ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ରାୟଗଡା ଓ ନବରଙ୍ଗପୁରବାସୀ । ନବୀନ ନିବାସରେ ଦୁଇ ଜିଲ୍ଲାର ଶତାଧିକ ବିଜେଡି କର୍ମୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଥିଲେ ।
ନବରଙ୍ଗପୁର ଚିକିତ୍ସାଳୟ ପାଇଁ ଶଯ୍ୟା ସଂଖ୍ୟା ବୃଦ୍ଧି, ଆମ୍ବୁଲାନ୍ସ ଓ ମହାପ୍ରୟାଣ ଗାଡି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ଘୋଷଣା ପରେ ଦୁଇ ଜିଲ୍ଲାର ଶତାଧିକ କର୍ମୀ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବାକୁ ନବୀନ ନିବାସକୁ ଆସିଥିଲେ ।
ସେହିପରି ରାୟଗଡାରେ ପାନୀୟ ଜଳ ପ୍ରକଳ୍ପ ପାଇଁ ମଧ୍ୟ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । କାଶିପୁର ସିଏସସି ଓ ରାୟଗଡା ହସ୍ପିଟାଲ ପାଇଁ ମଧ୍ୟ ଘୋଷଣା କରିଥିଲେ । ଏହି ଅବସରରେ ଦୁଇ ଜିଲ୍ଲାର ବିଧାୟକଙ୍କ ସହ ନବରଙ୍ଗପୁର ସାଂସଦ ମଧ୍ୟ ଉପସ୍ଥିତି ଥିଲେ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ