ଭୁବନେଶ୍ବର: "ଶଙ୍କର ମୋ ସହ ଦୁଷ୍କର୍ମ କରିଛି । ସେ ହିଁ ମୋତେ ରଖିବ । ନହେଲେ ଏଇଠି ବିଷ ପିଇ ମରିବି।" ନୟାପଲ୍ଲୀ ଥାନା ସମ୍ମୁଖରେ ଏଭଳି କିଛି କହି ଜଣେ ମହିଳା ଧାରଣା ଦେଇଥିଲେ । ମହିଳାଙ୍କ ଅଭିଯୋଗ ପରେ ଶଙ୍କର କହଁର ନାମକ ବ୍ୟକ୍ତିକୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ ।
ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ଶଙ୍କର କହଁର ନାମକ ବ୍ୟକ୍ତି ଚା ଦୋକାନ କରିଥିଲେ । ଲକ୍ଡାଉନ ସମୟରେ ପୀଡ଼ିତା ସେଠାରେ କାମ କରୁଥିଲେ । ଏହି ସମୟରେ ଅଭିଯୁକ୍ତ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ଏହି ଘଟଣା ଜଣା ପଡ଼ିବା ପରେ ମହିଳାଙ୍କ ସ୍ବାମୀ ତାଙ୍କୁ ଛାଡ଼ି ଦେଇଛନ୍ତି । ଶେଷରେ ଶଙ୍କର କହଁର ପାଖରେ ରହିବାକୁ ଜିଦ୍ ଧରି ବସିଛନ୍ତି ପୀଡ଼ିତା । ନହେଲେ ଜୀବନ ହାରିବାକୁ ଧମକ ଦେଇଛନ୍ତି । ସେପଟେ ଏହି ଘଟଣାକୁ ନେଇ ଶଙ୍କର କହଁର କିମ୍ବା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ଇଟିଭି ଭାରତ, ଭୁବନେଶ୍ବର