ETV Bharat / city

ଇଜ ଅଫ୍ ଡୁଇଙ୍ଗ ବିଜନେସର ଟପ୍ 10ରେ ନାହିଁ ଓଡିଶା

author img

By

Published : Sep 5, 2020, 7:22 PM IST

କେନ୍ଦ୍ର ସରକାର ଶନିବାର ବାଣିଜ୍ୟ ଅନୁକୂଳ ବାତାବରଣ ବା ଇଜ ଅଫ୍ ଡୁଇଙ୍ଗ ବିଜନେସ୍ ମାନ୍ୟତା ରାଙ୍କିଙ୍ଗ ପ୍ରକାଶ କରିଛନ୍ତି । ଯେଉଁଥିରେ ଟପ୍ 10 ରେ ନାହିଁ ଓଡିଶା । ଅଧିକ ପଢନ୍ତୁ..

ଇଜ ଅଫ୍ ଡୁଇଙ୍ଗ ବିଜନେସର ଟପ୍ 10 ରେ ନାହିଁ  ଓଡିଶା

ହାଇଦ୍ରାବାଦ: କେନ୍ଦ୍ର ସରକାର ଶନିବାର ବାଣିଜ୍ୟ ଅନୁକୂଳ ବାତାବରଣ ବା ଇଜ ଅଫ୍ ଡୁଇଙ୍ଗ ବିଜନେସ୍ ମାନ୍ୟତା ରାଙ୍କିଂ ପ୍ରକାଶ କରିଛନ୍ତି । ଯେଉଁଥିରେ ଟପ୍ 10 ରେ ନାହିଁ ଓଡିଶା । ଏହି ମାନ୍ୟତା ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ବାଣିଜ୍ୟ କାରବାର କୁ ନେଇ ପ୍ରକାଶ କରାଯାଇଛି ।

ଏହାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରକାଶ କରିଥିବା ବେଳେ ତାଲିକାର ଶ୍ରେଷ୍ଠରେ ରହିଛି ଆନ୍ଧ୍ରପ୍ରଦେଶ । ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗ (DPIIT) ଦ୍ୱାରା ପ୍ରସ୍ତୁତ 2019 ପାଇଁ ସହଜ ବ୍ୟବସାୟ କରିବାରେ ଉତ୍ତରପ୍ରଦେଶ ଏବଂ ତେଲେଙ୍ଗାନା ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି । ଏହି ତାଲିkeକରେ 29 ତମ ସ୍ଥାନରେ ରହିଛି ଓଡିଶା ।

ଅନୁମତି, ଶ୍ରମ ନିୟନ୍ତ୍ରଣ, ପରିବେଶ ପଞ୍ଜିକରଣ, ସୂଚନା , ଜମି ଉପଲବ୍ଧତା ଏବଂ ଏକକ ୱିଣ୍ଡୋ ସିଷ୍ଟମ ପରି କ୍ଷେତ୍ର ଏହି ପାରାମିଟରରେ ଅନ୍ତ୍ରଭୁକ୍ତ କରାଯାଇଥିଲା । ସେହିପରି ଜୁଲାଇ 2018 ରେ ପ୍ରକାଶିତ ରାଙ୍କିଙ୍ଗରେ ମଧ୍ୟ ଆନ୍ଧ୍ରପ୍ରଦେଶ ତାଲିକାର ଶୀର୍ଷରେ ରହିଥିଲା ଏବଂ ତା ପରେ ତେଲେଙ୍ଗାନା ଏବଂ ହରିୟାଣା ରହିଥିଲେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.