ETV Bharat / city

ଓଡ଼ିଆରେ ହେବ OAS ପରୀକ୍ଷା, ଓଡ଼ିଆରେ ପାଠ୍ୟକ୍ରମ ଉପଲବ୍ଧ କରିବାକୁ ଦାବି - ଓଏଏସ ପରୀକ୍ଷା

ଓଡ଼ିଆ ଭାଷାରେ ଦେଇ ହେବ ଓଏଏସ ପରୀକ୍ଷା(OAS Exam) । ଏହାକୁ ନେଇ ଭିନ୍ନଭିନ୍ନ ମହଲରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ପ୍ରକାଶ ପାଉଛି । ଓଡ଼ିଆରେ ପାଠ୍ୟକ୍ରମ ଉପଲବ୍ଧ କରିବାକୁ ଦାବି କଲେ ଶିକ୍ଷାବିତ । ଅଧିକ ପଢନ୍ତୁ

ଓଡ଼ିଆରେ ହେବ OAS ପରୀକ୍ଷା
ଓଡ଼ିଆରେ ହେବ OAS ପରୀକ୍ଷା
author img

By

Published : Oct 16, 2022, 7:51 AM IST

ଭୁବନେଶ୍ବର: ସାଧାରଣ ପ୍ରଶାସନ ବିଭାଗର ନିଷ୍ପତ୍ତି ଅନୁସାରେ ଓଡ଼ିଆ ଭାଷାରେ ଦେଇ ହେବ ଓଏଏସ ପରୀକ୍ଷା(OAS Exam) । ପ୍ରିଲିମ୍, ମେନ୍ ଓ ଇଣ୍ଟରଭ୍ୟୁ ବି ଓଡ଼ିଆରେ ହେବ । ପ୍ରଶ୍ନ ଉଭୟ ଓଡିଆ ଏବଂ ଇଂରାଜୀ ଭାଷାରେ ପ୍ରସ୍ତୁତ ହେବ । ପରୀକ୍ଷାର୍ଥୀ ନିଜ ଇଚ୍ଛା ଅନୁସାରେ ଉଭୟ ଇଂରାଜୀ ଓ ଓଡ଼ିଆ ମଧ୍ୟରୁ ଯେକୌଣସି ଭାଷାରେ ପରୀକ୍ଷା ଦେଇପାରିବେ । ଏହାକୁ ନେଇ ଭିନ୍ନଭିନ୍ନ ମହଲରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ପ୍ରକାଶ ପାଉଛି ।

ଓଡ଼ିଆରେ ହେବ OAS ପରୀକ୍ଷା

ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ଯେଉଁଥିରେ ଉଲ୍ଲେଖ ଅଛି ଯେ, ପରୀକ୍ଷାର୍ଥୀମାନେ ଉଭୟ ଭାଷାର ପ୍ରଶ୍ନ ପାଇବେ ଓ ଉଭୟ ଭାଷାରେ ଉତ୍ତର ଲେଖିପାରିବେ । ବହୁ ପୂର୍ବରୁ ଓଡ଼ିଆରେ ଓଏଏସ ପରୀକ୍ଷା ଆୟୋଜନ ଲାଗି ଦାବି ହୋଇ ଆସୁଥିଲା । ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ଏନେଇ ସରକାରଙ୍କୁ ଅବଗତ କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ସର୍ବଭାରତୀୟ ପ୍ରଶାସନିକ ସେବାରେ ୧୯୮୦ ମସିହାରୁ ବହୁ ଭାଷାରେ ପରୀକ୍ଷା ହୋଇଆସୁଛି । ବର୍ତ୍ତମାନ ୨୨ଟି ଭାଷାରେ ପରୀକ୍ଷା ହେଉଛି । କିନ୍ତୁ ଓଡ଼ିଶା ପ୍ରଶାସନିକ ସେବା ବା ଓଏଏସ୍ ପରୀକ୍ଷା ଓଡ଼ିଆ ଭାଷାରେ ହୋଇ ପାରୁନଥିଲା ।

ଏହା ମଧ୍ୟ ପଢନ୍ତୁ: ଏଣିକି ଓଡ଼ିଆରେ ଦେଇ ପାରିବେ OAS ପରୀକ୍ଷା

ଏହାକୁ ନେଇ ଶିକ୍ଷାବିତ ଜଲିଲ ଖାଁ କହିଛନ୍ତି ଯେ," ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । କିନ୍ତୁ ଓଡ଼ିଆ ଭାଷାରେ ପରୀକ୍ଷା ପାଇଁ ଓଡ଼ିଆ ଅନୁବାଦ ବାହାରି ନାହିଁ । ଅନେକ ପରୀକ୍ଷାର୍ଥୀ ଗୋଟିଏ କି ଦୁଇଟି ବହି ନୁହେଁ ଅନେକ ବହି ପଢ଼ନ୍ତି । ତେଣୁ ଓଡ଼ିଆ ଭାଷାରେ ଯଦି କିଏ ପରୀକ୍ଷା ଦେବାକୁ ଚାହୁଛନ୍ତି ତେବେ ସେମାନଙ୍କ ପାଇଁ ସବୁ ବିଷୟର ଓଡ଼ିଆ ବହି ରାଜ୍ୟ ସରକାର ଯୋଗାଇ ଦିଅନ୍ତୁ । ଯଥାଶିଘ୍ର ପାଠ୍ୟପୁସ୍ତକ ଆସିଲେ ଛାତ୍ରଛାତ୍ରୀମାନେ ପ୍ରସ୍ତୁତି କରିବାରେ ସାହାଯ୍ୟ ହେବ । ଏହା ଛାତ୍ରଛାତ୍ରୀଙ୍କ ପାଇଁ ବହୁତ ସୁବିଧା ଅଟେ ।

ଏପଟେ ଚଳିତ ବର୍ଷ ଟପର ହୋଇଥିବା ତେଜସ୍ଵନି ବେହେରା କହିଛନ୍ତି ଯେ, "ଓଡ଼ିଆରେ ମାଟେରିଆଲ ନାହିଁ । ଓଡ଼ିଆରେ ସାହିତ୍ୟ ହେଉ ଅବା ଇତିହାସ ଭୂଗୋଳ ପଢ଼ିବା ଏହା ବହୁତ କଷ୍ଟସାଧ୍ୟ ରହିଛି । ତେବେ ଯେହେତୁ ସରକାର ଏଭଳି ନିଷ୍ପତି ନେଇଛନ୍ତି ତେଣୁ ଖୁବ ଶୀଘ୍ର ମାଟେରିଆଲ୍ ସୁବିଧାରେ ମିଳିବା ସମସ୍ତଙ୍କ ପାଇଁ ଜରୁରୀ । ଏହା ଛାତ୍ରଛାତ୍ରୀଙ୍କ ପାଇଁ ବେଶ ସହାୟକ ହେବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.