ETV Bharat / city

ଦୁଇ ରାତି ଅନିଦ୍ରା ଅଛନ୍ତି ବାବୁସାନ: ରବି ମିଶ୍ର

author img

By

Published : Jul 27, 2022, 3:18 PM IST

ବାବୁସାନ-ତୃପ୍ତି-ପ୍ରକୃତିଙ୍କୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ଆଜି ଚେନ୍ନାଇରୁ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି ବାବୁସାନ। ଏହି ବିବାଦକୁ ନେଇ ତାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିବାବେଳେ ତାଙ୍କ ସହଯୋଗୀ ଅଭିନେତା ରବି ମିଶ୍ର ମୁହଁ ଖୋଲିଛନ୍ତି। ଅଧିକ ପଢ଼ନ୍ତୁ

reaction of actor ravi mishra on babusan marital dispute
ଦୁଇ ରାତି ଅନିଦ୍ରା ଅଛନ୍ତି ବାବୁସାନ: ରବି ମିଶ୍ର

ଭୁବନେଶ୍ବର: ତୃପ୍ତି-ପ୍ରକୃତିଙ୍କ କଳି ଭିଡିଓ ଭାଇରାଲ ହେବା ପରେ ଷ୍ଟାର ପରିବାରର ଗୁମର କଥା ଦାଣ୍ଡରେ ପଡି ହାଟରେ ଗଡିଲା । ଗତ କିଛିଦିନ ହେଲା ଗଣମାଧ୍ୟମରେ ଘଣ୍ଟା ଘଣ୍ଟା ଧରି ଚାଲିଲା ଚର୍ଚ୍ଚା । ଅପରାଜିତାଙ୍କ ଠାରୁ ଆରମ୍ଭ କରି ମନ୍ମଥ ମିଶ୍ରଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରତିକ୍ରିୟା ରଖିଲେ । ହେଲେ ଯେଉଁ ହିରୋଙ୍କୁ ନେଇ ଏତେ କାଣ୍ଡ, ଏତେ କଥା, ଏତେ ଚର୍ଚ୍ଚା ସେ ହିରୋ ବାବୁସାନ କିନ୍ତୁ ନଥିଲେ ଓଡିଶାରେ । କି ଗଣମାଧ୍ୟମ ଆଗରେ ସିଧାସଳଖ ରଖିନଥିଲେ କୌଣସି ପ୍ରତିକ୍ରିୟା । ଗତକାଲି ରାତିରେ ଚେନ୍ନାଇରୁ ଆସିବାର ଥିଲା । ମାତ୍ର ଫ୍ଲାଇଟ ମିସ୍ ହେବାରୁ ଆଜି ସକାଳେ ଆଉ ଏକ ଫ୍ଲାଇଟରେ ଚେନ୍ନାଇରୁ ଭୁବନେଶ୍ବରକୁ ଆସିଲେ ବାବୁସାନ । ଭୁବନେଶ୍ବର ବିମାନ ବନ୍ଦରରୁ ସିଧା ବରମୁଣ୍ଡା ସ୍ଥିତ ଘରକୁ ଗଲେ ପଦେ ବି କହିଲେନି ବାବୁସାନ ।

ଦୁଇ ରାତି ଅନିଦ୍ରା ଅଛନ୍ତି ବାବୁସାନ

ଏପଟେ ବାବୁସାନଙ୍କ ପାରିବାରିକ ବନ୍ଧୁ ତଥା ଅଭିନେତା ରବି ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ଅଭିନେତା ରବି ମିଶ୍ର କହିଛନ୍ତି, "ଦୁଇ ଦିନ‌ଧରି ରାତ୍ରି ଅନିଦ୍ରା ଅଛନ୍ତି ବାବୁସାନ। ବିଶ୍ରାମ ନେବା ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିବେ। ଯେହେତୁ ଗଣମାଧ୍ୟମ ତାଙ୍କ ପ୍ରତିକ୍ରିୟା ପାଇ ଅପେକ୍ଷା କରିଛନ୍ତି, ତେଣୁ ତାଙ୍କର ପରିବାର ପକ୍ଷରୁ ମୁଁ ପ୍ରତିକ୍ରିୟା ରଖିଲି । ବାବୁସାନ ନିଜ ପିଲା ଏବଂ ପରିବାର ସହ ରହିବାକୁ ଚାହୁଁଛନ୍ତି" ବୋଲି ରବି ମିଶ୍ର କହିଛନ୍ତି । ଦମନ ଫିଲ୍ମର ପ୍ରଯୋଜନା ପାଇଁ ବାବୁସାନଙ୍କ ସହ ସେ ମଧ୍ୟ ଚେନ୍ନାଇ ଯାଇଥିଲେ ।

ଦିନେ ଦୁଇ ଦିନ ପରେ ବାବୁସାନ ମୁହଁ ଖୋଲିବେ ମିଡିଆ ଆଗରେ । ତେବେ ବାବୁସାନ-ତୃପ୍ତି-ପ୍ରକୃତିଙ୍କୁ ନେଇ ଯେଉଁ ଚର୍ଚ୍ଚା ଲାଗି ରହିଛି ତାର ପୂର୍ଣ୍ଣଚ୍ଛେଦ ପଡିବ ନା କଥା ବଢିବ ତାହା ବାବୁସାନଙ୍କ ପ୍ରତିକ୍ରିୟା ପରେ ସ୍ପଷ୍ଟ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.