ETV Bharat / city

ରାଜ୍ୟରେ ବଢୁଛି ସୁସ୍ଥତା ହାର, 24 ଘଣ୍ଟାରେ 229 ଆକ୍ରାନ୍ତ ସୁସ୍ଥ - କୋରୋନା ଭାଇରସ ନ୍ୟୁଜ୍‌

ରାଜ୍ୟରେ ବଢିବାରେ ଲାଗିଛି କୋରୋନା ସୁସ୍ଥତା ହାର । ଏହିକ୍ରମରେ ଶନିବାର ରାଜ୍ୟରେ ଆହୁରି 229 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟବାସୀଙ୍କ ପାଇଁ ଏହା ଅତି ଖୁସିର ଖବର କି ରାଜ୍ୟରେ ବର୍ତ୍ତମାନ ମୋଟ ସୁସ୍ଥ ସଂଖ୍ୟା 5934ରେ ପହଞ୍ଚିଛି ।

corona situation in odisha, corona update in odisha, corornavirus news, recovery rate in odisha, ରାଜ୍ୟରେ କୋରୋନା ସ୍ଥିତି, ରାଜ୍ୟରେ କୋରୋନା ଅପଡେଟ, ଓଡିଶାରେ କୋରୋନା ସ୍ଥିତି, କୋରୋନା ଭାଇରସ ନ୍ୟୁଜ୍‌, ରାଜ୍ୟରେ ସୁସ୍ଥତା ହାର
ରାଜ୍ୟରେ ବଢୁଛି ସୁସ୍ଥତା ହାର, 24 ଘଣ୍ଟାରେ 229 ଆକ୍ରାନ୍ତ ସୁସ୍ଥ
author img

By

Published : Jul 4, 2020, 6:02 PM IST

ଭୁବନେଶ୍ବର: ରାଜ୍ୟରେ ବଢିବାରେ ଲାଗିଛି କୋରୋନା ସୁସ୍ଥତା ହାର । ଏହିକ୍ରମରେ ଶନିବାର ରାଜ୍ୟରେ ଆହୁରି 229 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟବାସୀଙ୍କ ପାଇଁ ଏହା ଅତି ଖୁସିର ଖବର କି ରାଜ୍ୟରେ ବର୍ତ୍ତମାନ ମୋଟ ସୁସ୍ଥ ସଂଖ୍ୟା 5934ରେ ପହଞ୍ଚିଛି । ଯାହା ରାଜ୍ୟରେ କୋରୋନା ମୁକାବିଲା ପାଇଁ ନୂଆ ଆଶା ଉଜ୍ଜିବୀତ କରିଛି ।

ଗତ କିଛି ଦିନ ହେବ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲୁଥିବା ବେଳେ ସୁସ୍ଥତା ହାର ରାଜ୍ୟବାସୀଙ୍କୁ ଆଶ୍ବସ୍ତ କରିଛି । ଏଯାବତ୍‌ ରାଜ୍ୟରେ ରେକର୍ଡ ହୋଇଥିବା ସୁସ୍ଥତା ସଂଖ୍ୟାରେ ଏହାର ସର୍ବାଧିକ । ଯେଉଁଥିରେ ଗତ 24 ଘଣ୍ଟାରେ 16 ଜିଲ୍ଲାର 229 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ତେବେ ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମର 91 ଜଣ, ଖୋର୍ଦ୍ଧାର 29, ଗଜପତିର 26, ଝାରସୁଗୁଡାର 15, ବଲାଙ୍ଗୀରର 12, ଜଗତସିଂହପୁରର 11, ମୟୂରଭଞ୍ଜର 11, ଯାଜପୁରର 8, କେନ୍ଦ୍ରାପଡାର 6, କେନ୍ଦୁଝରର 5, କଟକ ଓ ସୁନ୍ଦରଗଡର 4, ଭଦ୍ରକ ଓ ନୟାଗଡର 3 ଓ ବରଗଡର ଜଣେ ରହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.