 2022 " class="align-text-top noRightClick twitterSection" data=" ">

ରଥଯାତ୍ରା ସମୟରେ ଶ୍ରୀକ୍ଷେତ୍ର ପୁରୀରେ ପ୍ଲାଷ୍ଟିକ ଏକ ବଡ ସମସ୍ୟା ଭାବେ ସୃଷ୍ଟି ହୁଏ । ତେଣୁ ଏହି ପ୍ଲାଷ୍ଟିକ ସମସ୍ୟାର ନିରାକରଣ ପାଇଁ ଆସନ୍ତା ରଥଯାତ୍ରାରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକର ବ୍ୟବହାରକୁ ହ୍ରାସ କରିବା ସହ ରିସାଇକେଲିଂ ପାଇଁ ସାମାଜିକ ସଂଗଠନ ଓ ଜନସାଧାରଣଙ୍କୁ ଅପିଲ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ରଥଯାତ୍ରାରୁ ଶ୍ରୀଗୁଣ୍ଡିଚା ଯାତ୍ରା ପର୍ଯ୍ୟନ୍ତ ପୁରୀରେ ପ୍ଲାଷ୍ଟିକ ହ୍ରାସ କରିବା ପାଇଁ ଏହାକୁ ଏକ ଜନଆନ୍ଦୋଳନର ରୂପ ଦେବାକୁ ମନ୍ତ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ରଥଯାତ୍ରାର ବିଧି ବିଧାନ ଆରମ୍ଭ ହୋଇସାରିଛି । ରଥଯାତ୍ରା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ବଡ ଦେଉଳର ରତ୍ନ ସିଂହାସନକୁ ଛାଡି ବଡଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କୁ ପ୍ରତ୍ୟକ୍ଷ ଦର୍ଶନ ଦେବେ । ଏହି ଅନନ୍ୟ ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରମ୍ପରାରେ ଯୋଡ଼ି ହେବା ପାଇଁ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କର ସମାଗମ ହେବ । ରଥ ଟାଣିବା ପାଇଁ ବଡ଼ଦାଣ୍ଡ ଜନସମୁଦ୍ରରେ ପରିଣତ ହେବ । ବିଶେଷ ଭାବରେ ରଥଯାତ୍ରା ସମୟରେ ଲୋକମାନଙ୍କ ଦ୍ୱାରା ସିଙ୍ଗଲ ୟୁଜ ପ୍ଲାଷ୍ଟିକର ବ୍ୟବହାର ବଢ଼ିଥାଏ । ଲୋକମାନେ ବ୍ୟବହୃତ ଭୋଗ ଓ ଫୁଲ ପାଇଁ ପଲିଥିନ, ପାଣି ବୋତଲ, ପାଣି ଗ୍ଲାସ ତଥା ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀକୁ ନେବା ପାଇଁ ସିଙ୍ଗଲ ୟୁଜ ପ୍ଲାଷ୍ଟିକର ମାତ୍ରାଧିକ ବ୍ୟବହାର କରନ୍ତି ।

ଏହାର ନକରାତ୍ମକ ପ୍ରଭାବ ପରିବେଶ, ଜଳାଶୟ, ଜୀବଜନ୍ତୁଙ୍କ ଉପରେ ପଡେ । ଆଜିର ସମୟରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଏକ ବଡ ସମସ୍ୟା ଭାବରେ ଆମ ସାମ୍ନାରେ ଠିଆ ହୋଇଛି । ଏବେ ଦେଶରେ ସମ୍ପୂର୍ଣ୍ଣ ଭାବରେ ବନ୍ଦ ନ ହେଲେ ବି ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବନ୍ଦ କରିବା ପାଇଁ ସର୍ବସମ୍ମତି ପ୍ରକାଶ ପାଉଛି । ସିଙ୍ଗଲ ୟୁଜ ପ୍ଲାଷ୍ଟିକର ବ୍ୟବହାରକୁ ହ୍ରାସ କରିବା ସହ ଏହାର ରିୟୁଜ ଏବଂ ରି-ସାଇକେଲ ପାଇଁ ପଦ୍ଧତି ତିଆରି କରିବାକୁ ପଡ଼ିବ । ପରିବେଶକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବା ପାଇଁ ଆମ ସମସ୍ତଙ୍କୁ ସଂକଳ୍ପ ନେବାକୁ ପଡ଼ିବ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅବସରରେ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ମହାପ୍ରଭୁଙ୍କ ପ୍ରତି ଆମ ମନରେ ଥିବା ସମର୍ପଣ, ଭକ୍ତି ଭାବ ଓ ନିଷ୍ଠାର ବ୍ୟବହାରିକ ରୂପ ହେବା ଦରକାର ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.