ETV Bharat / city

ଟେଲି ଅଭିନେତ୍ରୀ ରଶ୍ମିରେଖା ମୃତ୍ୟୁ ମାମଲା: ପୁରୁଷବନ୍ଧୁ ସନ୍ତୋଷଙ୍କ ଆତ୍ମହତ୍ୟା

ଓଡ଼ିଆ ଧାରାବାହିକ ଅଭିନେତ୍ରୀ ରଶ୍ମିରେଖା ମୃତ୍ୟୁ ଘଟଣା ଉପରୁ ପରଦା ନହଟୁଣୁ ଆଉ ଏକ ଅଘଟଣ ଘଟିଛି। ରଶ୍ମିରେଖାଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ର ରାଉରକେଲାସ୍ଥିତ ବାସନ୍ତୀ କଲୋନୀରେ ଆତ୍ମହତ୍ୟା କରିଛନ୍ତି । ଅଧିକ ପଢ଼ନ୍ତୁ

rashmirekha boyfriend santosh committed suicide in Rourkela
ଟେଲି ଅଭିନେତ୍ରୀ ରଶ୍ମିରେଖା ମୃତ୍ୟୁ ମାମଲା: ପୁରୁଷବନ୍ଧୁ ସନ୍ତୋଷଙ୍କ ଆତ୍ମହତ୍ୟା
author img

By

Published : Jul 6, 2022, 9:20 AM IST

Updated : Jul 6, 2022, 9:48 AM IST

ରାଉରକେଲା: ଓଡ଼ିଆ ଧାରାବାହିକ ଅଭିନେତ୍ରୀ ରଶ୍ମିରେଖା ମୃତ୍ୟୁ ଘଟଣା ଉପରୁ ପରଦା ନହଟୁଣୁ ଆଉ ଏକ ଅଘଟଣ ଘଟିଛି । ରଶ୍ମିରେଖାଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ର ରାଉରକେଲାସ୍ଥିତ ବାସନ୍ତୀ କଲୋନୀରେ ଆତ୍ମହତ୍ୟା କରିଛନ୍ତି।

ସୂଚନା ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଝୁଲନ୍ତା ଅବସ୍ଥାରେ ସନ୍ତୋଷଙ୍କ ମୃତଦେହ ଉଦ୍ଧାର ହୋଇଛି । ରାତିରେ ଖାଇସାରିବା ପରେ ନିଜ ରୁମକୁ ଯାଇଥିଲେ। ଏହାପରେ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଜାଣିବାକୁ ପାଇଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ତେବେ କେଉଁ କାରଣରୁ ଆତ୍ମହତ୍ୟା ସେନେଇ ପ୍ରଶ୍ନ ଉଠିଛି ।

ଟେଲି ଅଭିନେତ୍ରୀ ରଶ୍ମିରେଖା ମୃତ୍ୟୁ ମାମଲା: ପୁରୁଷବନ୍ଧୁ ସନ୍ତୋଷଙ୍କ ଆତ୍ମହତ୍ୟା

ଏହାପୂର୍ବରୁ ଗତ କିଛିଦିନ ତଳେ ଭୁବନେଶ୍ବରର ନୟାପଲ୍ଲୀସ୍ଥିତ ଗଡ଼ସାହିର ଏକ ଭଡ଼ାଘରେ ଟେଲି ଅଭିନେତ୍ରୀ ରଶ୍ମିରେଖାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ବୋଲି ଏକ ସୁଇସାଇଡ ନୋଟ ମଧ୍ୟ ପୋଲିସ ଜବତ କରିଥିଲା। ଏହାପରେ ରଶ୍ମିରେଖାଙ୍କ ମୃତ୍ୟୁ ମାମଲାକୁ ନେଇ କମିଶନରେଟ ପୋଲିସ ସନ୍ତୋଷକୁ ଜେରା କରିଥିଲା।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 6, 2022, 9:48 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.