ଭୁବନେଶ୍ବର: ହଟିଲେ ମହାପାତ୍ର ଆସିଲେ ମୁଦୁଲି । ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ଦାୟିତ୍ବରୁ ରଶ୍ମିରଞ୍ଜନ ମହାପାତ୍ରଙ୍କୁ ହଟାଯାଇ ରଶ୍ମିରଞ୍ଜନ ମୁଦୁଲିଙ୍କୁ ଦାୟିତ୍ବ ଦିଆଯାଇଛି । ଦଳ ବିରୋଧୀ କାର୍ଯ୍ୟକଳାପ ଏବଂ ଦଳରେ ବିଶୃଙ୍ଖଳା ସୃଷ୍ଟି ଅଭିଯୋଗରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ଜଣାପଡିଛି ।
ଭାରତୀୟ ଜନତା ପାର୍ଟି ଭୁବନେଶ୍ଵର ସାଙ୍ଗଠନିକ ଜିଲ୍ଲାର ଯୁବମୋର୍ଚ୍ଚା ସଭାପତି ଥିବା ରଶ୍ମିରଞ୍ଜନ ମହାପାତ୍ର ଦଳ ବିରୋଧୀ କାର୍ଯ୍ୟକଳାପ ଓ ଦଳ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭିଯୋଗ ପ୍ରମାଣିତ ହେବା ପରେ ଜିଲ୍ଲା ସଭାପତି ବାବୁ ସିଂଙ୍କ ନିର୍ଦ୍ଦେଶ କ୍ରମେ ରଶ୍ମିରଞ୍ଜନଙ୍କୁ ଦଳରୁ ବିଦା କରାଯାଇଛି । ତେବେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଦାୟିତ୍ୱ ଓ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ପଦରୁ ମହାପାତ୍ରଙ୍କୁ ଦାୟିତ୍ଵମୁକ୍ତ କରାଯାଇଛି ବୋଲି ବିଜେପି ସୂଚନା ଦେଇଛି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ