ETV Bharat / city

ଜୁନ ମାସ ପାଇଁ ହିତାଧିକାରୀଙ୍କୁ ଶୁଖୁଲା ରାସନ୍ ବଣ୍ଟନ; ୪୧ ଲକ୍ଷ ଉପକୃତ - delivery woman

କୋଭିଡ ମହାମାରୀର ଦ୍ଵିତୀୟ ଲହର ପରିପ୍ରେକ୍ଷୀରେ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ପରିଚାଳିତ ସମନ୍ବିତ ଶିଶୁ ବିକାଶ ଯୋଜନା ଅଧୀନରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ବନ୍ଦ ରଖାଯାଇଛି । ଏହା ସତ୍ତ୍ବେ ଗର୍ଭବତୀ ଓ ପ୍ରସୂତୀ ମହିଳା ତଥା ପ୍ରାକବିଦ୍ୟାଳୟ ଶିଶୁମାନଙ୍କ ପୃଷ୍ଟିସାଧନ ଯେଭଳି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ହିତାଧିକାରୀମାନଙ୍କ ଘରେ ଟେକ ହୋମ ରାସନ ପହଞ୍ଚାଇ ଦିଆଯାଉଛି । ଅଧିକ ପଢନ୍ତୁ...

ଜୁନ ମାସ ପାଇଁ ହିତାଧିକାରୀଙ୍କୁ ଶୁଖୁଲା ରାସନ୍ ବଣ୍ଟନ

author img

By

Published : Jun 3, 2021, 10:59 PM IST

ଭୁବନେଶ୍ବର: ଅଙ୍ଗନବାଡ଼ି କର୍ମୀମାନେ କୋଭିଡ୍ ପ୍ରୋଟୋକଲ ପାଳନପୂର୍ବକ ହିତାଧିକାରୀମାନଙ୍କ ଘରେ ଏହି ରାସନ ବଣ୍ଟନ କରିଛନ୍ତି । ଅଙ୍ଗନବାଡ଼ିକୁ ଆସୁଥିବା ପ୍ରାକବିଦ୍ୟାଳୟ ଶିଶୁମାନଙ୍କୁ ଅଙ୍ଗନବାଡ଼ିରେ ଦିଆଯାଉଥିବା ରନ୍ଧାଖାଦ୍ୟ ପରିବର୍ତ୍ତେ ଶୁଖିଲା ରାସନ ମଧ୍ୟ ଘରେ ଯୋଗାଇ ଦିଆଯାଇଛି । ଗୁରୁତର ପୁଷ୍ଟିହୀନ ଶିଶୁ ଏବଂ ଅତିଶୟ ପୁଷ୍ଟିହୀନ ଶିଶୁମାନଙ୍କ ପୃଷ୍ଟିସାଧନ ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଉଛି । ଏହି ଶୁଖୁଲା ରାସରେ ପୃଷ୍ଟିସାଧନର ସନ୍ତୁଳନ ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଛତୁଆ, ପନିପରିବା, ଅଣ୍ଡା, ବାଦାମ ଲଡୁ ଓ ଚିକି ଆଦି ସମନ୍ବିିତ ପରିମାଣରେ ଦିଆଯାଉଛି । ହିତାଧିକାରୀମାନେ ଯେଭଳି ସେସବୁ ଜିନିଷ ନିଜ ଖାଦ୍ୟ ପାଇଁ ବ୍ୟବହାର କରିପାରିବେ ସେ ସଂପର୍କରେ ଅଙ୍ଗନବାଡ଼ି କର୍ମୀମାନେ ପରାମର୍ଶ ଦେଉଛନ୍ତି ।

ଜୁନ ମାସ ପାଇଁ ହିତାଧିକାରୀଙ୍କୁ ଶୁଖୁଲା ରାସନ୍ ବଣ୍ଟନ
ଜୁନ ମାସ ପାଇଁ ହିତାଧିକାରୀଙ୍କୁ ଶୁଖୁଲା ରାସନ୍ ବଣ୍ଟନ

ଏହି ଯୋଜନାରେ ରାଜ୍ୟର ୬, ୮୯, ୬୩୯ ଗର୍ଭବତୀ ଓ ପ୍ରସୂତୀ ମହିଳା, ୬ ମାସରୁ ୩ ବର୍ଷ ବୟସର ୧୭, ୧୬, ୫୦୭ ଶିଶୁ ଏବଂ ୩ ବର୍ଷରୁ ୬ ବର୍ଷ ବୟସର ୧୬, ୭୭, ୨୨୬ ଜଣ ଶିଶୁଙ୍କ ସମେତ ୪୦, ୮୩, ୩୭୨ ଜଣ ହିତାଧିକାରୀ ଉପକୃତ ହେଉଛନ୍ତି । ଓଡ଼ିଶାକୁ ଫେରିଥିବା ପ୍ରବାସୀମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀମାନଙ୍କୁ ଅଙ୍ଗନବାଡ଼ିରେ ପଂଜୀକରଣ ମାଧ୍ୟମରେ ଶୁଖୁଲା ରାସନ ବଣ୍ଟନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯାହାଫଳରେ ୮୪୪ ଜଣ ଗର୍ଭବତୀ ଓ ପ୍ରସୂତୀ ମହିଳା, ୬ ମାସରୁ ୩ ବର୍ଷ ବୟସର ୫୧୯ ଏବଂ ୩ରୁ ୬ ବର୍ଷ ବୟସର ୭୫୫ ଶିଶୁଙ୍କ ସମେତ ୨୧୧୮ ପ୍ରବାସୀ ମହିଳା ଓ ଶିଶୁଙ୍କୁ ଏ ପର୍ଯ୍ୟନ୍ତ ଟେକ୍ ହୋମ୍ ରାସନ୍ ବଣ୍ଟନ କରାଯାଇଛି ।

ପ୍ରତି ମାସର ୧ ତାରିଖରେ ହିତାଧିକାରୀମାନଙ୍କୁ ଶୁଖୁଲା ରାସନ ବଣ୍ଟନ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ଏହି ବ୍ୟବସ୍ଥା ଅନୁଯାୟୀ ମହାମାରୀର କଠିନ ପରିସ୍ଥିତି ଜାରି ରହିଥିଲେ ମଧ୍ୟ ଅଙ୍ଗନବାଡ଼ି କର୍ମୀମାନେ ହିତାଧିକାରୀମାନଙ୍କ ଘରେ ଏହି ରାସନ ବଣ୍ଟନ କରୁଛନ୍ତି । ଯାହାଦ୍ୱାରା ପରିପୂରକ ପୁଷ୍ଟିସାଧନ କାର୍ଯ୍ୟକ୍ରମ ରାଜ୍ୟରେ ସଫଳତାର ସହ କାର୍ଯ୍ୟକାରୀ ହୋଇପାରିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.