ETV Bharat / city

ଆଜି 34 ବୁଥ୍‌ରେ ସାନି ମତଦାନ

ଆଜି (ରବିବାର) ରାଜ୍ୟର 34ଟି ବୁଥ୍‌ରେ ସାନି ମତଦାନ କରାଯାଉଛି ।

ପ୍ରତିକାତ୍ମକ ଫଟୋ
author img

By

Published : May 19, 2019, 7:47 AM IST

Updated : May 19, 2019, 8:31 AM IST

ଭୁବନେଶ୍ବର: ଆଜି(ରବିବାର) ରାଜ୍ୟର 34ଟି ବୁଥ୍‌ରେ ସାନି ମତଦାନ । ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସମୟରେ କିଛି ବୁଥ୍‌ରେ ଅନିୟମିତତା ଓ ଇଭିଏମ୍‌ ତ୍ରୁଟି ହୋଇଥିଲା । ତେଣୁ ସେଗୁଡିକୁ ବିଚାରକୁ ନେଇ ଆଜି 34ଟି ବୁଥ୍‌ରେ ସାନି ମତଦାନ କରାଯାଉଛି ।

ଯାଜପୁର ଜିଲ୍ଲାର ବରୀରେ 5ଟି ବୁଥ୍‌, ବିଞ୍ଝାରପୁରରେ 2ଟି ବୁଥ୍‌, ସୁକିନ୍ଦାରେ ଗୋଟିଏ ଏବଂ ଧର୍ମଶାଳାରେ ମଧ୍ୟ ଗୋଟିଏ ବୁଥ୍‌ରେ ସାନି ମତଦାନ ହେଉଥିବାବେଳେ ପୁରୀ ଜିଲ୍ଲାର ସତ୍ୟବାଦୀରେ ଗୋଟିଏ ଓ ବ୍ରହ୍ମଗିରିର 2ଟି ବୁଥ୍‌ରେ ହେଉଛି ଭୋଟ ଗ୍ରହଣ । ସେହିପରି କଟକର ମାହାଙ୍ଗା ଓ ଆଠଗଡରେ 4ଟି ଲେଖାଏଁ ବୁଥ୍‌ ଏବଂ ବଡମ୍ବା ଓ ସାଲେପୁରରେ ଗୋଟିଏ ଲେଖାଏଁ ବୁଥ୍‌ରେ ଚାଲିଛି ମତଦାନ ।

ସେପଟେ ମୟୂରଭଞ୍ଜର ବାରିପଦାର 4ଟି ବୁଥ୍‌ ଓ ବାଙ୍ଗିରିପୋଷିର ଗୋଟିଏ ବୁଥ୍‌ରେ ହେଉଛି ଭୋଟ ଗ୍ରହଣ । ଅନ୍ୟପଟେ ଜଳେଶ୍ବରରେ 2ଟି, ଦେବଗଡରେ ଗୋଟିଏ, ପାରାଦୀପରେ ଗୋଟିଏ, ଭୁବନେଶ୍ବର (ମଧ୍ୟ)ରେ ଗୋଟିଏ, ଘଷିପୁରାର ଗୋଟିଏ ଓ ତାଳଚେରରେ ଗୋଟିଏ ବୁଥ୍‌ରେ ହେଉଛି ଭୋଟଗ୍ରହଣ ।

Intro:Body:Conclusion:
Last Updated : May 19, 2019, 8:31 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.