ETV Bharat / city

ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲା RBI; ସମସ୍ତ ଅର୍ଥ ସୁରକ୍ଷିତ - ମୁଖ୍ୟ ଶାସନ ସଚିବ

ୟେସ ବ୍ୟାଙ୍କ ପ୍ରସଙ୍ଗରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲା ରିଜର୍ଭ ବ୍ୟାଙ୍କ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

RBI
RBI
author img

By

Published : Mar 12, 2020, 7:41 PM IST

ଭୁବନେଶ୍ବର: ୟେସ ବ୍ୟାଙ୍କରେ ଜମା ଥିବା ସରକାରୀ ଅର୍ଥ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଚିଠି ଲେଖିଲା ଆରବିଆଇ । ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଏନଏସ ବିଶ୍ବନାଥନ ।

photo
ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲା RBI; ସମସ୍ତ ଅର୍ଥ ଅଛି ସୁରକ୍ଷିତ

ବିଶ୍ବନାଥନ ଚିଠିରେ ଦର୍ଶାଇଛନ୍ତି ୟେସ ବ୍ୟାଙ୍କ ରେ ଜମା ହୋଇଥିବା ସରକାରୀ ଅର୍ଥ ସମ୍ପୂର୍ଣ୍ଣ ସୁରକ୍ଷିତ । ଠିକ ସମୟରେ ଅର୍ଥ ଫେରସ୍ତ ପାଇଁ ରିର୍ଜଭ ବ୍ୟାଙ୍କର ଉଦ୍ୟମ ଜାରି ରହିଛି । ଘରୋଇ ବ୍ୟାଙ୍କରେ ଅର୍ଥ ଜମା କରିବା ଅସୁରକ୍ଷିତ ବୋଲି ଯାହା ଚର୍ଚ୍ଚା ହେଉଛି ତାହା ଠିକ ନୁହେଁ ବୋଲି ବିଶ୍ବନାଥନ କହିଛନ୍ତି ।

ଏହାସହ ମହାପ୍ରଭୁ ଜଗନ୍ନାଥଙ୍କ ଟଙ୍କା ମଧ୍ୟ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ଅଛି । ପ୍ରଭୁଙ୍କ କୌଣସି ଟଙ୍କା ବୁଡିବ ନାହିଁ ବୋଲି ମୁଖ୍ୟ ଶାସନ ସଚିବଙ୍କୁ ଆଶ୍ବସ୍ତ କରିଛନ୍ତି ଡେପୁଟି ଗଭର୍ଣ୍ଣର ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.